Indus Valley Times

ନ୍ୟାସ ପକ୍ଷରୁ”ହିନ୍ଦୀ ପକ୍ଷ -୨୦୨୫ ପାଳନ

 Breaking News

ନ୍ୟାସ ପକ୍ଷରୁ”ହିନ୍ଦୀ ପକ୍ଷ -୨୦୨୫ ପାଳନ

October 01
10:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା, ୧/୧୦ : ଜଟଣୀ ବ୍ଲକ ସୁନ୍ଦରପଦା ସ୍ଥିତ ବି.ଆଇ.ଆଇ.ଟି ଭୁବନେଶ୍ୱର ପରିସରରେ ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ ସଂଯୋଜନାରେ “ହିନ୍ଦୀ ପକ୍ଷ-୨୦୨୫” ପାଳନ ହୋଇଯାଇଛି । ଏହା ଓଡ଼ିଶା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସ, ବି.ଆଇ.ଆଇ.ଟି , ଭୁବନେଶ୍ୱର ଓ ପବିତ୍ର ମଞ୍ଜରୀ ଏଜୁକେସନାଲ୍ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା।
ପବିତ୍ର ମଞ୍ଜରୀ ଏଜୁକେସନାଲ୍ ଟ୍ରଷ୍ଟର ପ୍ରତିଷ୍ଠାତା ଟ୍ରଷ୍ଟି ବିଶ୍ୱରଂଜନ ବଡ଼ଜେନାଙ୍କ ସଭାପତିତ୍ୱରେ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର ଜାତୀୟ କୋଷାଧ୍ୟକ୍ଷ ଶିକ୍ଷାବିତ ସୁରେଶ ଗୁପ୍ତା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ନ୍ୟାସର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ ସମ୍ମାନିତ ଅତିଥି ଓ ବରିଷ୍ଠ ପ୍ରବକ୍ତା ଅମ୍ରିତା ବେଉରା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ।
ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ବଡ଼ଜେନା କହିଲେ “ନୂତନ ଜାତୀୟ ଶିକ୍ଷା ନୀତିର ମର୍ମାନୁସାରେ ଆମେ ଆମର ରାଜ୍ୟର ମାତୃଭାଷାକୁ ସମ୍ମାନ ଦେବା ସହିତ ଭାରତର ରାଜଭାଷା ହିନ୍ଦୀକୁ ଜାତୀୟ ପରିଚୟ ଭାବେ ଗ୍ରହଣ କରିବା ଉଚିତ। ଏହା ‘ବିଭିନ୍ନତାରେ ଏକତା’ର ସତ୍ୟ ସ୍ୱରୂପ ଓ ଜାତୀୟତାର ପ୍ରତିକ। ସମ୍ମାନିତ ଅତିଥି ପ୍ରାଧ୍ୟାପକ ଇଂ ରାଜେନ୍ଦ୍ର ପ୍ରସାଦ ନାୟକ ନିଜ ଉଦବୋଧନରେ କହିଲେ ହିନ୍ଦୀ ଭାରତୀୟ ଭାଷାମାନଙ୍କ ମଧ୍ୟରୁ ଗୋଟିଏ, ଯାହା ସଂସ୍କୃତରୁ ଉଦ୍ଭବିତ। ଭାରତର ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ପ୍ରଧାନ ବା ଦ୍ଵିତୀୟ ରାଜ୍ୟ ଭାଷା ହିନ୍ଦୀ ଅଟେ।
ଅର୍ଥାତ୍ ସ୍ୱତପ୍ରବୃତ ଭାବେ ହିନ୍ଦୀ ଭାଷାକୁ ଅର୍ଦ୍ଧାଧିକ ଜନସଂଖ୍ୟା ଭାରତରେ କହିପାରୁଥିବା ଓ ଲେଖିପାରୁଥିବାରୁ ବାକି ଜନସଂଖ୍ୟାଙ୍କ ମଧ୍ୟରେ ହିନ୍ଦୀ ଆଦୃତ କରାଇବା ହିଁ ଅପେକ୍ଷାକୃତ ସହଜ ବିକଳ୍ପ ଅଟେ ବୋଲି ବିବେଚନା କରି ଏହାକୁ ରାଜଭାଷାର ମାନ୍ୟତା ଦିଆଯାଇଛି।
