Indus Valley Times

ଗଜପତି : ଜିଲ୍ଲାସ୍ତରୀୟ ” ଲିଙ୍ଗ ଭିତ୍ତିକ ମହିଳା ହିଂସା ବିରୋଧରେ ୧୬ ଦିନିଆ ସକ୍ରୀୟତା ଅନ୍ତର୍ଗତ ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଗଜପତି : ଜିଲ୍ଲାସ୍ତରୀୟ ” ଲିଙ୍ଗ ଭିତ୍ତିକ ମହିଳା ହିଂସା ବିରୋଧରେ ୧୬ ଦିନିଆ ସକ୍ରୀୟତା ଅନ୍ତର୍ଗତ ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

November 25
18:51 2025

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି,୨୫/୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଆଜି ଆଇଏସଆରଡି:-ଅନ୍ତର୍ଗତ ସଖୀ-ୱାନ ଷ୍ଟପ କେନ୍ଦ୍ର ପକ୍ଷରୁ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ଜିଲ୍ଲା ପ୍ରଶାସନଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଲିଙ୍ଗ ଭିତ୍ତିକ ମହିଳା ହିଂସା ବିରୋଧରେ ୧୬ ଦିନିଆ ସକ୍ରିୟତା ଅନ୍ତର୍ଗତ ସଚେତନତା ଅଭିଯାନର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ସଚେତନତା ରାଲୀ ବାହାରିଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ମିଳିତ ଭାବେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏଥିରେ ସଖୀ ୱାନ-ଷ୍ଟପ କେନ୍ଦ୍ରର ମହିଳା ମାନଙ୍କ ସମେତ ଅଙ୍ଗନବାଡି କର୍ମୀ ଏବଂ ମହିଳା ଓ କିଶୋରୀ ଯୁବତୀ ମାନେ ବହୁ ସଂଖ୍ୟାରେ ସାମିଲ ହୋଇ ନାରୀ ଓ ଶିଶୁ କନ୍ୟା ସୁରକ୍ଷା ଉପରେ ବିଭିନ୍ନ ପ୍ରକାରର ସଚେତନତା ମୂଳକ ପ୍ଲା-କାର୍ଡ ଧରି ଓ ସ୍ଲୋଗାନ ମାନ ଦେଇ ପରିକ୍ରମାରେ ଯାଇଥିଲେ ।
ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ସମାଜ ମଙ୍ଗଳ ବିଭାଗ ର ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର ହୋନେଗା , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ମନୋରମା ଦେବୀ , ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ଅଶ୍ୱିନୀ ମହାପାତ୍ର , ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଶ୍ରୀ ଅରୁଣ କୁମାର ତ୍ରିପାଠୀ , ପୋଲିସ ଡ଼ିଏସପି: ଶ୍ରୀ ମାଧବାନନ୍ଦ ନାୟକ ଏବଂ ସଖୀ ୱାନ-ଷ୍ଟପ କେନ୍ଦ୍ରର ଜିଲ୍ଲା ପ୍ରସାସିକା ଶ୍ରୀମତୀ ସୁନିତା ରଥ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ ।
ମଞ୍ଚାସିନ ଅତିଥି ମାନେ ମୁଖ୍ୟତଃ ଆଜିକାଲି ମହିଳା , କିଶୋରୀ ଯୁବତୀ ଓ ଶିଶୁ କନ୍ୟାଙ୍କ କ୍ଷେତ୍ରରେ ବିଭିନ୍ନ ସ୍ଥାନରେ ଯେଉଁ ଭଳି ସବୁ ଲିଙ୍ଗଗତ ହିଂସା ଦେଖା ଦେଉଛି , ତାହା କିଭଳି ସମସ୍ତଙ୍କ ମିଳିତ ସହଯୋଗରେ ରୋକା ଯାଇପାରିବ ସେ ଦିଗରେ ପ୍ରତ୍ୟେକ କ୍ଷେତ୍ରରେ ତୃଣମୂଳ ସ୍ତରରେ ସଚେତନତା ଆଣିବା ଜରୁରୀ ।
ମହିଳା ମୁକ୍ତ ସମାଜ ଗଠନ ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇ ମହିଳା ମାନଙ୍କୁ ସବୁ କ୍ଷେତ୍ରରେ ସମ୍ମାନ ଦେବା । ମହିଳା\’ଙ୍କ ସମ୍ମାନ ହିଁ ଦେଶର ସମ୍ମାନ ଭାବି ଏବଂ ଏହାକୁ ଲକ୍ଷ୍ୟ ରଖି ସେମାନଙ୍କୁ ସବୁ କ୍ଷେତ୍ରରେ ସାହାଯ୍ୟ ସହଯୋଗ କରିବାକୁ ହେବ ବୋଲି କହିଥିଲେ ।
ଏହି ଅବସରରେ ମହିଳା ହିଂସା ମୁକ୍ତ ସମାଜ ଗଠନ ଦିଗରେ ସମସ୍ତେ ସାମିଲ ହେବା ପାଇଁ ଏକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ୟପକ୍ଷରେ ଜିଲ୍ଲା ସମାଜ ମଙ୍ଗଳ କାର‌୍ୟ୍ୟାଳୟର ଜିଲ୍ଲା ସୁରକ୍ଷା ତଥା କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ ସାରଳା ପାତ୍ର ଏବଂ ଆଇଏସଆରଡି: ସଖୀ ୱାନ-ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରସାଶିକା ଶ୍ରୀମତୀ ସୁନିତା ରଥ ମହିଳା ମାନଙ୍କ ଲିଙ୍ଗଗତ ହିଂସା ରୋକିବା ତଥା ହ୍ରାସ କରିବା ଦିଗରେ ଏହି ୧୬ ଦିନ ବ୍ୟାପୀ ଜିଲ୍ଲାର ବିଭିନ୍ନ ସ୍କୁଲ , କଲେଜ , କମ୍ୟୁନିଟି ସ୍ତରରେ ଏବଂ ବିଭିନ୍ନ ଆବଶ୍ୟକ ସ୍ତରରେ ଏହି ବିଷୟକୁ ନେଇ ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାରୀ ରହିବ ଯାହାକି ମହିଳା ହିଂସା ମୁକ୍ତ ସମାଜ ଗଠନ କରିବା ପାଇଁ ଆମେ ଦୃଢ଼ ସଂକଳ୍ପ ନେଇ ଏହି କାର୍ଯ୍ୟକ୍ରମକୁ ଆଗେଇ ନେବୁ ବୋଲି କହିଥିଲେ ।
ଏହି ସମସ୍ତ କାର୍ଯ୍ୟକ୍ରମକୁ ସଖୀ ୱାନ-ଷ୍ଟପ କେନ୍ଦ୍ରର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥଙ୍କ ସମେତ ଶ୍ରୀ ନାଗେଶ୍ଵର ଚୌଧୁରୀ , ଶ୍ରୀମତୀ ସୁନିତା ବେହେରା , ମୋହିନୀ ପ୍ରଧାନ , ମଧୁସ୍ମିତା ପାଢ଼ୀ , ଶିବାନୀ ସାମନ୍ତ , ନିରୁପମା ଜେନା , ଶ୍ରୀ ଟି: ସୁରେଶ , ଶ୍ରୀ ଦିବ୍ୟ ସୁଆର ଏବଂ ଗାୟତ୍ରୀ ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031