Indus Valley Times

ଟ୍ରକକୁ ଧକ୍କା ଦେଲା ବାଇକ, ବାପା ସହ ପୁଅର ମୃତ୍ୟୁ

 Breaking News

ଟ୍ରକକୁ ଧକ୍କା ଦେଲା ବାଇକ, ବାପା ସହ ପୁଅର ମୃତ୍ୟୁ

ଟ୍ରକକୁ ଧକ୍କା ଦେଲା ବାଇକ, ବାପା ସହ ପୁଅର ମୃତ୍ୟୁ
March 09
18:23 2026

କେନ୍ଦୁଝର,୯/୩ : ସଦର ଥାନା ଅନ୍ତର୍ଗତ ତେନ୍ତୁଳି ଗ୍ରାମ ନିକଟ ଏନଏଚ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୟଙ୍କର ଦୁର୍ଘଟଣାରେ ବାପା-ପୁଅଙ୍କର ଶୋଚନୀୟ ଭାବେ ମୃତ୍ୟୁ ହୋଇଥିବା ବେଳେ ମା’ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ମୃତ ବାପାଙ୍କ ନାମ ନୁର ସଲିମ୍ ( ୩୫) ଓ ପୁଅ ଏମଡି ନୁରୟା (୬) ବୋଲି ଜଣା ପଡିଛି ।
ସେମାନେ ତିନି ଜଣ ଏକ ବାଇକରେ ଦେବଗଡକୁ ଯିବାକୁ ବାହାରିଥିଲେ। ଘରୁ ଆସି ଦେବଗଡ ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରକ୍ ପଛରେ ପିଟି ହୋଇଯାଇଥିଲେ ।
ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ ଠାରୁ ସୂଚନା ମିଳିଛି। ଶୁଆକାଟି ଫାଣ୍ଡି ଠାରୁ ମାତ୍ର ଅଳ୍ପ ଦୂରରେ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ପୋଲିସ ପହଂଚି ସେମାନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତର ଖାନା କୁ ପଠାଇଥିଲେ। ଆହତ ମା ଙ୍କ ନାମ ଜଣା ପଡ଼ିନାହିଁ।
ବାପା ଓ ପୁଅ ର ମୃତ ଦେହକୁ ବ୍ୟବଚ୍ଛେଦ କରି ପୋଲିସ ସେମାନଙ୍କ ପରିବାର ଲୋକ ଙ୍କୁ ହସ୍ତାନ୍ତର କରିଛି। ମୃତ ନୂର ଦୀର୍ଘ ବହୁ ବର୍ଷ ହେଲା ତେନ୍ତୁଳି ନିକଟରେ ଡାଇନାମୋ ମେକାନିକ ଭାବେ କାମ କରିଆସୁଥିଲା ଏବଂ ସମସ୍ତଙ୍କ ପରିଚିତ ଥିଲା। ଏଭଳି ଦୁଃଖଦ ଦୁର୍ଘଟଣା ନେଇ ଉକ୍ତ ଅଂଚଳରେ ଶୋକ ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31