Indus Valley Times

ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମ୍ପର୍କିତ ସଚେତନତା ଶିବିର

 Breaking News

ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମ୍ପର୍କିତ ସଚେତନତା ଶିବିର

ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମ୍ପର୍କିତ ସଚେତନତା ଶିବିର
February 06
19:49 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା,୬/୨: ଓଡ଼ିଶା ରାଜ୍ୟ ତଥା ଜିଲ୍ଲାରେ ଶିଶୁଙ୍କ କ୍ଷେତ୍ରରେ ଯୌନ ଶୋଷଣ, ବାଲ୍ୟ ବିବାହ ତଥା ସାଇବର ଅପରାଧ ଦିନକୁ ଦିନ ବଢୁଥିବାରୁ ଜିଲ୍ଲାପାଳ ଖୋର୍ଦ୍ଧାଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଖୋର୍ଦ୍ଧା ଆନୁକୁଲ୍ୟରେ ଆଜି ବି ଜେ ବି ଉଚ୍ଚ ବିଦ୍ୟାଳୟରେ ସାଇବର ଅପରାଧ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ଆଇନ ସମ୍ପର୍କିତ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକ ଉପରୋକ୍ତ ଶିବିରର ଆଭିମୁଖ୍ୟ ଉପରେ ବିସ୍ତୃତ ବକ୍ତବ୍ୟ ପ୍ରଦାନ କରିବା ସହିତ ୧୪ ରୁ ୧୮ ବର୍ଷ ର ପିଲା ମାନେ କିପରି ଯୌନ ଶୋଷଣର ଶିକାର ହେଉଛନ୍ତି ଏବଂ ଏହାକୁ ରୋକିବା ପାଇଁ ପୋକ୍ସୋ ଆଇନ ଥିଲେ ମଧ୍ୟ ପିଲା ମାନଙ୍କ ମଧ୍ୟରେ ସଚେତନତା ଅଭାବରୁ ବହୁତ ପିଲାମାନେ ଏହାର ଶିକାର ହେଉଛନ୍ତି।
ଏହି ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ଲାନ୍ ଇଣ୍ଡିଆ ର ଜିଲ୍ଲା ସଂଯୋଜିକା ଅମିତା ସିଂହ ସାଇବର ଅପରାଧ କବଳରୁ ପିଲାମାନେ କିପରି ନିବୃତ୍ତ ହେବେ ତା ଉପରେ ସଚେତନ କରାଇଥିଲେ।
ଶିବିରରେ ବିଦ୍ୟାଳୟର ନବମ ଶ୍ରେଣୀର ୨୦୦ ରୁ ଉର୍ଦ୍ଧ୍ବ ପିଲାମାନେ ଅଂଶଗ୍ରହଣ କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ପ୍ରୋବସନ ଅଧିକାରୀ ସୌମେନ୍ଦ୍ର ନାୟକ ଏବଂ ୟୁନିଟର ସାମାଜିକ କର୍ମୀ ତଥା ଏସ ଜେ ପି ୟୁ ର ସଭ୍ୟ ରଞ୍ଜନ କୁମାର ଗୋଛାୟତ, ରିତାଞ୍ଜଳି ମହାନ୍ତି, ମନସ୍ବିନୀ ମହାପାତ୍ର,ପ୍ଲାନ୍ ଇଣ୍ଡିଆର ସାମାଜିକ କର୍ମୀ ମଧୁସ୍ମିତା ପାତ୍ର ଶିବିର ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031