Indus Valley Times

ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୩ଟି ଦେଶୀ ବନ୍ଧୁକ ଜବତ

 Breaking News

ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୩ଟି ଦେଶୀ ବନ୍ଧୁକ ଜବତ

ବନ୍ୟପ୍ରାଣୀ ଶିକାର ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିବା ୩ଟି ଦେଶୀ ବନ୍ଧୁକ ଜବତ
May 04
22:24 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୪/୫ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଅଧିନସ୍ଥ ପର୍ତ୍ତମାହା ଜଙ୍ଗଲ ମଧ୍ୟରୁ ୩ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି।
ଘଟଣା ରୁ ପ୍ରକାଶ ଯେ, ଦାରିଙ୍ଗବାଡି ପୋଲିସ ପାଟ୍ରୋଲିଙ୍ଗ କରୁଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ପର୍ତ୍ତମାହା ଜଙ୍ଗଲ ର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୩ଟି ଦେଶୀ ତିଆରି ବନ୍ଧୁକ ଜବତ କରାଯାଇଛି।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ଏହି ବନ୍ଧୁକ ଗୁଡିକୁ ବନ୍ୟପ୍ରାଣୀଙ୍କୁ ଅବୈଧ ଭାବେ ଶିକାର କରିବା ସହିତ ଅନ୍ୟାନ୍ୟ ଅବୈଧ କାର୍ଯ୍ୟ ପାଇଁ ଜଙ୍ଗଲ ଭିତରେ ଲୁଚାଇ ରଖାଯାଇଥିଲା।
ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ, ଏହି ଘଟଣା ରେ ଜଡିତ ଥିବା ସଂପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଆଇନ ସମ୍ମତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏ ନେଇ ଦାରିଙ୍ଗବାଡି କେଶ ନଂ. ୧୦୬/୨୬ ଅନୁଯାୟୀ ଅସ୍ତ୍ରଶସ୍ତ୍ର ଆଇନ ୨୫(୧-ବି)(ଏ) ଅଧୀନରେ ପୋଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ପୋଲିସ ପ୍ରକାଶ କରିଛି ।
ଜଙ୍ଗଲ ମଧ୍ୟରୁ ୭ ଦେଶୀ ବନ୍ଧୁକ ଜବତ
ବାଲିଗୁଡ଼ା,୪/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରୁ ପୋଲିସ ୭ଟି ଦେଶୀ ବନ୍ଧୁକ ଜବତ କରିଛି।
ଏନେଇ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭମ ଭୋସଲେ ସୋମବାର ସୂଚନା ଦେଇଛନ୍ତି ଯେ, ତୁମୁଡ଼ିବନ୍ଧ ଅଞ୍ଚଳର ଜଙ୍ଗଲ ମଧ୍ୟରୁ ପ୍ରଥମେ ୩ଟି ଦେଶୀ ବନ୍ଧୁକ ମିଳିଥିଲା।
ପରେ ପୁଲିସ ଦଳ ନିକଟସ୍ଥ ଘରଗୁଡ଼ିକୁ ତଲାସି କରିବା ସମୟରେ ଆଉ ୪ଟି ବନ୍ଧୁକ ଜବତ କରିଥିଲେ। ଏଭଳି ମୋଟ ୭ଟି ଦେଶୀ ବନ୍ଧୁକ ଜବତ ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଏହି ଘଟଣାକୁ ନେଇ ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି ହୋଇଥିବା ବେଳେ, ଏହା ପଛରେ କିଏ ଜଡିତ ଅଛନ୍ତି ଓ କେଉଁ ଉଦ୍ଦେଶ୍ୟରେ ଏହି ବନ୍ଧୁକ ଗୁଡ଼ିକ ରଖାଯାଇଥିଲା ସେନେଇ ପୁଲିସ ତଦନ୍ତ ଜାରି ରଖିଛି।
ଶିକାର କରିବାକୁ ଡାକି ନେଇ ଯୁବକ କୁ ଗୁଳି କରି ହତ୍ୟା ଘଟଣା ,ଦୁଇ ଜଣ ଗିରଫ : ଦୁଇ ଦେଶୀ ବନ୍ଧୁକ ଜବତ
ବାଲିଗୁଡା, ୪/୫ : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଧୀନ ସାପେରି ଗ୍ରାମରେ କାମଦେବ ମାଝୀ (୩୩) ଙ୍କୁ ଶିକାର କରିବାକୁ କହି ଘରୁ ଡାକି ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ଓ ବେଲଘର ଥାନା ଅଧିକାରୀ ସୌମ୍ୟରଞ୍ଜନ ପତି ଙ୍କ ମିଳିତ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ପୋଲିସ ର ପ୍ରାଥମିକ ତଦନ୍ତ ରୁ ଜଣାପଡିଛି ଯେ, ପୂର୍ବ ଶତ୍ରୁତା ଓ ଝଗଡା ହେଉଛି ହତ୍ୟାର ମୁଖ୍ୟ କାରଣ ।
ଜମି ଜମା ,ସମ୍ପତି ଓ ପରକୀୟ ପ୍ରୀତି ରୁ ହତ୍ୟା ଘଟଣା କୁ ନେଇ ଏଭଳି ହୋଇନଥିବା କହିଛନ୍ତି ।
କିନ୍ତୁ ଏହି ଅଭିଯୋଗ ସମ୍ପର୍କ ରେ ମଧ୍ୟ ତଦନ୍ତ ଜାରୀ ରହିବ ବୋଲି କହିଛନ୍ତି । କାମଦେବ ମାଝୀ ଙ୍କ ସ୍ତ୍ରୀ ଚୁମୁକି ମାଝି ଙ୍କ ଏତଲା ଆଧାର ରେ ବେଲଘର ଥାନା କେସ ନମ୍ବର ୩୯/୨୬ ଦଫା ୧୦୩(୧)/୩(୫)/ବିଏନଏସ ସହ ୨୫/୨୭ ଆର୍ମ ଆଧାର ରେ ତଦନ୍ତ ଆରମ୍ଭ ହୋଇଥିଲା ।
ସ୍ତ୍ରୀ ର ବୟାନ ପ୍ରକାରେ ଅଭିଯୁକ୍ତ ମାନେ ସ୍ଵାମୀ କୁ ଶିକାର କରିବା ବାହାନାରେ ଘରୁ ଡାକି ନେଇଥିଲେ ପରବର୍ତ୍ତୀ ସମୟ ରେ ତାଙ୍କ ସ୍ଵାମୀ ର ମୃତ ହୋଇଥିବା ସୂଚନା ଦେଇଥିଲେ ବୋଲି କହିଛନ୍ତି ।
ଏହା ପରେ ପୁଲିସ ଏକ ସ୍ଵତନ୍ତ୍ର ଟିମ ଗଠନ କରି ଲିପଟୁ ମାଝୀ ଓ ମଧୁସୂଦନ ମାଝୀଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରି କୋର୍ଟଚାଲାଣ କରିଛି ।
ଏହି ମାମଲା ରେ ବୈଜ୍ଞାନିକ ଓ ବୈଷୟିକ ପ୍ରମାଣ ସଂଗ୍ରହ ମଧ୍ୟ କରି ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡା ଏସଡିପିଓ ଶୁଭମ ଭୋଶଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031