Indus Valley Times

ଆତଙ୍କିତ ହୁଅନି, ସତର୍କ ରୁହ : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ

 Breaking News

ଆତଙ୍କିତ ହୁଅନି, ସତର୍କ ରୁହ : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ

ଆତଙ୍କିତ ହୁଅନି, ସତର୍କ ରୁହ : ସମ୍ଭାବ୍ୟ ବାତ୍ୟାକୁ ନେଇ ସରକାର ପ୍ରସ୍ତୁତ କହିଲେ ମନ୍ତ୍ରୀ
October 24
15:40 2025

ଭୁବନେଶ୍ୱର, ୨୪/୧୦ : ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ ,ବଢିଲା ବାତ୍ୟା ଭୟ। ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫ଟା୩୦ ସମୟରେ ଦକ୍ଷିଣପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି କ୍ଷ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ୨୪ଘଣ୍ଟାରେ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନୀ ଏକ୍ସରେ ଏନେଇ ସୂଚନା ଦେଇଛନ୍ତି ଯେ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି।
ସେହିପରି ପାଣିପାଗ ବିଜ୍ଞାନୀ ଶରତ ସାହୁଙ୍କର କହିବା ଅନୁଯାୟୀ ମଡେଲ କହୁଛି ଅଧିକ ଘନୀଭୂତ ହୋଇ ଅତିବେଶୀରେ ବାତ୍ୟା ରୂପ ନେଇପାରେ। ବଡ ଆକାରରେ ନହେଲେ ବି ଛୋଟଧରଣର ବାତ୍ୟା ହେବା ଥୟ ବୋଲି ସେ କହିଛନ୍ତି। ହେଲେ ଏନେଇ ଆଇଏମଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଅକ୍ଟୋବର ଶେଷ ହୋଇନଥିବାରୁ ଏବେ ବି ବାତ୍ୟା ଭୟ ରହିଛି।
ତେବେ ବାତ୍ୟା ମାସ ଅକ୍ଟୋବରରେ ଶେଷ ଆଡକୁ ସୃଷ୍ଟ ଏହି ଲଘୁଚାପ କେଉଁ ରୂପ ନେବ, ବାତ୍ୟା ଆଣିବ କି ନାହିଁ ତାକୁ ନେଇ ଆଶଙ୍କା ବଢିଛି। କାରଣର ପୂର୍ବରୁ ଆମେରିକୀୟ ପାଣିପାଗ ସଂସ୍ଥା ଏୠଝ , ୟୁରୋପୀୟ ଋଉଗଡୠ ମଡେଲ ଇଣ୍ଡିକେସନ ଠିକ ଏହି ଦିଗକୁ ଯାଉଛି। ଯେହେତୁ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଫେରିଛି ଓ ଉତ୍ତର-ପୂର୍ବ ମୌସୁମୀ ଶକ୍ତିଶାଳୀ ହେଉଛି, ତେଣୁ ଅକ୍ଟୋବର ହିଁ ଲଘୁଚାପକୁ ବାତ୍ୟାରେ ପରିଣତ କରାଇବାର ପ୍ରକୃଷ୍ଟ ସମୟ ଅଟେ । କାରଣ ଏହି ସମୟରେ ସ୍ଥଳଭାଗ ଥଣ୍ଡା ଥିଲେ ବି ସମୁଦ୍ର ଭିତର ଗରମ ଥାଏ, ଫଳରେ ଗୋଟିଏ ଲଘୁଚାପକୁ ଅନ୍ୟଟି ବଳ ଯୋଗାଏ, ଯାହାକି ଶକ୍ତିଶାଳୀ ହୋଇ ବାତ୍ୟା ରୂପ ନେଇଥାଏ।
କ୍ଟ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031