Indus Valley Times

ନୟାଗଡ଼ କପ୍ : କଟକ ଚାମ୍ପିଅନ

 Breaking News

ନୟାଗଡ଼ କପ୍ : କଟକ ଚାମ୍ପିଅନ

ନୟାଗଡ଼ କପ୍ : କଟକ ଚାମ୍ପିଅନ
January 26
20:51 2026

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୬ /୧ : ନୟାଗଡ଼ ଖେଳ ପଡିଆ ଠାରେ ଚାଲିଥିବା ସର୍ବ ଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜି ଥିଲା ଫାଇନାଲ ମ୍ୟାଚ। ୭୮୬ ୟୁଥ୍ କ୍ଳବ୍ ଆନୁକୂଲ୍ୟରେ ଦୀର୍ଘ ୮ ଦିନ ଧରି ଚାଲିଥିବା ଖେଳର ଆଜିର ଏହି ଫାଇନାଲ ଖେଳରେ ଭଞ୍ଜନଗର ଓ ମଙ୍ଗଳା କ୍ଳବ୍ କଟକ ପରସ୍ପରକୁ ଭେଟିଥିଲେ। ଆରମ୍ଭରୁ ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରୀ ରହିଥିଲା।
ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ଡ. ଅରୁଣ କୁମାର ସାହୁ ଆଜି ଏଠାରେ ଯୋଗ ଦେଇଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ, ନଗରପାଳିକା ନିରୁପମା ଖଟେଇ, ଅଧ୍ୟକ୍ଷ ନୟାଗଡ଼ ବ୍ଲକ୍ କିଶୋର ଚନ୍ଦ୍ର ସାହୁ, ଅଧକ୍ଷ ନୂଆଗାଁ ବ୍ଲକ୍ ଶଙ୍କର୍ଷଣ ବେହେରା, ବେଣୁଧର ପ୍ରଧାନ ଭାପୁର ବ୍ଲକ୍ ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟ ଆଶିଷ କୁମାର ଅଗ୍ରୱାଲ, ପ୍ରଦୀପ କୁମାର ପୃଷ୍ଟି ଅଧକ୍ଷ ୟୁନିଟେକ୍ କଲେଜ, ମନୋଜ କୁମାର ନାୟକ ସଭାପତି ଘରୋଇ ବସ୍ ସଂଘ ନୟାଗଡ଼ ଓ ସମ୍ପାଦକ ଶେଖ୍ ୟୁସୁଵ୍ , ସମାଜସେବୀ ପ୍ରଦୀପ କୁମାର ସାହୁ, ଗୁରୁପ୍ରସାଦ ଜେନା ଉପାଧ୍ୟକ୍ଷ ନୟାଗଡ଼, ଗଙ୍ଗାଧର ପଣ୍ଡା ନୟାଗଡ଼ ବିଧସଭ ମଣ୍ଡଳୀ ସଭାପତି, ଚଳଚିତ୍ର ନିର୍ମାତା ପ୍ରଦୀପ କୁମାର ଆଚାର୍ଯ୍ୟ, ସୁଜିତ୍ ରୋସନ୍ ପଟ୍ଟନାୟକ , ଶେଖ୍ ଅତାହର ଓରିଗୋଲ୍ଡ଼ ର ଏମ ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।
ମୁଖ୍ୟ ରେଫ ରି ଭାବେ ରାଜୁ ସ୍ବାଇଁ ଆଜିର ଖେଳ ପରିଚାଳନା କରିଥିଲେ ଏବଂ ରେଫରି ପ୍ରସନ୍ନ କୁମାର ନାୟକ ଓ ସରୋଜ ବେହେରା ତାଙ୍କୁ ଲାଇନ୍ ରେ ରହି ସହାୟତା କରିଥିଲେ ଏବଂ ଚଟୁର୍ଥ ରେଫରି ଭାବେ ଜ୍ୟୋତି ପ୍ରକାଶ ସ୍ବାଇଁ କାର୍ଯ୍ୟ ସମ୍ପାଦନ କରିଥିଲେ। ଆଜି ଫାଇନାଲ ଖେଳର ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ମ୍ୟାଚ୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଭାବେ କଟକ ଦଳର ଖେଳାଳି ଦୀନବନ୍ଧୁ ଦାସଙ୍କୁ ପୁରସ୍କୃତ କରା ଯାଇଥିଲା।
ଅଧ୍ୟାପକ ଆଶୁତୋଷ ମିଶ୍ର ଓ ସାମ୍ବାଦିକ ରାମକୃଷ୍ଣ ରଥ ଧାରା ବିବରଣୀ ପ୍ରଚାର କରିଥିଲେ। ଆଜି ଫାଇନାଲ ଖେଳରେ ଦର୍ଶକ ସଂଖ୍ୟା ପ୍ରବଳ ସଂଖ୍ୟାରେ ବୃଦ୍ଧି ପାଇଥିଲା। ଶେଷରେ ମଙ୍ଗଳା କ୍ଳବ୍ କଟକ ଭଞ୍ଜନଗର ଦଳକୁ ଖେଳ ଶେଷ ହେବାର ୧୫ ମିନିଟ୍ ପୂର୍ବରୁ ଗୋଟିଏ ଗୋଲ୍ ଦେଇ ଦଳକୁ ଆଗୁଆ ରଖିଥିଲେ। ଫ୍ଲଡ୍ ଲାଇଟ୍ ରେ ବିଳମ୍ବିତ ସମୟ ପର୍ଯ୍ୟନ୍ତ ଖେଳକୁ ସମସ୍ତେ ଉପଭୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31