Indus Valley Times

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ପଞ୍ଚାୟତ ପରିଦର୍ଶନ, ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା

 Breaking News

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ପଞ୍ଚାୟତ ପରିଦର୍ଶନ, ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା

ବୌଦ୍ଧ ଜିଲ୍ଲାପାଳଙ୍କ ବିଭିନ୍ନ ପଞ୍ଚାୟତ ପରିଦର୍ଶନ, ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା
October 22
11:08 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧୦ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୂଷଣ ନାୟକ ଆଜି ବୌଦ୍ଧ ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରି ଖାଉଟି ସାମଗ୍ରୀ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି।
ଏହି ଅବସରରେ ସେ ମୁର୍ଶୁଣ୍ଢୀ, ତେଲିବନ୍ଧ, ପଦ୍ମନପୁର ଆଦି ପଞ୍ଚାୟତ ଗସ୍ତ କରି ଖାଉଟିମାନଙ୍କୁ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ରାସନ ସାମଗ୍ରୀର ବଣ୍ଟନ ପ୍ରକ୍ରିୟା ଅନୁଧ୍ୟାନ କରିଥିଲେ।
ପରିଦର୍ଶନ ସମୟରେ ଜିଲ୍ଲାପାଳ ଖାଉଟିମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନେ ଠିକ୍ ସମୟରେ ଏବଂ ନିର୍ଦ୍ଧାରିତ ପରିମାଣରେ ଖାଉଟି ସାମଗ୍ରୀ ପାଉଛନ୍ତି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ।
ଏଥିସହିତ ଖାଉଟି ସାମଗ୍ରୀ ବଣ୍ଟନରେ ସ୍ୱଚ୍ଛତା ଓ ସମାନତା ବଜାୟ ରଖିବା ସହ ଯୋଗ୍ୟ ହିତାଧିକାରୀଙ୍କୁ ଠିକ୍ ସମୟରେ ସାମଗ୍ରୀ ଯୋଗାଇଦେବା ଉପରେ ଗୁରୁତ୍ୱାରୋପ କରିଥିଲେ।ଗୋଦାମରେ ଗଚ୍ଛିତ ଥିବା ସମସ୍ତ ଖାଉଟି ସାମଗ୍ରୀ ଆଗାମୀ ଦୁଇଦିନ ମଧ୍ୟରେ ହିତାଧିକାରୀ ମାନଙ୍କୁ ବଣ୍ଟନ କରିବା ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଖାଉଟି ସାମଗ୍ରୀ ବଣ୍ଟନରେ ଯେପରି କୌଣସି ଅବହେଳା ନହୁଏ ଏବଂ ହିତାଧିକାରୀମାନେ ସେମାନଙ୍କ ନ୍ୟାଯ୍ୟ ପ୍ରାପ୍ୟରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ସତର୍କ ରହିବାକୁ ସେ ପରାମର୍ଶ ଦେଇଥିଲେ।
ଏହି ପରିଦର୍ଶନ ସମୟରେ ବୌଦ୍ଧ ବିଡିଓ ଯୁଗଳ କିଶୋର ବିଶ୍ୱାଳ, ଜିଲ୍ଲା ଯୋଗାଣ ଅଧିକାରୀ ଶ୍ରୀନାଥ ହାଁସଦାଙ୍କ ସମେତ ବିଭାଗର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଖାଉଟି ହିତାଧିକାରୀଙ୍କୁ ନିଜର ନିର୍ଦ୍ଧାରିତ ଖାଉଟି ସାମଗ୍ରୀ ଠିକ୍ ସମୟରେ ଓ ସଠିକ୍ ପରିମାଣରେ ସଂଗ୍ରହ କରିବା ସହ ବଣ୍ଟନ ବ୍ୟବସ୍ଥାରେ କୌଣସି ଅନିୟମିତତା ପରିଲକ୍ଷିତ ହେଲେ ତାହା ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟିକୁ ଆଣିବାକୁ ଅନୁରୋଧ କରାଯାଇଛି।
ଏକ ସ୍ୱଚ୍ଛ, ସୁସଂଗଠିତ ଓ ଜନହିତକର ଖାଉଟି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବାରେ ଜନସାଧାରଣ ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଆହ୍ୱାନ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031