Indus Valley Times

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡାର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

 Breaking News

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡାର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା

ଆସ୍ଥା ଓ ବିଶ୍ୱାସର ସହ ଆରମ୍ଭ ହେଲା ବାଲିଗୁଡାର ବହୁ ପ୍ରସିଦ୍ଧ ୧୩ ଦିନିଆ ଦଣ୍ଡଯାତ୍ରା
April 02
23:07 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨/୪ : ବୁଧବାର ରାତ୍ର ଠାରୁ ଆରମ୍ଭ ହୋଇଛି କନ୍ଧମାଳ ଜିଲ୍ଲାର ବହୁ ପ୍ରସିଦ୍ଧ ବାଲିଗୁଡା ଦଣ୍ଡଯାତ୍ରା । ଶହ ଶହ ମାନସିକଧାରୀ ଦଣ୍ଡୁଆଁ ନିଜର ମନସ୍କାମନା ପୂର୍ତ୍ତି ହେତୁ ଆସ୍ଥା ଓ ବିଶ୍ୱାସ ସହିତ ମାଆଙ୍କର ଏହି ଦଣ୍ଡଯାତ୍ରା ରେ ଯୋଡ଼ି ହୋଇ ସମ୍ପୂର୍ଣ୍ଣ ଭାବେ ନିଜକୁ ମାଆଙ୍କ ପାଖରେ ସମର୍ପିତ ହୋଇ ୧୩ ଦିନ ପର‌୍ୟ୍ୟନ୍ତ ମାଆଙ୍କର ପୂଜାର୍ଚ୍ଚନା କରି ଦଣ୍ଡକାଳୀ ଙ୍କ ର ବ୍ରତ ନିୟମ ଅନୁସାରେ ପାଳନ କରିଥାନ୍ତି ।
ବୁଧବାର ବାଲିଗୁଡା ସମେତ ଆଖପାଖ ବିଭିନ୍ନ ଅଞ୍ଚଳର ଦଣ୍ଡଯାତ୍ରା ବହାରିଥିବା ବେଳେ ପ୍ରଥମ ଦିନରେ ମା’ ଦକ୍ଷିଣ କାଳୀ ମନ୍ଦିର ରୁ ବାହାରି ଆଦର୍ଶ ପୁଷ୍କରିଣୀ ରେ ଯଥା ରୀତିନୀତି ଅନୁଯାଇ ପୂଜାର୍ଚନା ପରେ ମା ‘ ଙ୍କ ଆଗମନ ହୋଇଥିଲା । ଢୋଲ ଓ ଘଣ୍ଟ ଧ୍ୱନିରେ ଗ୍ରାମ ଠାରୁ ସହର ପର‌୍ୟ୍ୟନ୍ତ ପ୍ରକମ୍ପିତ ହେଇ ଉଠିବା ସହ ସହ ଦଣ୍ଡୁଆ ଏବଂ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ଆସ୍ଥା ଓ ବିଶ୍ୱାସର ସହିତ ଏହି ଦଣ୍ଡନାଚ ନିୟମାବଳୀ ଅନୁଯାୟୀ ଆରମ୍ଭ ହୋଇଛି ।
ବହୁ ବର୍ଷ ବର୍ଷ ଧରି କନ୍ଧମାଳ ଜିଲ୍ଲାରେ ଏଭଳି ଲୋକ ପରମ୍ପରା ଚାଲି ଆସୁଥିବା ବେଳେ ଦଣ୍ଡୁଆ ମାନେ ଖାଲି ପାଦରେ ମାଆଙ୍କର ବାନା ଆଉ ପିଞ୍ଚକୁ ଧରି ମାଆଙ୍କର ନାମ ଉଚ୍ଚାରଣ କରି ନଗର ନଗର ପରିଭ୍ରମଣ କରିଥାନ୍ତି ।
ଏହି ୧୩ ଦିନରେ ମାଆଙ୍କର ସମସ୍ତ ନିତିକାନ୍ତି ଅନୁଯାଇ ଯଥା ବିଧିବିଧାନ ପୂର୍ବକ ପୂଜାର୍ଚ୍ଚନା କରାଯାଇଥାଏ । ଏହା ସହ ମାଁ ନଗର ନଗର ଭ୍ରମଣ କରି ଭିନ୍ନ ଭିନ୍ନ ସ୍ଥାନରେ ପୂଜା ପାଇଥାନ୍ତି ।
