Indus Valley Times

ଦାର୍ଶନିକ ଜିଡୁ କ୍ରିଷ୍ଣ ମୂର୍ତିଙ୍କ ଧ୍ୟାନ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା

 Breaking News

ଦାର୍ଶନିକ ଜିଡୁ କ୍ରିଷ୍ଣ ମୂର୍ତିଙ୍କ ଧ୍ୟାନ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା

ଦାର୍ଶନିକ ଜିଡୁ କ୍ରିଷ୍ଣ ମୂର୍ତିଙ୍କ ଧ୍ୟାନ ଇନ୍ଦିରା ଗାନ୍ଧୀଙ୍କୁ ପ୍ରଭାବିତ କରିଥିଲା
February 06
19:08 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ,୬/୨ : ସଭା ପ୍ରାରମ୍ଭ ରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।
ଜଷ୍ଟିସ ଚିତ୍ତରଞ୍ଜନ ଦ।ଶ ଆଲୋଚନାକୁ ଶୁଭାରମ୍ଭ କରି କହିଲେ ଯେ ବିଶିଷ୍ଟ ଦାର୍ଶନିକ ଯିଡୁ କ୍ରିଷ୍ଣମୂର୍ତି ଙ୍କ ଧ୍ୟାନ ସେ ସମୟରେ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ବେଶ୍ ପ୍ରଭାବିତ କରିଥିଲା ।
ତାଙ୍କର ଅନୁଗାମୀ ଆରତି ମହାନ୍ତି ଜିଡୁ କ୍ରିଷ୍ଣ ମୂର୍ତି ଙ୍କ ଜୀବନ ଦର୍ଶନ ଓ ଧ୍ୟାନ ସମ୍ପର୍କରେ ତ।ତ୍ୱିକ ଆଲୋଚନା କରିଥିଲେ । ଦିଲ୍ଲୀ ରୁ ସୁଭ୍ରାଲିନ ମହାନ୍ତି ,ନୀଳଗିରି ରୁ ମନୋଜ।ମଞ୍ଜରି ଦେବୀ କ୍ରିଷ୍ଣ ମୂର୍ତି ଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ କହିଥିଲେ ।
୧୪୭ ତମ ସଭାକୁ ସଂଯୋଜନା କରି ଥିଙ୍କର୍ସ କ୍ଲବ ର ସଭାପତି ବରଦା ପ୍ରସନ୍ନ ଦାସ ପରବର୍ତ୍ତୀ ଆଲୋଚନା ସଫଳ ଦିବ୍ୟ ଜୀବନ ଓ ଇଶ୍ୱର ଦର୍ଶନ ବିଷୟରେ ଆଲୋଚନା କରାଯିବ ବୋଲି କହିଥିଲେ ।ସୁବାସ ପଟ୍ଟନାୟକ,ଅନିତା ସାହୁ,କଳ୍ପତରୁ ବଟୁ,ସ୍ଵର୍ଣ୍ଣ ଲତା ମିଶ୍ର,କସ୍ତୁରୀ ମହାନ୍ତି,ଉମାଶଙ୍କର ମିଶ୍ର,ଇନ୍ଦିରା ଦେବୀ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031