Indus Valley Times

ବାଲିଅନ୍ତା ଘଟଣାରେ ୪ଜଣ କର୍ମଚାରୀ ନିଲମ୍ବିତ, ୨ଜଣ ଗୃହରକ୍ଷୀ ବହିଷ୍କୃତ

 Breaking News

ବାଲିଅନ୍ତା ଘଟଣାରେ ୪ଜଣ କର୍ମଚାରୀ ନିଲମ୍ବିତ, ୨ଜଣ ଗୃହରକ୍ଷୀ ବହିଷ୍କୃତ

ବାଲିଅନ୍ତା ଘଟଣାରେ ୪ଜଣ କର୍ମଚାରୀ ନିଲମ୍ବିତ, ୨ଜଣ ଗୃହରକ୍ଷୀ ବହିଷ୍କୃତ
May 10
20:40 2026

ଭୁବନେଶ୍ୱର, ୧୦/୫ : ବାଲିଅନ୍ତା ଭିଡ ସୌମ୍ୟରଂଜନଙ୍କୁ ପିଟି ପିଟି ହତ୍ୟା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। IICଙ୍କୁ ବଦଳି କରାଯାଇଥିବା ବେଳେ ୪ ପୋଲିସ ଅଧିକାରୀକୁ ସସ୍‌ପେଣ୍ଡ୍ କରିଦିଆଯାଇଛି। ଏହି ଘଟଣାରେ ଜଣେ SI, ଜଣେ ASI, ଜଣେ OAPF ସସ୍‌ପେଣ୍ଡ୍ ହୋଇଛନ୍ତି। ଜଣେ କନଷ୍ଟେବଲ ସସ୍‌ପେଣ୍ଡ୍‌, ୨ ହୋମଗାର୍ଡ ମଧ୍ୟ କାର୍ଯ୍ୟରୁ ବିଦା କରାହୋଇଛି।
ସରକାର ଏହି ଘଟଣାରେ ବାଲିଅନ୍ତା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ୱର ମୁଖ୍ୟାଳୟକୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ୱ ଦିଆଯାଇଛି। ସେହିପରି ଜଣେ ଏସ୍‌ଆଇ, ଜଣେ ଏଏସ୍‌ଆଇ, ଜଣେ ଓଏପିଏଫ୍ ଙ୍କୁ ନିଲମ୍ବନ କରାଯାଇଛି।
ଅନ୍ୟପଟେ ବାଲିଅନ୍ତାରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଓ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଛାନଭିନ୍ ଜୋରଦାର ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ବାଲିଅନ୍ତା ଥାନାରେ ପହଞ୍ଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି।
କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧରଙ୍କ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡର ତଦନ୍ତ ପାଇଁ ମୋଟ ୨ଟି ଟିମ୍ ଗଠନ କରାଯାଇଛି। ପ୍ରତି ଟିମ୍‌ରେ ୪ ଜଣ ଲେଖାଏଁ ମୋଟ ୮ ଜଣ ସଦସ୍ୟ ରହିଛନ୍ତି।
ଗୋଟିଏ ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ କରୁଥିବା ବେଳେ ଅନ୍ୟ ଟିମ୍‌ଟି ଥାନାରେ ରହି ସମସ୍ତ କାଗଜପତ୍ର ଏବଂ ପୋଲିସର ଭୂମିକାକୁ ନେଇ ଯାଞ୍ଚ କରୁଛି।
ଘଟଣା ସମୟରେ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସବୁ ଭିଡିଓର ତନ୍ନତନ୍ନ ଯାଞ୍ଚ କରି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯିବ। ଡିଆଇଜି କହିଛନ୍ତି ଯେ, କୌଣସି ବି ଦିଗକୁ ବାଦ୍ ଦିଆଯିବ ନାହିଁ ଏବଂ ପ୍ରତ୍ୟେକ ପକ୍ଷର ବୟାନ ରେକର୍ଡ କରାଯିବ। ଆବଶ୍ୟକ ପଡ଼ିଲେ ଗିରଫ ହୋଇଥିବା ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ପଚରାଉଚରା କରାଯିବ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930