ତେବେ ଏହା ଭିତରେ ଏହି ୧୩ ଦିନିଆ ଯାତ୍ରା କୁ ନେଇ ଗ୍ରାମ ଠାରୁ ଆରମ୍ଭ କରି ସହର ପର‌୍ୟ୍ୟନ୍ତ ଉତ୍ସବ ମୁଖର ପାଲଟିଛି। ସମସ୍ତଙ୍କ ମନରେ ଦଣ୍ଡଯାତ୍ରା ଆରମ୍ଭ କୁ ନେଇ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାରେ ଲାଗିଛି। ଏହି ଦଣ୍ଡଯାତ୍ରା ଆସନ୍ତା ମାସନ୍ତ ୧୩ ତାରିଖ ଯାଏଁ ଚାଲିଥାଏ ,ଏହି ୧୩ ଦିନର ଦଣ୍ଡଯାତ୍ରା ରେ ମା\’ ନଗର ନଗର ଭ୍ରମଣ କରି ଭକ୍ତ ମାନଙ୍କୁ ଭିନ୍ନ ଭିନ୍ନ ରୂପରେ ଦର୍ଶନ ଦେଇଥାନ୍ତି ।
ପୌରାଣିକ ମାନ୍ୟତା ଅନୁସାରେ ଏହି ଦଣ୍ଡଯାତ୍ରା ବ୍ରତ ପାଳନ କଲେ ଭକ୍ତ ମାନଙ୍କ ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ମାଆଙ୍କ ଦଣ୍ଡଯାତ୍ରା ସମୟରେ ମାଆଙ୍କର ବିଭିନ୍ନ ପ୍ରକାରର ଲୀଳା ଦେଖିବାକୁ ମିଳିଥାଏ । ଦଣ୍ଡଯାତ୍ରା ନିୟମାବଳୀ ଅନୁଯାୟୀ ଯେପରି କି ମଧ୍ୟାହ୍ନ ରେ ଧୂଳି ଦଣ୍ଡ,ସନ୍ଧ୍ୟାରେ ପାଣି ଦଣ୍ଡ ,ସନ୍ଧ୍ୟାରେ ମାଆଙ୍କ ଆଳତୀ, ଏହିପରି ମଧ୍ୟରାତ୍ରି ରେ ପ୍ରସାଦ ସେବନ ସହ ଝୁଣା ଦଣ୍ଡ ଆଦି ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ନୃତ୍ୟ ଗୀତ ଆୟୋଜିତ ହୋଇଥାଏ ।
ଜଙ୍ଗଲ ଅଞ୍ଚଳରେ ଗଛିତ ଥିବା ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ
ବାଲିଗୁଡା, ୨/୪: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା । ଏସପି ହରିଶ୍ ବିଶିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାକୁ ଗଞ୍ଜେଇ ମୁକ୍ତ କରିବା ଲକ୍ଷ୍ୟ ନେଇ ବିଭିନ୍ନ ଥାନା ପକ୍ଷରୁ ବେଆଇନ ଗଞ୍ଜେଇ ଚାଷ ଓ ଚାଲାଣ ଉପରେ ଚଢ଼ଉ ଜାରି ରଖି ନଷ୍ଟ କରାଯାଉଛି ।
ଏ ନେଇ ପୋଲିସ ପକ୍ଷରୁ ବାଲିଗୁଡ଼ା ଥାନା ଅନ୍ତର୍ଗତ ଲଣ୍ଡାଗାଁ ପଞ୍ଚାୟତ ଜଙ୍ଗଲ ଅଞ୍ଚଳରେ ପୁଲିସର ସ୍ବତନ୍ତ୍ର ଟିମ୍ ପାଟ୍ରୋଲିଂ କରୁଥିବା ସମୟରେ ଗଚ୍ଛିତ ଥିବା ୨୦୩୮ କେଜି ବେଆଇନ ଗଞ୍ଜେଇ ଜବତ କରି ଏକ ମାମଲା ନଂ. ୭୮/୨୬ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି।
କେହି ଗଞ୍ଜେଇ ମାଫିଆ ଏହି ବେଆଇନ ଗଞ୍ଜେଇ ବାହାର ରାଜ୍ୟକୁ ଚାଲାଣ କରିବା ପାଇଁ ଗଛିତ ରଖି ଥ‌ିବା ସନ୍ଦେହ କରାଯାଉଥିବା ଥାନା ଅଧିକାରୀ ଶିବରଞ୍ଜନ ସିଂହ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031