Indus Valley Times

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଖୋରଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କଲେ।

 Breaking News

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଖୋରଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କଲେ।

ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଖୋରଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କଲେ।
March 17
19:47 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୭/୩: ମଙ୍ଗଳବାର ଖୋରଧା ଜିଲ୍ଲାର ୨୨୨ ଜଣ ତୀର୍ଥ ଯାତ୍ରୀ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭିତର କାଠ ଦର୍ଶନ ଏବଂ ମହାପ୍ରସାଦ ସେବନ ନିମନ୍ତେ ପୁରୀ ଶ୍ରୀ ପୁରୁଷୋତ୍ତମ ଧାମ ଯାତ୍ରା କରିଛନ୍ତି ।
ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଗୋଟି ବସ୍ ଆୟୋଜନ କରାଯାଇଥିଲା । ଜିଲ୍ଲାର ଦୁଇଗୋଟି ସ୍ଥାନରୁ ତଥା ରାଜ୍ୟ ସଦର ମହକୁମା ଭୁବନେଶ୍ୱର ବଡ଼ଗଡ଼ କଲ୍ୟାଣ ମଣ୍ଡପ ଏବଂ ଜିଲ୍ଲା ସଦର ମହକୁମା ଓରମାସ କାର୍ଯ୍ୟାଳୟ ପରିସରରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ସୂ ବନ୍ଦୋବସ୍ତ କରାଯାଇଥିଲା ।
ତୀର୍ଥ ଯାତ୍ରୀ ମାନେ ଉଭୟ ସ୍ଥାନରେ ସକାଳ ୭ ଘଟିକା ସମୟରେ ପହଞ୍ଚିଲା ପରେ ଡାକ୍ତରୀ ଦଳ ଦ୍ବାରା ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଯାଞ୍ଚ କରାଯିବା ପରେ ସେମାନଙ୍କୁ ଜଳଖିଆ ଖାଇବାକୁ ଦିଆଯାଇଥିଲା ।
ପରେ ସେମାନଙ୍କୁ ଏସ୍କର୍ଟ ଅଫିସରଙ୍କ ତତ୍ତ୍ଵାବଧାନରେ ବସରେ ଚଢ଼ାଯାଇ ପାଣି ବୋତଲ, ଛତା ଆଦି କିଟ୍ ବ୍ୟାଗ୍ ପ୍ରଦାନ କରାଯାଇଥିଲା ।
ଖୋରଧା ଠାରେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ, ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ପ୍ରଥମ ପର୍ଯ୍ୟାୟରେ ତୀର୍ଥ ଯାତ୍ରୀ ମାନଙ୍କ ପୁରୀ ଶ୍ରୀ କ୍ଷେତ୍ର ଧାମ ଆଗମନର ଶୁଭାରମ୍ଭ କରିଥିଲେ ।
ଖୋରଧା ଠାରେ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପ ସଭାପତି, ଶ୍ରୀ ଗୋପୀନାଥ ମହାରଣା,ବି ଡି ଓ, ଖୋରଧା ସିଦ୍ଧାର୍ଥ ପଟ୍ଟନାୟକ, ନିଜାରତ ଅଧିକାରୀ ରିଶଭ ତ୍ରିପାଠୀ,ଜିଲ୍ଲା ପରିଚାଳିକା,ଓଏସଆରଟିସି, ଲିଯାଲିନ ସାହୁ, ଅତିରିକ୍ତ ପରିବହନ ଅଧିକାରୀ, ଖୋରଧା , ଅରବିନ୍ଦ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ କୁମାର ହୀଆଲ ଯୋଗଦେଇଥିବା ବେଳେ ପର୍ଯ୍ୟଟନ ବିକାଶ ଅଧିକାରୀ ସୁସ୍ମିତା ପ୍ରଧାନ ପରିଚାଳନା କରିଥିଲେ ।
ଖୋରଧାରୁ ୪ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଗସ୍ତ କରିଥିବା ବେଳେ ଭୁବନେଶ୍ୱର ବଡଗଡ କଲ୍ୟାଣ ମଣ୍ଡପରୁ ୨ ଗୋଟି ବସରେ ତୀର୍ଥ ଯାତ୍ରୀ ପୁରୀ ଶ୍ରୀକ୍ଷେତ୍ର ଧାମ ଯାତ୍ରା କରିଛନ୍ତି ।
ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ଜେନା ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଉପଜିଲ୍ଲାପାଳ ଡ଼ଃ ମନୋରଞ୍ଜନ ସାହୁ ଯୋଗଦେଇଥିବା ବେଳେ ସହକାରୀ ନିର୍ଦ୍ଦେଶକ, ପର୍ଯ୍ୟଟନ ଶ୍ରୀ ଅଞ୍ଜନ କୁମାର ବାରିକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।
ସମୁଦାୟ ୨୨୨ ଜଣ ତୀର୍ଥ ଯାତ୍ରୀ ୬ ଗୋଟି ବସରେ ଖୋର୍ଦ୍ଧା ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟରେ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସାମିଲ ହୋଇଛନ୍ତି । ପୁରୀରେ ବୃନ୍ଦାବତୀ ନିବାସରେ ସମସ୍ତ ରହଣି ଓ ଖାଦ୍ୟ ପେୟର ବ୍ୟବସ୍ଥା ହୋଇଥିବାର ଅଧିକାରୀ ଜଣାଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31