Indus Valley Times

ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କଳାପ ବିରୁଦ୍ଧରେ ପୋଲିସ ର ଏକ ସ୍ୱତନ୍ତ୍ର ଅଭିଯାନ

 Breaking News

ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟ କଳାପ ବିରୁଦ୍ଧରେ ପୋଲିସ ର ଏକ ସ୍ୱତନ୍ତ୍ର ଅଭିଯାନ

December 11
20:56 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୨: ଅସାମାଜିକ ବ୍ୟକ୍ତି ଓ ନିଶାଡ଼ି ହୋଇଯାନ୍ତୁ ସାବଧାନ । ନିଶାଡ଼ି ଓ ଅସାମାଜିକ ବ୍ୟକ୍ତିଙ୍କୁ ସାବାଡ଼ କରିବା ପାଇଁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡରେ ପୋଲିସ୍ ପକ୍ଷରୁ ଆରମ୍ଭ ହୋଇଛି ସ୍ପେସାଲ୍ ଡ୍ରାଇଭ୍ ।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସବ-ଡିଭିଜନ ପୋଲିସ ଖୋଲା ମଦ ସେବନ ଏବଂ ଅନ୍ୟାନ୍ୟ ବେଆଇନ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଅଭିଯାନ ନୂତନ ଏସ ଡି ପି ଓ ଶୁଭମ ଭୋସଲେ ଙ୍କ ନେତୃତ୍ୱ ରେ ଆରମ୍ଭ ହୋଇଛି।
ଏହି ପରିପ୍ରେକ୍ଷୀରେ ଉପଖଣ୍ଡ ର ଚିହ୍ନଟ ହୋଇଥିବା ବିଭିନ୍ନ ଅନ୍ଧାର ଅଞ୍ଚଳ ଏବଂ ସମ୍ବେଦନଶୀଳ ସ୍ଥାନରେ ଚଢାଉ କରାଯାଉଛି। ଏଣୁ ସାଧାରଣ ସୁରକ୍ଷା, ବିଶେଷ କରି ମହିଳା ଏବଂ ଶିଶୁଙ୍କ ପାଇଁ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ଏଣୁ ଉପରୋକ୍ତ କାର୍ଯ୍ୟରେ ଲିପ୍ତ ରହୁଥିବା ବ୍ୟକ୍ତି ବିଶେଷ ମାନେ ଏ ସବୁ କାର୍ଯ୍ୟରୁ ଦୁରେଇ ରହିବା ସହ ଅଞ୍ଚଳବାସୀ ଏପରି ଯେକୌଣସି କାର‌୍ୟ୍ୟକଳାପ ନଜରରେ ଆସିଲେ ପୋଲିସକୁ ଜଣାଇବେ, ଜଣାଇଥିବା ବ୍ୟକ୍ତି ବିଶେଷ ଙ୍କ ପରିଚୟ ଶତ ପ୍ରତିଶତ ଗୋପନ ରଖାଯିବା ସହ ସମ୍ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ ବୋଲି ଏସ ଡି ପି ଓ ଶ୍ରୀ ଭୋସଲେ କହିଛନ୍ତି।
ଏଭଳି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ମହଲ ରୁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କୁହାଯାଉଥିବା ବେଳେ ଏହାକୁ ନିୟମିତ ବଳବତ୍ତର ରଖାଗଲେ ଆଗାମୀ ଦିନରେ ଅସାମାଜିକ କାର‌୍ୟ୍ୟ କଳାପ କିଛି ମାତ୍ରା ରେ କମିପାରିବ ବୋଲି ବୁଦ୍ଧିଜୀବୀ ମହଲ ରୁ କୁହାଯାଇଛି ।
ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ତାଲିମ ଶିବିର
ବାଲିଗୁଡା଼, ୧୧/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟି କରଣ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉପଜିଲ୍ଲାପାଳ ଶ୍ରୀମତୀ ପ୍ରଣିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଜିଲ୍ଲା ଭିନ୍ନକ୍ଷମ କଲ୍ୟାଣ ଅଧିକାରୀ ପି. ପଦ୍ମା, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ମମିତା କୁମାରୀ ପ୍ରଧାନ ପ୍ରମୁଖ ମଞ୍ଚାସୀନ ଥିଲେ ।
ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ ଶ୍ରୀ ପଣ୍ଡା ଭିନ୍ନକ୍ଷମ ଶିଶୁଙ୍କ ଚିହ୍ନଟ ପ୍ରକ୍ରିୟା ଉପରେ ପୁଙ୍ଖାନୁପୁଙ୍ଖ ଭାବେ ନିଜର ମତବ୍ୟକ୍ତ ପ୍ରଦାନ କରିବା ସହ ଭିନ୍ନକ୍ଷମ ଶିଶୁଙ୍କ ପାଇଁ ଥିବା ମାଗଣା ଚିକିତ୍ସା ସମ୍ପର୍କରେ ବୁଝାଇଥିଲେ ।
ବିଭିନ୍ନ ବ୍ଲକରେ ଖାଲିପଡିଥିବା ଅଙ୍ଗନବାଡି଼ ଓ ସହାୟକଙ୍କ ପଦବୀ ସହ କେନ୍ଦ୍ର ଗୁଡିକର ସ୍ଥିତି ସମ୍ପର୍କରେ ଉପ-ଜିଲ୍ଲାପାଳ ଆଲୋଚନା କରିଥିଲେ । ଖାଲି ପଡ଼ିଥିବା ପଦବୀକୁ ଯଥା ଶୀଘ୍ର ପୂରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ସକ୍ଷମ ଅଙ୍ଗନବାଡି଼ରେ କ\’ଣ ସବୁ ସୁବିଧା ଅସୁବିଧା ରହିଛି ସେ ବିଷୟରେ ମଧ୍ୟ ପଚାରି ବୁଝିଥିଲେ । ବୈଠକରେ ବ୍ଲକରୁ ଆସିଥିବା କର୍ମୀମାନେ ସେମାନଙ୍କର ବିଭିନ୍ନ ସମସ୍ୟା ଓ ଆବଶ୍ୟକ ସୁବିଧା ବିଷୟରେ ଉପ-ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ ।
ସମସ୍ୟା ଗୁଡିକର ସମାଧାନ ଦିଗରେ ଉପଯୁକ୍ତ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ଆଶ୍ୱାସନା ଦେଇଥିଲେ । ଏଥିରେ ପ୍ରତ୍ୟେକ ବ୍ଲକର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଓ ମହିଳା ସୁପରଭାଇଜର ମାନେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031