Indus Valley Times

ଧଉଳି ଘଟଣାରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ- ରାଜଧାନୀ ଏବେ ଅସୁରକ୍ଷିତ

 Breaking News

ଧଉଳି ଘଟଣାରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ- ରାଜଧାନୀ ଏବେ ଅସୁରକ୍ଷିତ

ଧଉଳି ଘଟଣାରେ ସରକାରଙ୍କୁ ନବୀନଙ୍କ ଟାର୍ଗେଟ, କହିଲେ- ରାଜଧାନୀ ଏବେ ଅସୁରକ୍ଷିତ
December 16
17:29 2025

ଭୁବନେଶ୍ୱର, ୧୬/୧୨: ରାଜଧାନୀ ଭୁବନେଶ୍ବରର ଛାତି ଉପରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି।
ଏହି ଘଟଣାକୁ ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ପରି ବିଷୟ ବର୍ବରତା ଓ ଅରାଜକତା ସୀମା ଟପୁଛି, ରାଜ୍ୟ ରାଜଧାନୀ ଅସୁରକ୍ଷିତ ହେଉଛି ବୋଲି ସେ କହିଛନ୍ତି।
ବିଜେଡି ସମାପତି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି, ଭୟଶୂନ୍ୟ ହେଉଛନ୍ତି ଅପରାଧୀ। ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ ବୋଲି ସେ ପ୍ରଶ୍ନ କରିଛନ୍ତି?
ମହିଳାଙ୍କ ସୁରକ୍ଷା ସହ ଅପରାଧ ପ୍ରବଣତାକୁ ରୋକିବା ପାଇଁ ସରକାର କଠୋର ପଦକ୍ଷେପ ନିଅନ୍ତୁ।
ଘଟଣା ଘଟିବା ପରେ ନୁହେଁ, ପୂର୍ବରୁ ଏହାକୁ ରୋକିବା ଦିଗରେ ସରକାର ତତ୍ପର ହୁଅନ୍ତୁ ବୋଲି ନବୀନ ଉଲ୍ଲେଖ କରି ‘ଏକ୍ସ’ରେ ପୋଷ୍ଟ କରିଛନ୍ତି।
ସୂଚନା ମୁତାବିକ, ଧଉଳି ବୁଲିବାକୁ ଯାଇଥିବା‌ ଜଣେ ନାବାଳିକାଙ୍କୁ ଦୟା ନଦୀପଠାକୁ ଟେକି ନେଇ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ମୁଖରେ କେତେକ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଛନ୍ତି।
ମାଡ଼ ମାରି ତାଙ୍କଠାରୁ ସୁନାଚେନ୍ ଓ ଟଙ୍କା ଲୁଟିନେଇଛନ୍ତି। ଏହାସହିତ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାଡ଼ମାରି ଦରମରା କରି ଫିଙ୍ଗି ଦେଇଥିଲେ।
ଏପରି ଏକ ଲଜ୍ଜାକର ଘଟଣା ୧୦ ତାରିଖରେ ଧଉଳି ଥାନାରୁ ମାତ୍ର ୧ କିଲୋମିଟର ଦୂରରେ ଘଟିଥିଲେ ମଧ୍ୟ ପୁଲିସ ଏନେଇ ଯେପରି ସମ୍ବେଦନଶୀଳ ହେବା କଥା ସେପରି ହୋଇନାହିଁ।
ଘଟଣାର ୫ ଦିନ ପରେ ପୁଲିସ କଟକ ବାଙ୍କୀର ବିଭୁ ପ୍ରସାଦ ମିଶ୍ର ଓ କଟକ ଓଲଟ‌ପୁର ଅଞ୍ଚଳର କାଳନ୍ଦୀ ପାତ୍ରକୁ ଗିରଫ କରିଛି।
ହେଲେ ଅନ୍ୟ ଅଭିଯୁକ୍ତମାନଙ୍କ ପାଖରେ ପୁଲିସ ଏପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଥିବା ବେଳେ ଶାନ୍ତିସ୍ତୂପ ଧଉଳି ନିକଟରେ ଏଭଳି ଜଘନ୍ୟ କାଣ୍ଡ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି।
ଅନ୍ୟପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଘଟଣାକୁ ଦୃଢ଼ ନିନ୍ଦା କରିବା ସହ କୌଣସି ବି ଅପରାଧ ହେଉ, ବିଶେଷକରି ମହିଳା ସଂକ୍ରାନ୍ତୀୟ ଅପରାଧରେ ସରକାର ତ୍ୱରିତ ପଦକ୍ଷେପ ନେଇଥିବା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930