ମୁଖ୍ୟବକ୍ତା ଶ୍ରୀମତୀ ବେଉରା ତାଙ୍କ ଅନୁଭବରୁ କହିଲେ ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ପରମ୍ପରା ସମ୍ପନ୍ନ ଦେଶରେ ପ୍ରତ୍ୟେକ ମୋଡରେ ଭିନ୍ନ ଭାଷା, ସଂସ୍କୃତି, ପରମ୍ପରା ଖାଦ୍ୟ, ପାନୀୟ ଓ ବେଷ ପୋଷାକ ଦେଖିବାକୁ ମିଳେ। ଏପରି ସ୍ଥିତିରେ ଏକ ସାର୍ବଜନୀନ ଭାଷା ଭାବରେ ରାଜଭାଷା ହିନ୍ଦୀ ଆବଶ୍ୟକ, ଯାହା ଦ୍ୱାରା ଦେଶର କୋଣ ଉପକୋଣରେ ହେଉ ବା ବିଦେଶରେ ଭାରତୀୟମାନେ ଅନାୟସରେ କଥାବାର୍ତ୍ତା ଓ ଭାବ ବିନିମୟ କରିପାରିବେ। ତେଣୁ ପ୍ରତ୍ୟେକ ଭାରତୀୟ ହିନ୍ଦୀ ଶିଖିବା ଓ ଲେଖିବା ନିତ୍ୟାନ୍ତ ଆବଶ୍ୟକ।
ମୁଖ୍ୟ ଅତିଥି ଶିକ୍ଷାବିତ ସୁରେଶ ଗୁପ୍ତା ହିନ୍ଦୀ ପକ୍ଷର ଉଦ୍ଦେଶ୍ୟ ଓ ଗୁରୁତ୍ୱ ବିଷୟରେ ବିସ୍ତୃତଭାବେ ଆଲୋକପାତ କରି କହିଲେ \”ଯେତେବେଳେ ଆମେ ଭାରତୀୟମାନେ ଆଞ୍ଚଳିକ ଓ ପ୍ରାନ୍ତିୟତାରୁ ଉର୍ଦ୍ଧକୁଯାଇ, ଭୟ ଓ ଘୃଣା ବିନା ହିନ୍ଦୀ କହିବା, ଲେଖିବା ଓ ବୁଝିବାରେ ସମର୍ଥ ହେବୁ, ସେତେବେଳେ ଆମର ଜାତୀୟ ଏକତା ସର୍ବୋଚ୍ଚ ସୀମାକୁ ଛୁଇଁ ପାରିବ\”। ସେ ଅନୁରୋଧ କଲେ ଯେ ହିନ୍ଦୀ ପକ୍ଷକୁ କେବଳ ଔପଚାରିକତାରେ ନୁହେଁ, ସତ୍ୟ ସ୍ୱରୂପରେ ପାଳନ କରିବା ଉଚିତ। ନ୍ୟାସର ଓଡ଼ିଶା ପ୍ରାନ୍ତ ସଂଯୋଜକ ଶିକ୍ଷାବିତ ବିଶ୍ୱରଂଜନ ମିଶ୍ର ମଧ୍ୟ ହିନ୍ଦୀ ପକ୍ଷ ଉପରେ ସମ୍ବୋଧନ କରିଥିଲେ । ପରିଶେଷରେ ନ୍ୟାସ ଓଡ଼ିଶା ପ୍ରାନ୍ତ ସହ ସଂଯୋଜକ ପ୍ରାଧ୍ୟାପକ ହେମନ୍ତ ଜେନା ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର‌୍ୟ୍ୟକ୍ରମରେ ଅଧିବକ୍ତା ସନ୍ତୋଷ କୁମାର ଦ୍ବିବେଦୀ, ଇଂ.ଦିଲ୍ଲୀପ କୁମାର ସାହୁ , ଡ଼ଃ ବିକାଶ କୁମାର, ସୌମ୍ୟନ୍ଦ୍ର ଜେନା, ଜିତେନ୍ଦ୍ର କୁମାର ମିଶ୍ର, ସରୋଜ କୁମାର ନନ୍ଦ, ବି.ଆଇ.ଆଇ.ଟି ଭୁବନେଶ୍ୱରର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ, ବିଦ୍ୟାର୍ଥୀ ପରିଷଦର ବହୁ ପୂର୍ବତନ କାର‌୍ୟ୍ୟକର୍ତ୍ତା ଉପସ୍ଥିତ ଥିଲେ।
ଭୁବନେଶ୍ୱର ଶିକ୍ଷା ସଂସ୍କୃତି ଉତ୍ଥାନ ନ୍ୟାସର କାର‌୍ୟ୍ୟକର୍ତ୍ତା ଅଧିବକ୍ତା ବିପିନ୍ ଲେଙ୍କା ଉକ୍ତ କାର‌୍ୟ୍ୟକ୍ରମକୁ ଅତି ସୁନ୍ଦରତା ସହ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031