Indus Valley Times

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

 Breaking News

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ
February 14
15:11 2026

କେନ୍ଦୁଝର, ୧୪/୨ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର କେନ୍ଦୁଝର ଜିଲାକୁ ଦିନିକିଆ ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ଆସି ବଳଭଦ୍ରପୁର ଗ୍ରାମରେ ଓହ୍ଲାଥିଲେ। ସେଠାରେ ଟେକ୍ସଟାଇଲ ପାର୍କ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ସେଠାରେ ଧରଣୀଧର ବିଶ୍ୱବିଦ୍ୟାଳୟର ନୂତନ କ୍ୟାମ୍ପସ ଏବଂ ଡାଟା ସେଣ୍ଟରର ଶିଳାନ୍ୟାସ କରିଥିଲେ।
ସୂଚନା ଥାଉ ଯେ, ୧୦୦ କୋଟି ଟଙ୍କା ନିବେଶରେ ବିକଶିତ ହେବାକୁଥିବା ଟେକ୍ସଟାଇଲ ପାର୍କରେ ୧,୨୦୦ ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ। ଆଧୁନିକ ଭିତ୍ତିଭୂମି ଏବଂ ଲଜିଷ୍ଟିକ ସହାୟତା ସହିତ ହିଣ୍ଡାଲ୍‌କୋ କମ୍ପାନୀ ୭ ଏକର ଜମିରେ ଏକ ପୋଷାକ ଉତ୍ପାଦନ ୟୁନିଟ ସ୍ଥାପନ କରିବ। ଏହି ୟୁନିଟ୍ ବାର୍ଷିକ ୨୪ ଲକ୍ଷ ପୋଷାକ ଉତ୍ପାଦନ କରିବ। ଶିଳ୍ପଗୁଡ଼ିକ ସମୃଦ୍ଧିର ସ୍ତମ୍ଭ। ବିଶେଷ କରି ମହିଳା ଓ ଯୁବକମାନେ ଅଧିକ ନିଯୁକ୍ତି ସୁଯୋଗ ପାଇବେ ବୋଲି କହିଛନ୍ତି। ଏହି ଅବସରରେ ଏକ ସାଧାରଣ ସଭାରେ ଯୋଗ ଦେଇ ଜିଲା ତଥା ରାଜ୍ୟର ବିକାଶ ପାଇଁ ସରକାରଙ୍କ ଆଭିମୁଖ୍ୟ ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ। ଜିଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଟ୍ରାଫିକ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା ଏବଂ ସଭାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଇସ୍ପାତ କାରଖାନା ସହିତ ଆଇଟି ଓ ଟେକ୍ସଟାଇଲ କ୍ଷେତ୍ରରେ ରାଜ୍ୟକୁ ସମୃଦ୍ଧ କରିବାକୁ ବିଭିନ୍ନ ଜିଲାରେ ଏଭଳି କାର୍ଯ୍ୟକ୍ରମ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏମ୍‌ପି ଅନନ୍ତ ନାୟକ, ବିଧାୟକ ଅଖିଳ ନାୟକ, ଡକ୍ଟର ଫକୀର ନାୟକ, ଜିଲାପାଳ ବିଶାଲ ସିଂହ ସମେତ ବହୁ ଉପସ୍ଥିତ ଥିଲେ।
କେନ୍ଦୁଝରର ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଏହାକୁ ଏକ \’ସୁନାର କେନ୍ଦୁଝର\’ ଭାବେ ଗଢ଼ି ତୋଳିବା ସହ ଓଡ଼ିଶାକୁ ଟେକ୍ସଟାଇଲ୍ କ୍ଷେତ୍ରରେ ଏକ \’ପାୱାର ହାଉସ୍\’ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031