Indus Valley Times

ସୁନ୍ଦରଗଡ଼ ରିଜେଣ୍ଟ୍ ମାର୍କେଟରୁ ହଟିଲା ୧୬୩ ଧାରା

 Breaking News

ସୁନ୍ଦରଗଡ଼ ରିଜେଣ୍ଟ୍ ମାର୍କେଟରୁ ହଟିଲା ୧୬୩ ଧାରା

ସୁନ୍ଦରଗଡ଼ ରିଜେଣ୍ଟ୍ ମାର୍କେଟରୁ ହଟିଲା ୧୬୩ ଧାରା
January 16
18:14 2026

ସୁନ୍ଦରଗଡ଼,୧୬/୧ : ସୁନ୍ଦରଗଡ଼ ସହରରୁ ହଟିଲା ବିଏନ୍‌ଏସ୍ ୧୬୩ ଧାରା। ଶାନ୍ତି କମିଟି ବୈଠକ ପରେ ଜିଲାପାଳ ଶଭୁଙ୍କର ମହାପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଏପରିକି ସହରରେ ଇଣ୍ଟରନେଟ ସେବା ସ୍ବାଭାବିକ କରିବା ସହ ଶାନ୍ତି ଶୋଭାଯାତ୍ରା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ସୂଚନା ଯୋଗ୍ୟ, ସୁନ୍ଦରଗଡ଼ ଟାଉନ ଥାନା ଅଧୀନ ରିଜେଣ୍ଟ ମାର୍କେଟରେ ଗୋମାଂସ ବିକ୍ରିକୁ କେନ୍ଦ୍ର କରି କିଛି ଲୋକ ବିରୋଧ କରିଥିଲେ । ଏହାକୁ ନେଇ ୨ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ସଂଘର୍ଷରେ ୪ ପୋଲିସ କର୍ମଚାରୀ ଙ୍କ ସମେତ ୧୨ ଜଣ ଆହତ ହୋଇଥିଲେ।
ଏପରିକି ସ୍ଥିତି ଗମ୍ଭୀର ହେବାକୁ ଜିଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ ସହରରେ ବିଏନ୍‌ଏସ୍ ୧୬୩ ଧାରା ଲାଗୁ କରାଯାଇଥିଲା। କୌଣସି ପ୍ରକାର ଉତ୍ତେଜନାମୂଳକ ସନ୍ଦେଶ ପ୍ରଚାର ନ କରାଯିବା ଉଦ୍ଦେଶ୍ୟରେ ସନ୍ଧ୍ୟା ୬ଟାରୁ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଥିଲା। ଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଶାନ୍ତି କମିଟି ବୈଠକ ହୋଇଥିଲା। ବୈଠକ ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି କଟକଣାକୁ କୋହଳ କରାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31