Indus Valley Times

ଗଜପତି: ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

 Breaking News

ଗଜପତି: ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ

ଗଜପତି: ପାରଳାଖେମୁଣ୍ଡି ପୋଲିସ ଦ୍ୱାରା ୧୧ କିଲୋ ଗଞ୍ଜେଇ ଜବତ, ଜଣେ ଗିରଫ
August 11
11:23 2026

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ଗଜପତି, ୧୧/୮ : ସୋମବାର ସକାଳେ ପାରଳାଖେମୁଣ୍ଡି ସହରରେ ପାଟ୍ରୋଲିଂ କରୁଥିବା ସମୟରେ ଏସ୍‌.ଆଇ. ପ୍ରଫୁଲ୍ଲ ଜଗରଙ୍ଗାଙ୍କ ନେତୃତ୍ୱରେ ପାରଳାଖେମୁଣ୍ଡି ଥାନାର ଏକ ପୋଲିସ ଟିମ୍ ପ୍ରାୟ ସକାଳ ୬ଟା ସମୟରେ ବାଟଗୌଡ଼ ସାହି ଛକ ନିକଟରେ ଏକ ଜରି ବସ୍ତା ବ୍ୟାଗ୍ ଧରି ଠିଆ ହୋଇଥିବା ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଦେଖିଥିଲେ।
ଯାଞ୍ଚ ପରେ ଉକ୍ତ ବ୍ୟକ୍ତିଙ୍କ ପରିଚୟ ସଦାଶିବ ପାଣିଗ୍ରାହୀ (୪୫), ବାଟଗୌଡ଼ ସାହି, ପାରଳାଖେମୁଣ୍ଡି ବୋଲି ଜଣାପଡ଼ିଥିଲା । ଆଇନଗତ ପ୍ରକ୍ରିୟା ଅନୁସରଣ କରି ଜଣେ କାର‌୍ୟ୍ୟନିର୍ବାହୀ ମାଜିଷ୍ଟ୍ରେଟ୍ ଏବଂ ସ୍ୱାଧୀନ ସାକ୍ଷୀମାନଙ୍କ ଉପସ୍ଥିତିରେ ଉକ୍ତ ବ୍ୟାଗ୍‌କୁ ତଲାସି କରାଯିବାରୁ ସେଥିରୁ ୧୧ କିଲୋଗ୍ରାମ ଗଞ୍ଜେଇ ମିଳିଥିଲା।
ପୋଲିସ ଉକ୍ତ ଗଞ୍ଜେଇ ସହିତ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରିଛି ।
ପ୍ରାଥମିକ ତଦନ୍ତରୁ ଉକ୍ତ ଗଞ୍ଜେଇ ସ୍ଥାନୀୟ ଅଞ୍ଚଳରୁ ସଂଗ୍ରହ କରାଯାଇ ବିକ୍ରୟ ଉଦ୍ଦେଶ୍ୟରେ ବ୍ରହ୍ମପୁର ଅଭିମୁଖେ ଚାଲାଣ କରାଯାଉଥିବା ଜଣାପଡ଼ିଛି। ଗଞ୍ଜେଇର ଉତ୍ସ, ଏବଂ ଚୋରାଚାଲାଣ ନେଟୱର୍କରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଗିରଫ କରିବା ପାଇଁ ତଦନ୍ତ ଜାରି ରହିଛି ।
ଅଭିଯୁକ୍ତ ସଦାଶିବ ପାଣିଗ୍ରାହୀଙ୍କୁ ଗିରଫ କରାଯାଇ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଉଛି।
ଏ ସଂକ୍ରାନ୍ତରେ ଏନଡିପିଏସ ଆକ୍ଟ ର ଧାରା ୨୦(ବି)(ସସ)(ବି)/୨୯ ଅନୁଯାୟୀ ପାରଳାଖେମୁଣ୍ଡି ଥାନା ମାମଲା ୩୩୧ / ୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31