Indus Valley Times

“ଓଡ଼ିଶାରେ ଶାସନ ନୁହେଁ, ଚାଲିଛି ଗୁଣ୍ଡାରାଜ”; ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ମାଡ଼ ମାରିବା ଘଟଣାରେ ସରକାରକୁ ଟାର୍ଗେଟ କରି ବର୍ଷିଲେ ନବୀନ

 Breaking News

“ଓଡ଼ିଶାରେ ଶାସନ ନୁହେଁ, ଚାଲିଛି ଗୁଣ୍ଡାରାଜ”; ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ମାଡ଼ ମାରିବା ଘଟଣାରେ ସରକାରକୁ ଟାର୍ଗେଟ କରି ବର୍ଷିଲେ ନବୀନ

“ଓଡ଼ିଶାରେ ଶାସନ ନୁହେଁ, ଚାଲିଛି ଗୁଣ୍ଡାରାଜ”; ବ୍ରହ୍ମପୁରରେ ବିଚ୍ ରାସ୍ତାରେ ଯୁବକ ମାଡ଼ ମାରିବା ଘଟଣାରେ ସରକାରକୁ ଟାର୍ଗେଟ କରି ବର୍ଷିଲେ ନବୀନ
May 19
17:39 2026

ଭୁବନେଶ୍ୱର,୧୯/୫: ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବ୍ରହ୍ମପୁରର ବିଚ୍ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ଆକ୍ରମଣ ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।
ସେ କହିଛନ୍ତି ଏ ଦୃଶ୍ୟ ଅତ୍ୟନ୍ତ ଅମାନୁଷିକ। ସାରା ଓଡ଼ିଶାବାସୀଙ୍କୁ ଏହା ଆତଙ୍କିତ ଓ ବିଚଳିତ କରିଛି। ଲାଗୁଛି ବିଜେପି ସରକାର ଓଡ଼ିଶାକୁ ଅପରାଧୀଙ୍କ ହାତକୁ ଟେକି ଦେଇଛି।
ଭୟଶୂନ୍ୟ ହୋଇ ଅପରାଧିମାନେ ଅତ୍ୟନ୍ତ ନୃଶଂସ କାଣ୍ଡ ଘଟାଉଛନ୍ତି। କୁଆଡ଼େ ଯାଉଛି ପୋଲିସ ପ୍ରଶାସନ, କୁଆଡ଼େ ଯାଉଛି ଆଇନ କାନୁନର ବ୍ୟବସ୍ଥା ବୋଲି ପ୍ରଶ୍ନ କରିଛନ୍ତି।
ବିଜେପି ସରକାର ଉତ୍ସବରେ ମାତି ସାଧାରଣ ଜନତାଙ୍କ ସୁରକ୍ଷାକୁ ଆଉ କେତେ ବିପନ୍ନ କରିବ? ଓଡ଼ିଶା କେତେ ଆଉ ଲଜ୍ଜିତ ହେବ? ମିଛ ବାହାସ୍ଫୋଟରେ ସରକାର ଚାଲେନି, ଲୋକଙ୍କୁ ସୁରକ୍ଷା ଦରକାର।
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଓ ଗୁଣ୍ଡାରାଜ୍ ଶାସନ ପାଇଁ ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି। ବିଜେପି ସରକାର ଅପରାଧୀଙ୍କୁ ସୁରକ୍ଷା ଦେବା ଛାଡୁ। ତୁରନ୍ତ ଦୋଷୀଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ନେଇ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରୁ ବୋଲି ଦାବି କରିଛନ୍ତି ନବୀନ।
ଏହି ଘଟଣାରେ ନବୀନଙ୍କ ଟୁଇଟ ନେଇ ବିଜେପି ବିଧାୟକ ସରୋଜ ପାଢ଼ୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି କାଲି ଯାହା ହେଇଛି ବ୍ୟକ୍ତିଗତ ଘଟଣା। ୨୫ ବର୍ଷ ଶାସନରେ ଗୁଣ୍ଡାଙ୍କୁ ପୋଷି ଥିଲା ବିଜେଡି। ଟିକେ ସମୟ ଲାଗିବ ସଜାଡ଼ିବାକୁ। ଏବେ ଏନକାଉଣ୍ଟର ହେଇଛି। ନବୀନ କଥା କିଏ ଶୁଣୁଛି ତାଙ୍କ ଟୁଇଟ କିଏ ଦେଖୁଚି। ଏବେ ମୁଖ୍ୟମନ୍ତ୍ରୀ ବିଧାୟକଙ୍କ ସାଙ୍ଗରେ କଥା ହଉଛନ୍ତି। ଏବେ ଯାହା ଘଟୁଛି ଆମେ ତାର ଉତ୍ତରଦାୟୀ ଜ୍ଝ ବିଜେଡି ସମୟ ରେ କିଏ ହତ୍ୟା, ଦୁଷ୍କର୍ମ, ଗୁଣ୍ଡାଗିରି କଲେ ସମସ୍ତ ଙ୍କ ଆଶ୍ରୟଦାତା ଥିଲା ବିଜେଡି। ଏବେ ଯାହା ଘଟିଲେ ସାଙ୍ଗେ ସାଙ୍ଗେ ଆକ୍ସନ ନେଉଛି ଆମ ସରକାର।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031