Indus Valley Times

ପୁରୀର ସମସ୍ତ ଅଫିସର୍‌ଙ୍କ ଛୁଟି ବାତିଲ, ୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି

 Breaking News

ପୁରୀର ସମସ୍ତ ଅଫିସର୍‌ଙ୍କ ଛୁଟି ବାତିଲ, ୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି

ପୁରୀର ସମସ୍ତ ଅଫିସର୍‌ଙ୍କ ଛୁଟି ବାତିଲ, ୩୦ ଡିସେମ୍ବରରୁ ୪ ଜାନୁଆରି ପର୍ଯ୍ୟନ୍ତ କେହି ଛୁଟିରେ ରହିପାରିବେନି
December 30
18:32 2025

ପୁରୀ, ୩୦/୧୨: ସରକାରୀ ଅଧିକାରୀ ନେଇପାରିବେ ନାହିଁ ଛୁଟି। ଆଜିଠାରୁ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ। ପୁରୀ ଜିଲ୍ଲାର ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି।
ମୁଖ୍ୟ କାର୍ଯ୍ୟାଳୟ ନଛାଡିବାକୁ ଜିଲ୍ଲାପାଳଙ୍କ କଡା ନିର୍ଦ୍ଦେଶ ରହିଛି। ୨୦୨୬ ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି।
ପୁରୀରେ ପର‌୍ୟ୍ୟଟକ ଏବଂ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ନିଆଯାଇଛି ପଦକ୍ଷେପ। ଜିଲ୍ଲାର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନସ୍ଥଳୀ, ତୀର୍ଥସ୍ଥାନ ରହିଥିବାରୁ ଭିଡ଼କୁ ଦେଖି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା। ଜିଲ୍ଲାପାଳ କହିଛନ୍ତି, ଆସନ୍ତା ୨୦୨୬ ନୂଆବର୍ଷ ସୁଖ ସମୃଦ୍ଧି ପୂର୍ଣ୍ଣ ହେଉ। ଏହି ଆଶା ନେଇ ମହାପ୍ରଭୁଙ୍କ ଦର୍ଶନ ପାଇଁ ପୁରୀ ଶ୍ରୀମନ୍ଦିରକୁ ଧାଇଁ ଆସୁଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ।
ମହାପ୍ରଭୁଙ୍କ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇ ନୂଆବର୍ଷରେ ଏକ ନୂଆ ଢଙ୍ଗରେ ଜୀବନ ଜୀବିକାକୁ ଆଗେଇ ନେବା ପାଇଁ ଭକ୍ତମାନେ ଶ୍ରୀମନ୍ଦିରକୁ ଛୁଟି ଆସୁଛନ୍ତି।
ନବବର୍ଷରେ ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଏହାକୁ କିଭଳି ଶୃଙ୍ଖଳିତ କରାଯାଇପାରିବ ସେନେଇ ଶ୍ରୀମନ୍ଦିର, ପୁରୀ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ଭକ୍ତମାନେ କିଭଳି ସୁରୁଖୁରୁରେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ଓ ସଅଳ ନୀତିକାନ୍ତି ମହାପ୍ରଭୁଙ୍କର ହୋଇପାରିବ ସେନେଇ ସେବାୟତଙ୍କ ସହ ଆଲୋଚନା କରାଯାଇଛି।
ତେବେ ନୂଆବର୍ଷରେ ବ୍ୟାପକ ସୁରକ୍ଷା ବଳୟରେ ରହିବ ଶ୍ରୀମନ୍ଦିର। ଲକ୍ଷାଧିକ ଶ୍ରଦ୍ଧାଳୁ ଓ ପର‌୍ୟ୍ୟଟକଙ୍କ ଆଗମନ ହେବାକୁ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ଶୃଙ୍ଖଳିତ ଦର୍ଶନ ସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ସୁପରିଚାଳନା ପାଇଁ ସହରରେ ୭୦ରୁ ଅଧିକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ସମଗ୍ର ସହରକୁ ସିସିଟିଭି ବଳୟ ମଧ୍ୟରେ ରଖାଯାଇଛି କ୍ଷ
ଶ୍ରୀମନ୍ଦିର ଭିତରେ ୧୫୨ଟି ସିସିଟିଭି ଏବଂ ବାହାରେ ୧୯୨ ସିସିଟିଭି ଲଗାଯାଇଛି। ୨ ଜଣ କମାଣ୍ଡାଣ୍ଟ, ୧୩ ଅତିରିକ୍ତ ଏସପି, ୪୩ ଜଣ ଡିଏସପି, ୮୭ ଇନ୍ସପେକ୍ଟର, ୨୪୬ ଏସ୍‌ଆଇ ଏବଂ ଏଏସ୍‌ଆଇ ମୁତୟନ ରହିବେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031