Indus Valley Times

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ: ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ, ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ୍

 Breaking News

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ: ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ, ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ୍

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ପରାମର୍ଶ: ଦୁର୍ନୀତି ଠାରୁ ଦୂରେଇ ରୁହନ୍ତୁ, ଭିଜିଲାନ୍ସ ବିଭାଗ ପୁରା ଆକ୍ଟିଭ୍
December 11
18:46 2025

ଭୁବନେଶ୍ୱର, ୧୧/୧୨ : ଯିଏ ଯେଉଁ ପଦବୀରେ ବି ଅବସ୍ଥାପିତ ଥାଆନ୍ତୁ ନା କାହିଁକି, ସରକାରୀ ଚାକିରୀକୁ ସବୁବେଳେ ଜନସେବା ଭାବେ ମନେ କରିବେ ।
ସରକାରୀ ଚାକିରି ମିଳିଯିବା ପରେ କେବେହେଲେ କାର୍ଯ୍ୟରେ ଅବହେଳା କରିବେ ନାହିଁ ଓ ଦୁର୍ନୀତି ଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଓୟୁଏଟି ସ୍ଥିତ କୃଷି ଶିକ୍ଷା ସଦନଠାରେ ଆୟୋଜିତ ତ୍ରୟୋଦଶ ନିଯୁକ୍ତି ମେଳା ଅବସରରେ ନବନିଯୁକ୍ତମାନଙ୍କୁ ପରାମର୍ଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଗୁରୁବାର ୫୯୧ ଜଣଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀ ପୂର୍ତ୍ତ ବିଭାଗ, ଜଳ ସମ୍ପଦ ବିଭାଗ ଏବଂ ନଗର ଉନ୍ନୟନ ବିଭାଗ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ।
ଜଳ ସମ୍ପଦ ବିଭାଗର ୨୫୨ ଜଣ, ପୂର୍ତ୍ତ ବିଭାଗର ୧୯୭ ଜଣ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ୧୪୨ ଜଣଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବ ନିଯୁକ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ସ୍ୱପ୍ନକୁ ସାକାର କରିବାକୁ ହେଲେ ଦିନରାତି ବହୁତ କଠିନ ପରିଶ୍ରମ ଏବଂ ଉଦ୍ୟମ କରିବାକୁ ପଡ଼େ । କେବଳ ସ୍ୱପ୍ନ ଦେଖିଲେ ସାକାର ହୁଏ ନାହିଁ, ତା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ମୁଖ୍ୟମନ୍ତ୍ରୀ ଗୀତାର ଏକ ଶ୍ଳୋକକୁ ଉଦ୍ଧୃତ କରିଥିଲେ ।
ସେହିପରି ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ନୂଆ ସରକାର ଆସିବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରକାରୀ ସ୍ତରରେ ନିଯୁକ୍ତି ହେଉଛି । ବିକଶିତ ଭାରତର ବିକାଶର ଦ୍ୱାର ହେବ ପୂର୍ବ ଭାରତ ଏବଂ ପୂର୍ବ ଭାରତର ବିକାଶର କେନ୍ଦ୍ର ବିନ୍ଦୁ ହେବ ଓଡ଼ିଶା ।
ଆମକୁ ରେଳ ଇଞ୍ଜିନ ହୋଇ ବିକାଶର ରେଳକୁ ଆଗକୁ ବଢ଼ାଇବାକୁ ପଡ଼ିବ । ସେଥିପାଇଁ ମାନବ ସମ୍ବଳର ବହୁତ ଆବଶ୍ୟକତା ରହିଛି । ସେଥିପାଇଁ ୫ ବର୍ଷରେ ଦେଢ଼ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି ।
ସେହିପରି ପ୍ରଥମ ୨ ବର୍ଷରେ ୬୫ ହଜାର ନିଯୁକ୍ତି ମିଳିବ । ପ୍ରଥମ ୧୬ ମାସରେ ୧୨ଟି ନିଯୁକ୍ତି ମେଳା ଜରିଆରେ ୩୭ ହଜାର ୩୨୫ ଜଣଙ୍କୁ ନିଯୁକ୍ତି ଦିଆଯାଇ ସାରିଲାଣି ।
ଆଜି ୧୩ତମ ନିଯୁକ୍ତି ମେଳାରେ ଆଉ ୫୯୧ ଜଣଙ୍କୁ ନିଯୁକ୍ତି ମିଳିଛି । ତେଣୁ ଏହାକୁ ମିଶାଇ ୩୭ ହଜାର ୯୧୬ ଜଣଙ୍କୁ ନିଯୁକ୍ତି ମିଳିଛି । ସରକାର ଗତିକୁ ବଢ଼ାଇବାକୁ ଏବଂ ବଜେଟକୁ ପୂର୍ଣ୍ଣ ମାତ୍ରାରେ ଖର୍ଚ୍ଚ କରିବାକୁ ଏହା ସହାୟକ ହେବ ।
ଆଜିର ଏହି କାର‌୍ୟ୍ୟକ୍ରମରେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଳ ସମ୍ପଦ ବିଭାଗ ଅନୁ ଗର୍ଗ ଏବଂ ନଗର ଉନ୍ନୟନ ବିଭାଗର ଉଷା ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031