Indus Valley Times

ଗଜପତି : ଅନନ୍ୟ ସେବା କରି ଚର୍ଚ୍ଚାରେ ରହିଲେ ସ୍ବେଚ୍ଛାସେବୀ

 Breaking News

ଗଜପତି : ଅନନ୍ୟ ସେବା କରି ଚର୍ଚ୍ଚାରେ ରହିଲେ ସ୍ବେଚ୍ଛାସେବୀ

ଗଜପତି : ଅନନ୍ୟ ସେବା କରି ଚର୍ଚ୍ଚାରେ ରହିଲେ ସ୍ବେଚ୍ଛାସେବୀ
March 17
21:01 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୭/୩ : ଚଇତି ଯାତ୍ରାର ଦ୍ୱିତୀୟ ପାଳିରେ ଗଞ୍ଜାମ ଅଧିଷ୍ଠାତ୍ରୀ ମା\’ ତାରାତାରିଣୀ ମା\’ ମହାଲକ୍ଷ୍ମୀ ରୂପେ ବେଶ ଧାରଣ କରିଥିବା ବେଳେ ଏହି ଅପୂର୍ବ ବେଶ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଛୁଟିଥିଲା ।
କିନ୍ତୁ ଏହି ଭିଡରେ ଅନନ୍ୟ ସେବା କରି ଶ୍ରଦ୍ଧାଳୁଙ୍କ ମନ ମୋହିବାକୁ ପୂର୍ବରୁ ପ୍ରସ୍ତୁତ ଥିଲେ ଗଜପତି ଜିଲ୍ଲା କୋର୍ଟରେ କାର୍ଯ୍ୟରତ ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଓ ଭୁବନେଶ୍ୱରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ମୁଖ୍ୟ ସଙ୍ଗଠକ ନୀଳମଣି ମିଶ୍ର\’ଙ୍କ ନେତୃତ୍ୱାଧୀନ ସେବା ପ୍ରତିନିଧିର ୮୦ ଜଣରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ।
ଏହି କ୍ରମରେ ଭୋର ୩ ଘଟିକାରୁ ଦିବା ୨ ଘଟିକା ପର୍ଯ୍ୟନ୍ତ ଭକ୍ତଙ୍କୁ ଧାଡ଼ିରେ ଛିଡା କରାଇବା ତଥା ଦିବ୍ୟାଙ୍ଗ ଓ ବୟସ୍କ ବ୍ୟକ୍ତିଙ୍କୁ ସୁଚାରୁ ଦର୍ଶନ କରାଇବା ଆଦି କାମ ଅନ୍ୟତମ ଥିଲା , ଯେଉଁଥିରେ କି ସହଯୋଗର ହାତ ବଢାଇଥିଲେ ହୃଷିକେଶ ବେହେରା , ଆର: ହରି ପ୍ରସାଦ ରେଡ୍ଡୀ ଓ ଡ଼ି: ସନ୍ତୋଷ ରେଡ୍ଡୀ।
ସେହିପରି ଉଦୁ-ଉଦିଆ ଖରାରେ ଶ୍ରଦ୍ଧାଳୁ\’ଙ୍କୁ କିପରି ପାନୀୟ ଜଳ ବଣ୍ଟନ କରାଯିବ ସେ ନେଇ ଚିନ୍ତା କରି ପାହାଡ଼ ପାଦଦେଶରେ ଥିବା ବସ ରହଣିସ୍ଥଳ ତଥା ପାହାଡ଼ ଉପରେ ପାହାଚ ନିକଟରେ ଦୁଇଟି ପାନୀୟ ଜଳ ତଥା ଗ୍ଲୁକୋଜ ବଣ୍ଟନ କେନ୍ଦ୍ର ଖୋଲା ଯାଇଥିଲା।
ଏହି ଦୁଇ କେନ୍ଦ୍ରର ଦାୟିତ୍ୱ ନିର୍ବାହ କରିଥିଲେ ନାରାୟଣ ସାହୁ ଓ ସନାତନ ମହାରଣା ତଥା ଏହି ବଣ୍ଟନ କାର‌୍ୟ୍ୟରେ ସହଯୋଗର ହତ ବଢାଇଥିଲେ ଲିଓରା ଫାଉଣ୍ଡେସନ , ଦୀପା ମହାରଣା , ମନୋରଞ୍ଜନ ବେହେରା , ଟୁଟୁ ନାୟକ ଓ ଲସିତ ବରଣ ବେହେରା। ସେହିପରି ନିରାକାର ସାହୁ , ଶ୍ରୀତମ ପଟ୍ଟନାୟକ , ସମୀର ପ୍ରଧାନ ଓ ଶିବ ପ୍ରସାଦ ବେହେରା ଲୋକଙ୍କୁ ଶୃଙ୍ଖଳିତ ଦର୍ଶନ କରାଇବାରେ ଯଥାର୍ଥ ସହାୟତା କରିଥିଲେ।
ଆଜିର ଏହି ସମସ୍ତ ସେବା କାର୍ଯ୍ୟ ସାମ୍ବାଦିକ ପ୍ରଦୀପ କୁମାର ସାହୁ , ସମାଜସେବୀ ମନୋଜ ମିଶ୍ର ଓ ଏନ: ବସନ୍ତ\’ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରା ଯାଇଥିଲା। ଆଜି ଏହି ସେବା ଦଳର ସବୁ ସମୟର ଭୂମିକାକୁ ନେଇ ପ୍ରଶଂସା କରିଥିଲେ ଛତ୍ରପୁରର ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ଆଗକୁ ଏ ଭଳି କାମ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031