ଘନୀଭୂତ ହେଲା ବାତ୍ୟା ‘ମୁରାସୁ’, ନଭେମ୍ବର ୩ରେ ଅତିକ୍ରମ କରିବ ଆନ୍ଧ୍ର ଉପକୂଳ
November 02
11:38
2026
ଭୁବନେଶ୍ୱର, ୨/୧୧ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ‘ମୁରାସୁ’ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ସମେତ ଆଖପାଖ ଅଞ୍ଚଳରେ ଆଜି ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।
୪ ତାରିଖରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ଏହାର ପ୍ରଭାବ ସବୁଠୁ ଅଧିକ ରହି ପ୍ରବଳ ବର୍ଷା ହେବାର ଆକଳନ କରାଯାଉଛି।
ତେବେ ସ୍ଥଳଭାଗ ଅତିକ୍ରମ କଲା ପରେ ଶୁଷ୍କ ଓ ଥଣ୍ଡା ପବନ ଏବଂ ପୂର୍ବଘାଟ ପର୍ବତମାଳାର ପ୍ରଭାବ ଯୋଗୁଁ ବାତ୍ୟାର ଗତି ମନ୍ଥର ହୋଇ ଧୀରେ ଧୀରେ ଦୁର୍ବଳ ହେବା ସହ ଏହା ଉତ୍ତର-ପଶ୍ଚିମ ଦିଗରେ ତେଲେଙ୍ଗାନା ଆଡ଼କୁ ଗତି କରିବାର ସମ୍ଭାବନା ରହିଛି।







