Indus Valley Times

ଗୁରୁଜଙ୍ଗରେ ବିଜେପିର ଜନସମ୍ପର୍କ ଯାତ୍ରା, ୮ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଲେ ବିଧାୟକ

 Breaking News

ଗୁରୁଜଙ୍ଗରେ ବିଜେପିର ଜନସମ୍ପର୍କ ଯାତ୍ରା, ୮ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଲେ ବିଧାୟକ

ଗୁରୁଜଙ୍ଗରେ ବିଜେପିର ଜନସମ୍ପର୍କ ଯାତ୍ରା, ୮ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଲେ ବିଧାୟକ
August 10
22:10 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା, ୧୦/୮: ଖୋରଧା ପୌରାଞ୍ଚଳ ଅନ୍ତର୍ଗତ ଗୁରୁଜଙ୍ଗ ୧୬ନଂ., ୧୭ନଂ., ୧୮ନଂ. ଓ ୧୯ନଂ. ୱାର୍ଡରେ ଭାଜପା ପକ୍ଷରୁ ସମ୍ପର୍କ ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି।
ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜନସମ୍ପର୍କ ଯାତ୍ରାରେ ଯୋଗଦେଇଥିଲେ। ଏହି ସମ୍ପର୍କ ଯାତ୍ରା ସ୍ଥାନୀୟ ମେଳଣ ପଡ଼ିଆ ଠାରୁ ଆରମ୍ଭ ହେବା ବେଳକୁ ମୁଷଳ ଧାରାରେ ବର୍ଷା ହୋଇଥିଲା। ତୁହାକୁ ତୁହା ବର୍ଷାରେ ଭିଜି ଅନେକ ନେତା କର୍ମୀ ଧବଳେଶ୍ବର ମନ୍ଦିର ଠାରେ ପହଞ୍ଚିଥିଲେ। ଜନସମ୍ପର୍କ ଯାତ୍ରାରେ ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମି ମହାପାତ୍ର, ଜିଲା ଉପ ସଭାପତି ପ୍ରଫୁଲ୍ଲ ଦଳେଇ, ସାଂସଦ ପ୍ରତିନିଧି ଦିଲୀପ ହୋତା, ବାସନ୍ତୀ ମହାପାତ୍ର, କୁନିଲତା ସ୍ବାଇଁଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ବିଶେଷକରି ୪ଟି ୱାର୍ଡର ଶତାଧିକ ମହିଳା ସମ୍ପର୍କ ଯାତ୍ରାରେ ସାମିଲ ହୋଇଥିଲେ।
ଏହି ଅବସରରେ
ବିଧାୟକ ଜଗଦ୍ଦେବ ଗୁରୁଜଙ୍ଗ ଗ୍ରାମରେ ୮ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସୂଚନା ଦେଇଥିଲେ। ଏଥିସହ ଆଗାମୀ ଦିନରେ ଗୁରୁଜଙ୍ଗ ଗ୍ରାମରେ ମାର୍କେଟ କମ୍ପ୍ଲେକ୍ସ, ସାଇନ୍ସ ପାର୍କ, କଲ୍ୟାଣ ମଣ୍ଡପ ଆଦି ପ୍ରୋଜେକ୍ଟ ହେବାକୁ ଯାଉଛି ବୋଲି କହିଥିଲେ। ସ୍ଥାନୀୟ ଶ୍ମଶାନର ଉନ୍ନତୀକରଣ ପାଇଁ ୫୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି।
ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ଉଦ୍ଦିଷ୍ଟ ଖେଳ ପଡ଼ିଆକୁ ଏକ ଉନ୍ନତମାନର ଷ୍ଟାଡିୟମ ଭାବେ ନିର୍ମାଣ କରାଯିବ। ଏହି ଅବସରରେ କେତେଜଣ ବରିଷ୍ଠ ନାଗରିକ ଓ ମହିଳା ଏହି ୪ଟି ୱାର୍ଡର ବିଭିନ୍ନ ସାମୂହିକ ସମସ୍ୟା ସମ୍ପର୍କରେ ଉପସ୍ଥିତ ସାଂସଦ ଓ ବିଧାୟକଙ୍କୁ କହିଥିଲେ। ଖୁବ୍‌ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ଏମ୍‌ପି ଷଡ଼ଙ୍ଗୀ ପ୍ରତିଶ୍ରୁତି ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31