Indus Valley Times

ବାଲିଗୁଡ଼ାଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ

 Breaking News

ବାଲିଗୁଡ଼ାଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ

December 16
19:46 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୬/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ବାସୀ ଦୀର୍ଘ ଦିନଧରି ଦାବୀ କରିବା ପରେ ରାଜ୍ୟ ସରକାର ତାହାକୁ ପୂରଣ କରି ପବିତ୍ର ଧନୁ ସଂକ୍ରାନ୍ତି ଠାରୁ ବାଲିଗୁଡ଼ା ଠାରୁ ପୁରୀ ଶ୍ରୀଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସର ଶୁଭାରମ୍ଭ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ରାଜ୍ୟ ସରକାର ପ୍ରଥମେ କାର୍ତ୍ତିକ ମାସ ଆରମ୍ଭ ରୁ ଫୁଲବାଣୀ ଠାରୁ ପୁରୀ ଚଳାଚଳ କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଭଲଭୋ ବସ୍ କୁ ବାଲିଗୁଡ଼ା ଯାଏ ସଂପ୍ରସାରଣ କରାଯାଇ ଏହା ମଙ୍ଗଳବାର ଠାରୁ ନିୟମିତ ବିଧବଦ୍ଧ ଭାବେ ବସ୍ ଚଳାଚଳ କରିଛି ।
ଏହି ବସ୍ ବାଲିଗୁଡ଼ା ଠାରୁ ରାତି ୦୯ ଟା ୩୦ ମି. ରେ ଆଗମନ କରି ଭାୟା-ଫୁଲବାଣୀ, ଚାରିଛକ, ନୟାଗଡ଼, ଦଶପଲ୍ଲା, ଭୁବନେଶ୍ୱର ଦେଇ ଶ୍ରୀ ଜଗନ୍ନାଥ ଧାମ ପୁରୀରେ ଭୋର ୦୫ :୦୦ ସମୟରେ ପହଞ୍ଚିବ ।
ଠିକ ସେହିପରି ପୁରୀରୁ ଛାଡ଼ିବା ସମୟ ରାତି ୦୮:୩୦ ଭୁବନେଶ୍ବରରୁ ଛାଡ଼ିବା ସମୟ ରାତି ୧୦:୦୦ ଭାୟା ଫୁଲବାଣୀ ଦେଇ ବାଲିଗୁଡ଼ା ରେ ଭୋର ୫ ଟା ରେ ପହଞ୍ଚିବ ।
ଏଥିରେ ବାଲିଗୁଡା ଠାରୁ ପୁରୀ କୁ ପୁରୁଷ ଯାତ୍ରୀଙ୍କ ପାଇଁ ଜଣକ ପିଛା ଟିକଟ ର ମୂଲ୍ୟ ୮୦୦ ଟଙ୍କା ରହିଥିବା ବେଳେ ମହିଳା ଯାତ୍ରୀ ଙ୍କ ପାଇଁ ରିହାତି ରେ ୪୦୦ ଟଙ୍କା ରହିଛି, ଏଣୁ ଏହାର ସୁଯୋଗ ନେବା ପାଇଁ ସ୍ଥାନୀୟ ସରକାରୀ ଟିକଟ କାଉଣ୍ଟର କର୍ମଚାରୀ ପ୍ରକାଶ କରିଛନ୍ତି ।
ଶ୍ରୀ ଜଗନ୍ନାଥ ଧାମ ପୁରୀ କୁ ଏକ ସରକାରୀ ଭଲଭୋ ବସ ର ଶୁଭାରମ୍ଭ କରି ଥିବାରୁ ଅଞ୍ଚଳ ବାସୀ କୃତଜ୍ଞତା ଜଣାଇଛନ୍ତି ।
କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ
ବାଲିଗୁଡା, ୧୬/୧୨ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କାରାଗାରରେ ଥିବା ଜୈନକ ବିଚାରାଧୀନ କଏଦୀଙ୍କ ଚିକିତ୍ସାଧିନ ଅବସ୍ଥାରେ ବାଲିଗୁଡା ମେଡିକାଲ ରେ ମଙ୍ଗଳବାର ମୃତ୍ୟୁ ବରଣ କରିଥିବା ଜଣାପଡିଛି ।
ଘଟଣରୁ ପ୍ରକାଶ ଯେ, କିଛିଦିନ ତଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନା ବଡ଼ିମୁଣ୍ଡା ଅଞ୍ଚଳର ହେରଦ ଦିଗାଳ (୬୫) ଏକ ହତ୍ୟା ମାମଲା ରେ ଜି.ଉଦୟଗିରି ସ୍ଥିତ ଉପ କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିଲେ ।
ସେଠାରେ ତାଙ୍କର ଦେହ ଅସୁସ୍ଥ ହେବାରୁ ସଙ୍ଗେ ସଙ୍ଗେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ , ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନେଇଥିଲେ ।
ସେଠାରୁ ସେ ୨୦୨୫ ମସିହା ଅକ୍ଟୋବର ମାସ ୧୪ ତାରିଖ ରେ ସୁସ୍ଥ ହୋଇ ବାଲିଗୁଡ଼ା ଉପ କାରାଗାରକୁ ଆସିଥିଲେ ।
ପୁଣି ହଠାତ ମଙ୍ଗଳବାର ଦିନ ବିଚାରାଧୀନ କଏଦୀ ହେରଦ ଙ୍କ ର ଛାତିରେ ଯନ୍ତ୍ରଣା ହେବାରୁ ଜେଲ୍ କର୍ତ୍ତୃପକ୍ଷ ସଙ୍ଗେ ସଙ୍ଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ ।
ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ଜଣାପଡ଼ିଛି । ଖବର ପାଇ ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଅବ୍ୟାହତ ରଖିଛି ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930