Indus Valley Times

ରାସ୍ତା ସାଜିଲା କଣ୍ଟା : ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

 Breaking News

ରାସ୍ତା ସାଜିଲା କଣ୍ଟା : ଆସିଲାନି ଆମ୍ବୁଲାନ୍ସ, ଖଟରେ ବୁହାହେଲେ ଗର୍ଭବତୀ

July 24
20:16 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଭଣ୍ଡାରଙ୍ଗି ପଞ୍ଚାୟତର ମାସ୍କାଗୁଡ଼ା ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସ୍ୱାମୀ ଓ ତିନିଜଣ ମହିଳା ଖଟ ଦଉଡ଼ିରେ ଗର୍ଭବତୀ ମହିଳା ଙ୍କୁ ବୋହି ଆଣିବା ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସୂଚନା
ଅନୁସାରେ ମାସ୍କାଗୁଡ଼ା ଗ୍ରାମର କୁମାରୀ ମାଝି(୨୨) ଙ୍କୁ ସକାଳ ପ୍ରାୟ ୯ଘଣ୍ଟା ସମୟରେ ଗର୍ଭ ବେଦନା ଆରମ୍ଭ ହୋଇଥିଲା। ସ୍ୱାମୀ ପବିତ୍ର ମାଝୀ ଆଶା ମା\’ ଶାନ୍ତି ପାତ୍ରଙ୍କୁ ଜଣାଇଥିଲେ।
ଆଶା ମା\’ ସଙ୍ଗେ ସଙ୍ଗେ ୧୦୮ଆମ୍ବୁଲାନ୍ସ କୁ ଫୋନରେ ଜଣାଇଲେ। ହେଲେ ଆମ୍ବୁଲାନ୍ସ ସେହି ଗ୍ରାମକୁ ଯାଇ ନ ପରିବାରୁ ସ୍ୱାମୀ ନିଜେ ଓ ନଜି ଭାଉଜ ୨ଜଣ ସମ୍ପର୍କୀୟ ମହିଳା ଙ୍କ ସାହାଯ୍ୟରେ ଖଟ ଦଉଡ଼ି ରେ ବଡ଼ କଷ୍ଟରେ ବୋହି ବୋହି ଆମ୍ବୁଲାନ୍ସ ପାଖକୁ ଆଣିଥିଲେ ।
କାରଣ ମାସ୍କା ଗୁଡ଼ା ଗ୍ରାମକୁ ଭଲ ରାସ୍ତା ନାହିଁ ଲଘୁଚାପ ବର୍ଷା ଲାଗିରହିଛି ରାସ୍ତା କାଦୁଅ ହୋଇଯାଇଛି କିପରି ନିଜ ସ୍ତ୍ରୀକୁ ମେଡ଼ିକାଲ ପହଞ୍ଚିବ ସେନେଇ ଚିନ୍ତାର କାରଣ ହୋଇଛି।
ତାପରେ ବାଧ୍ୟ ହୋଇ ଖଟ ଦଉଡ଼ି ପ୍ରସ୍ତୁତ କରି ଭାଉଜ ଓ ସମ୍ପର୍କୀୟ ଦୁଇ ଜଣ ମହିଳାଙ୍କୁ ବୋହିବା ପାଇଁ ସାହାଯ୍ୟ ମାଗିଥିଲେ । ମହିଳା ମାନେ ମଧ୍ୟ ପିଡ଼ିତାଙ୍କ ଅବସ୍ଥା ଦେଖି ସାହାଯ୍ୟ କରିବା ପାଇଁ ଆଗେଇ ଆସିଲେ ।
ଏହା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ମହିଳାଙ୍କୁ ଅଣାଯାଇଥିଲା ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ସୂଚନା ମୁତାବକ ଲଙ୍କାଗଡ ରେ ଏକ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ସେହି ସ୍ୱାସ୍ଥ୍ୟ କେନ୍ଦ୍ର ରହିଥିବା ବେଳେ ଲଙ୍କାଗଡ ,ଭଣ୍ଡରଙ୍ଗୀ ଓ ଝିରିପାଣି ତିନି ପଂଚାୟତ ର ହଜାର ହଜାର ଲୋକ ରହିଥିବାଲୋକ ନିର୍ଭର କରୁଛନ୍ତି ଏତିକି ବେଳେ ସେଠାରେଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ,ଫାର୍ମାସିଷ୍ଟ ,ଲାବଟେକନସିୟାନ ,ଏଏନଏମ ,ଷ୍ଟାଫନର୍ସ, ଓ ସୁପର ଭାଇଜର ପଦବୀ ଖାଲି ରହିଥିବା ନେଇ ବାଲିଗୁଡା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି ଏନକେ ନେତୃତ୍ବରେ ଜୁଲାଇ ୧୨ ତାରିଖ ଦିନ ଲଙ୍କାଗଡ ସରପଞ୍ଚ ସସ୍ମିତା ପାତ୍ର ,ସମିତି ସଭ୍ୟ ବିଭୀଷଣ ପାତ୍ର ,ନୟବ ସରପଞ୍ଚ ନୀର ଦେଶୀ ନାୟକ ଭୁବନେଶ୍ବର ଯାଇ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ ମୁକେଶ ମହାଳିକଙ୍କୁ ଭେଟି ଖାଲି ପଡିଥିବା ପଦବୀ ପୂରଣ କରିବା ପାଇଁ ଦାବୀ ଜଣାଇଥିଲେ ।
କିନ୍ତୁ ଇତି ମଧ୍ୟରେ ଡାକ୍ତର ,ଫାର୍ମାସିଷ୍ଟ ,ଲାବଟେକନସିୟାନ ,ଏଏନଏମ ,ସୁପରଭାଇଜର ପଦବୀ ପୂରଣ ହୋଇଥିବା ବେଳେ ଷ୍ଟାଫନର୍ଷ ପଦବୀ ପୂରଣ ହୋଇ ପାରିନାହିଁ ଯାହା ଫଳରେ ଗର୍ଭବତୀ ମହିଳା ମାନଙ୍କ ପ୍ରସବ କରାଇବାରେ ଅସୁବିଧା ସୃଷ୍ଟି ହେଉଛି କ୍ଷ ୨୦ କିଲୋମିଟର ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରିବାକୁ ପଡୁଛି ।
ଏଣୁ ଲଙ୍କାଗଡ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖୁବ ଶୀଘ୍ର ଷ୍ଟାଫନର୍ଷ ପଦବୀ ପୂରଣ କରାଗଲେ ଗର୍ଭବତୀ ମହିଳା ମାନେ ଏଠାରେ ପ୍ରସବ କରାଇବାରେ ସୁବିଧା ହୋଇ ପାରିବ ବୋଲି ମତ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031