Indus Valley Times

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସଙ୍କଳ୍ପ ଦିବସ ଓ ପଦଯାତ୍ରା ଉଦଘାଟିତ

 Breaking News

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସଙ୍କଳ୍ପ ଦିବସ ଓ ପଦଯାତ୍ରା ଉଦଘାଟିତ

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ସଙ୍କଳ୍ପ ଦିବସ ଓ ପଦଯାତ୍ରା ଉଦଘାଟିତ
October 02
18:33 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୦ : ଆଜି ବିଜୁ ଜନତାଦଳର ସୁପ୍ରିମୋ ନବୀନ ପଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟବ୍ୟାପୀ ସଂକଳ୍ପ ସମାବେଶ ଓ ପଦଯାତ୍ରା ଆରମ୍ଭ ହୋଇଛି ।
ଏହି ପ୍ରରୀପ୍ରେକ୍ଷୀରେ ବୌଦ୍ଧ ଗାନ୍ଧୀ ଛକଠାରେ ଅବସ୍ଥିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁର୍ବତନ ବାଚସ୍ପତିତଥା ବୌଦ୍ଧ ବିଜେଡି ସଭାପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଙ୍କ ନେତୃତ୍ୱରେ ପୁଷ୍ପମାଲ୍ୟ ପ୍ରଦାନ ସହ ଉପସ୍ଥିତ ଶତାଧିକ ସଦସ୍ୟଙ୍କୁ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସକଳ ବର୍ଗର କଲ୍ୟାଣରେ ସମର୍ପିତ ରହିବା ସମାଜର ତଲପାହାଚରେ ଥିବା ବ୍ୟକ୍ତିର ଉତଥାନ ନିମିତ୍ତ କାର୍ଯ୍ୟ କରିବା ଜନ ଭାଗିଦାରୀତାକୁ ପ୍ରାଧାନ୍ୟ ଦେଇ ବ୍ୟକ୍ତି ମର୍ଯ୍ୟଦା ନିମିତ୍ତ କାର୍ଯ୍ୟକରିବା ମହାତ୍ମାଗାନ୍ଧୀଙ୍କ ଆଦର୍ଶ ‘ଅହିଁସା ଫକୁ ଭାରତର ସମ୍ବିଧାନର ମୁଖ ବନ୍ଧରେ ସାମିଲ କରିବା ପାଇଁ ନବୀନ ବାବୁ ଉତଥାନ କରିଥିବା ପ୍ରସଙ୍ଗକୁ ସମର୍ଥନ କରିବା ଏବଂ ପ୍ରବାଦ ପୁରୁଷ ବିଜୁବାବୁଙ୍କ ପ୍ରେରଣା ଓ ପ୍ରିୟନେତା ନବୀନ ପଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ଗାନ୍ଧୀ ବିଚାରର ସଫଳ ପ୍ରୟୋଗ ନିମନ୍ତେ ଶପଥ ପାଠ କରାଇଥିଲେ ।
ଏହାପରେ ଗାନ୍ଧୀ ଛକ ଠାରୁ ଭୈରବୀ ଛକ ପର୍ଯ୍ୟନ୍ତ ପଦଯାତ୍ରା ରେ ଯାଇ ମାସେ ବ୍ୟାପି ହେବାକୁ ଥିବା ପଦଯାତ୍ରାର ଶୁଭାରମ୍ଭ କରିଥିଲେ ପରେ ଭୈରବୀ ଛକଠାରେ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଆଜିର କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ମୁନିସିପାଲିଟି ର ନଗରପାଳ ମୃତ୍ୟଞ୍ଜୟ ମିଶ୍ର ଉପନଗରପାଳ ସୁଭାଶିନି ସେଠି ପୂର୍ବତନ ଉପନଗରପାଳ ବସନ୍ତ ସ୍ୱାଇଁ ଆଇନୀଜୀବି ଅଶୋକ ସାହୁ ଧୂରୀଣ ଦେହୁରୀ ଅମ୍ରିତ ପ୍ରଧାନ ଜ୍ଞାନ ରଞ୍ଜନ ପଟନାୟକ ଦେବରାଞ୍ଜନ ବିଶି ଦେବହରି ମହାଙ୍କୁଡ ଯୋଗେଶ୍ୱର ମହାଙ୍କୁଡ ମନରଞ୍ଜନ ପୁରୋହିତ ସୁବୋଧ କୁମାର ପ୍ରଧାନ ମାନଗୋବିନ୍ଦ ପ୍ରଧାନ ଅଜିତ ମହାଙ୍କୁଡ ରାମଶଙ୍କର ମହାଙ୍କୁଡ ସ୍ଵର୍ଣ୍ଣଲତା ଦଳେଇ କାର୍ତ୍ତିକ ବେହେରା ତ୍ରିପୁର ମହାଙ୍କୁଡ ପ୍ରମୁଖଙ୍କ ନେତୃତ୍ୱରେ ଦୁଇଶହ ରୁ ଉର୍ଦ୍ଧ କର୍ମୀ ଆଜିର କାର‌୍ୟ୍ୟକ୍ରମରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031