Indus Valley Times

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ

 Breaking News

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ

ବୌଦ୍ଧରେ ଧୁମଧାମରେ ପାଳନ ହେବ ଜ଼ିଲ୍ଲାସ୍ତରୀୟ ୭୭ ତମ ସାଧାରଣତନ୍ତ୍ର ଦିବସ
January 08
10:14 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୧ : ବୌଦ୍ଧଠାରେ ଜିଲାସ୍ତରୀୟ ୭୭ତମ ସାଧାରଣ ତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳଙ୍କ ସଦଭାବନା ଗୃହ ଠାରେ ବୁଧବାର ସନ୍ଧ୍ୟା ରେ ଅନୁଷ୍ଠିତ ହୋଇଯାଇଛି ।
ଜିଲାପାଳ ବିଭୁତି ଭୂଷଣ ନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଚଳିତବର୍ଷ ର ବିଭିନ୍ନ କାର୍ଯ୍ୟକ୍ରମ ଧୁମଧାମରେ ପାଳନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି ।
ସଭା ପ୍ରାରମ୍ଭ ରେ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ସାଧାରଣତନ୍ତ୍ର ଦିବସ ସମାରୋହ, ୨୦୨୫ ର ବିବରଣୀ ପାଠ କରିବା ସହ ଦିନତମାମ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସମସ୍ତ ଙ୍କ ମତାମତ ଦେବା ପାଇଁ କହି ଥିଲେ ।
ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ପ୍ରତ୍ୟୁଷ ଘ. ୪.୩୦ ମି .ସମୟ ରେ ରାମଧୁନ , ସକାଳ ଘ. ୬ ରୁ ୬.୩୦ ମଧ୍ୟ ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରଭାତଫେରି , ସକାଳ ୭ ରୁ ୭.୩୦ ମଧ୍ୟରେ ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନରେ ଜାତୀୟ ପତାକା ଉତ୍ତୋଳନ, ଘ. ୭.୪୫ ରୁ ଘ. ୮.୧୦ ମି.ମଧ୍ୟ ରେ ସହରର ବିଭିନ୍ନ ଛକରେ ସ୍ଥାପିତ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବ ।
ଏହିପରି ସମସ୍ତ ବ୍ଲକ ମାନଙ୍କ ରେ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମଧ୍ୟ ମାଲ୍ୟକ୍ଷର୍ପଣ କରାଯିବ ।
ଜିଲାସ୍ତରୀୟ ଅନୁଷ୍ଠାନିକ ପ୍ୟାରେଡ ଉତ୍ସବରେ ମୁଖ୍ୟଅତିଥି ସକାଳ ଘ. ୮.୩୦ ମି. ସମୟରେ ରେ ଷ୍ଟାଡିୟମ ଠାରେ ଜାତୀୟ ପତାକା ଉତ୍ତୋଳନ କରିବେ । ଜିଲାସ୍ତରୀୟ ଅନୁଷ୍ଠାନିକ ପ୍ୟାରେଡ ପ୍ରତିଯୋଗିତା ଓ ଶାରିରୀକ କ୍ରିଡା କୌଶଳ ପ୍ରତିଯୋଗିତା,ବିଭିନ୍ନ ବିଭାଗ ପକ୍ଷ ରୁ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ସହିତ ଆନୁଷ୍ଠାନିକ ପ୍ୟାରେଡ ପରେ ଗୋଟିଏ ଲାଇନ ରେ ଯାଇ ସହର ପରିକ୍ରମା କରିବା, ରକ୍ତଦାତା ପ୍ରବର୍ତକ ସଂଘ ଓ ବିଭନ୍ନ ସଂଘ ପକ୍ଷରୁ ରକ୍ତଦାନ ଶିବିର, ବିଭିନ୍ନ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ କବିତା ପାଠୋତ୍ସବ, କୌତୁକ କ୍ରିକେଟ ମ୍ୟାଚ, ପୁଷ୍ପ ପ୍ରଦର୍ଶନୀ,ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ, ଜିଲା ମୁଖ୍ୟ ଚିକିତ୍ସାଳୟ,କୁଷ୍ଟାଶ୍ରମ ଓ ଜ଼ିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯିବ ।
