Indus Valley Times

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ବୈଠକ, ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ

 Breaking News

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ବୈଠକ, ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ

ନୂଆ ଅବକାରୀ ନୀତି କାର୍ଯ୍ୟକାରୀ ନେଇ ଉଚ୍ଚସ୍ତରୀୟ ବୈଠକ, ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ ଉପରେ ଗୁରତ୍ୱ
April 13
19:12 2026

ଭୁବନେଶ୍ୱର, ୧୩/୪ : ରାଜ୍ୟ ସରକାର ନୂଆ ଅବକାରୀ ନୀତି ପ୍ରଣୟନ ସହ ଏହାକୁ ସଠିକ୍ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଆଇନ ମନ୍ତ୍ରୀ କହିଛନ୍ତି ବୈଠକରେ ବେଆଇନ ମାଦକ ଦ୍ରବ୍ୟ କାରବାର ରୋକ, ଏମ୍‌ଜିକ୍ୟୁ ବଦଳରେ ଏମ୍‌ଜିଇଆର୍ ବ୍ୟବସ୍ଥା ଲାଗୁ ଓ ଲଟେରୀ ପ୍ରକ୍ରିୟାକୁ ସ୍ୱଚ୍ଛ ଓ ସରଳୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି, ନୂଆ ମଦ ଦୋକାନ ଖୋଲିବା କିମ୍ବା ଅଧିକ ମଦ ବିକ୍ରୟ କରିବା କେବେ ବି ରାଜ୍ୟ ସରକାରଙ୍କ ପ୍ରାଧାନ୍ୟ ନୁହେଁ । ସରକାର ମଦ୍ୟପାନକୁ ନିରୁତ୍ସାହିତ କରିବା ପାଇଁ ଅତିରିକ୍ତ ଡି-ଆଡ଼ିକ୍‌ସନ୍ ସେସ୍ ଲଗାଇବା ପାଇଁ ଯୋଜନା କରିଛନ୍ତି । ଏହା ଦ୍ୱାରା ମଦ୍ୟପାନ ନ କରିବା ପାଇଁ ଏକ ସଚେତନତା ବାର୍ତ୍ତା ପ୍ରସାର କରିହେବ ।
ଏଥି ସହିତ ପୂର୍ବରୁ ଥିବା ଏମ୍‌ଜିକ୍ୟୁ ବ୍ୟବସ୍ଥାକୁ ଉଚ୍ଛେଦ କରି ଏମ୍‌ଜିଇଆର୍ ବ୍ୟବସ୍ଥା ଲାଗୁ ହେବାକୁ ଯାଉଛି । ଫଳରେ ସର୍ବନିମ୍ନ ମଦ ବିକ୍ରି ପାଇଁ ଡିଲରଙ୍କ ଉପରେ ଥିବା ଚାପ ହ୍ରାସ ପାଇବ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି ।
ସେହିପରି ବେଆଇନ ମଦ କାରବାର ଯୋଗୁଁ କେବଳ ଧନଜୀବନ ହାନି ହେଉ ନାହିଁ, ବରଂ ରାଜସ୍ୱ ହାନି ହେଉଛି । ତେଣୁ ଏହି ବେଆଇନ ନିଶା ତଥା ମାଦକ ଦ୍ରବ୍ୟ କାରବାରକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଏବଂ ମଦ ଦୋକାନ ଆବଣ୍ଟନ ବେଳେ ଇ-ଲଟେରୀ ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି ।
ଅବକାରୀ ବ୍ୟବସ୍ଥାରେ ସୁଧାର ଦ୍ୱାରା ବେଆଇନ କାରବାର ରୋକାଯିବା ସହ ରାଜ୍ୟର ରାଜସ୍ୱ ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ ଆଶା ପ୍ରକାଶ କରିଥିଲେ ।
ଏହି ବୈଠକରେ ଆବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଆର୍‌. ଏସ୍‌. ଗୋପାଳନ୍‌, ଅବକାରୀ କମିଶନ ପି. ଅନେ୍ୱଷା ରେଡ୍ଡୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦେବାଶିଷ ପଟ୍ଟନାୟକଙ୍କ ସମେତ ଏନଆଇସି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031