Indus Valley Times

ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବିନା ଟିକେଟ ଯାଞ୍ଚରୁ ରେକର୍ଡ ସଂଖ୍ୟକ ଜରିମାନା ଆଦାୟ

 Breaking News

ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବିନା ଟିକେଟ ଯାଞ୍ଚରୁ ରେକର୍ଡ ସଂଖ୍ୟକ ଜରିମାନା ଆଦାୟ

ଖୋର୍ଦ୍ଧାରୋଡ଼ ମଣ୍ଡଳ ପକ୍ଷରୁ ବିନା ଟିକେଟ ଯାଞ୍ଚରୁ ରେକର୍ଡ ସଂଖ୍ୟକ ଜରିମାନା ଆଦାୟ
July 02
13:00 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୨/୭ : ପୂର୍ବତଟ ରେଳପଥ ଅନ୍ତର୍ଗତ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ ର ପ୍ରଥମ ତ୍ରୈମାସିକ (ଅପ୍ରେଲ-୨୦୨୬ ରୁ ଜୁନ୍-୨୦୨୬) ମଧ୍ୟରେ ଟିକେଟ ଯାଞ୍ଚ ପ୍ରକ୍ରିୟାରୁ ସର୍ବକାଳୀନ ରେକର୍ଡ ସଂଖ୍ୟକ ୧୫.୬୩ କୋଟି ଟଙ୍କା ରାଜସ୍ୱ ଆଦାୟ କରି ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଅବଧି ମଧ୍ୟରେ ବିନା ଟିକେଟ ଯାତ୍ରା, ଅନିୟମିତ ଯାତ୍ରା ଏବଂ ବିନା ବୁକିଂରେ ସାମଗ୍ରୀ ପରିବହନ କରୁଥିବା ପ୍ରାୟ ୨.୩୭ ଲକ୍ଷ ମାମଲା ଚିହ୍ନଟ କରାଯାଇ ଜରିମାନା କରାଯାଇଛି, ଯାହା ଗତ ବର୍ଷ ଏହି ସମୟ ମଧ୍ୟରେ ୧.୯ ଲକ୍ଷ ଥିଲା।
ଏହି ସଫଳତା ବିନା ଟିକେଟ ଯାତ୍ରାକୁ ରୋକିବା ଏବଂ ରେଳବାଇର ରାଜସ୍ୱକୁ ସୁରକ୍ଷିତ ରଖିବା ଦିଗରେ ରେଳ ମଣ୍ଡଳର ନିରନ୍ତର ପ୍ରୟାସକୁ ଦର୍ଶାଉଛି।
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଅନିଲ କୁମାର ଏସ୍. ଏହି ଉଲ୍ଲେଖନୀୟ ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ଟିକେଟ୍ ଯାଞ୍ଚ କର୍ମଚାରୀଙ୍କ ନିଷ୍ଠା, ପରିଶ୍ରମ ଓ କର୍ତ୍ତବ୍ୟନିଷ୍ଠାକୁ ଦେଇଛନ୍ତି।
ପ୍ରମୁଖ ରେଳ ଷ୍ଟେସନ ଓ ଚଳନ୍ତା ଟ୍ରେନ ଗୁଡ଼ିକରେ ନିୟମିତ ଭାବେ ପରିଚାଳିତ ସଘନ ଫୋର୍ଟ୍ରେସ୍ ଚେକିଂ ବ୍ୟାପକ ଟିକେଟ୍ ଯାଞ୍ଚ ଅଭିଯାନ, ଆକସ୍ମିକ ଯାଞ୍ଚ ଏବଂ ମଧ୍ୟବର୍ତ୍ତୀ ସେକ୍ସନରେ କରାଯାଇଥିବା ଟିକେଟ୍ ଯାଞ୍ଚ କାର୍ଯ୍ୟକ୍ରମ ଏହି ସଫଳତାର ମୂଳ ଆଧାର ବୋଲି ସେ କହିଛନ୍ତି।
ସମସ୍ତ ଯାତ୍ରୀଙ୍କୁ ସର୍ବଦା ବୈଧ ଟିକେଟ କିମ୍ବା ଉପଯୁକ୍ତ ପ୍ରମାଣପତ୍ର ସହିତ ଯାତ୍ରା କରିବାକୁ ଅନୁରୋଧ କରିଛନ୍ତି ଏବଂ ପ୍ରକୃତ ଯାତ୍ରୀ ମାନଙ୍କୁ ଉତ୍ତମ ସେବା ପ୍ରଦାନ କରିବାରେ ରେଳବାଇକୁ ସହଯୋଗ କରିବାକୁ କହିଛନ୍ତି।
ଏଥିସହିତ, ଦୈନିକ ଯାତ୍ରୀମାନଙ୍କୁ ମେମୁ /ଲୋକାଲ୍ ଟ୍ରେନ୍‌ରେ ନିୟମିତ ଯାତ୍ରା ପାଇଁ ସିଜିନ ଟିକଟ ପରି ରିଆତି ସୁବିଧା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଟିକେଟ୍ ଯାଞ୍ଚ ଅଭିଯାନକୁ ଆହୁରି ଜୋରଦାର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031