ସନ୍ଧ୍ୟାରେ ଟାଉନହଲଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହେବ ।
ସ୍ୱାଧୀନତା ଦିବସ ଉତ୍ସବ ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଇଂରାଜୀ, ଓଡିଆ, ହିନ୍ଦୀ,ସଂସ୍କୃତ ରେ ବକ୍ତୃତା , ଯୋଗାସନ , ଚିତ୍ରାଙ୍କନ , ଦେଶାତ୍ମବୋଧକ ସଂଗୀତ, କୌତୁକ ବେଶ ପୋଷାକ ଆଦି ପ୍ରତିଯୋଗିତା ପୂର୍ବରୁ ଅନୁଷ୍ଠିତ କରାଯାଇ ସନ୍ଧ୍ୟା ରେ ପୁରସ୍କାର ପ୍ରଦାନ ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ପ୍ୟାରେଡ ପଡିଆର ପ୍ରସ୍ତୁତି ଓ ସାଜସଜ୍ଜା ପୂର୍ବରୁ ଦାୟିତ୍ୱ ତୁଲାଇ ଆସୁଥିବା ସରକାରୀ ବିଭାଗ ଗୁଡିକ ପକ୍ଷରୁ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଏହି ବୈଠକରେ ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଜ଼ିଲ୍ଲା ବନଖଣ୍ଡ ଅଧିକାରୀ ରାଜେନ୍ଦ୍ର ଗୋଛାୟତ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ବୌଦ୍ଧ ଯୁଗଳ କିଶୋର ବିଶ୍ୱାଳ, ନିର୍ବାହୀ ଅଧିକାରୀ, ବୌଦ୍ଧଗଡ଼ ପୌରପରିଷଦ ସତ୍ୟ ନାରାୟଣ ପଧାନ, ଡେପୁଟି କଲେକ୍ଟର ନିରୋଜ କୁମାର ଭତ୍ରା, ସହକାରୀ ଜ଼ିଲ୍ଲାପାଳ ଚାନ୍ଦିନୀ ମେହେର, ସହକାରୀ ନିର୍ବାହୀ ଯନ୍ତ୍ରୀ,ପୂର୍ତ୍ତ ବିଭାଗ ଇଂ କୁନା ଚରଣ ସିଂ, ନିର୍ବାହୀ ଯନ୍ତ୍ରୀ, ଟିପି ଏସ ଓ ଡି ଏଲ ନରେଶ ଚନ୍ଦ୍ର ଆଚାର୍ଯ୍ୟ, ସରଜେଣ୍ଟ ଖଗେଶ୍ୱର ବିଶ୍ୱାଳ,ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଦ୍ରୌପଦୀ ମାଝୀ,
ଅବକାରୀ ଅଧିକ୍ଷକ ଶାନ୍ତି ମାରାଣ୍ଡି, ଅନ୍ୟାନ୍ୟ ଜ଼ିଲ୍ଲାସ୍ତରୀୟ ଅଧିକାରୀ ,ବେସରକାରୀ ଅନୁଷ୍ଠାନର କର୍ମକର୍ତ୍ତା, ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ, ଶିକ୍ଷୟତ୍ରୀ, ମହାବିଦ୍ୟାଳୟ ର ଅଧ୍ୟାପକ ବୃନ୍ଦ,ବରିଷ୍ଠ ସାହିତ୍ୟିକ,ବୁଦ୍ଧିଜୀବି, ବରିଷ୍ଠ ସାମ୍ବାଦିକ ରଜନୀକାନ୍ତ ଦାଶ, ଗଣମାଧ୍ୟମ ର ପ୍ରତିନିଧି , ଚିତ୍ତରଞ୍ଜନ ଦାଶ, ଗୋପାଳ କୃଷ୍ଣ ବେହେରା, ଯୀଶୁ ପଧାନ, ସୁଶାନ୍ତ ବାଘ ପ୍ରମୁଖ ଯୋଗ ଦେଇଥିଲେ ।
ସଭା ଶେଷରେ ଉପ ଜ଼ିଲ୍ଲାପାଳ ବିନୟ କୁମାର ଭୋଇ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଜାତୀୟ ଦିବସ ସଫଳତା ର ସହ ପାଳନ କରିବା ପାଇଁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031