Indus Valley Times

ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ କ୍ରୀଡ଼ା ପ୍ରତିଭା

 Breaking News

ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ କ୍ରୀଡ଼ା ପ୍ରତିଭା

September 13
09:16 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୧୩/୯ : ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ (ସିସିଆଇ) ରେ ରହୁଥ‌ବା ଅନ୍ତେବାସୀଙ୍କୁ ନେଇ କ୍ରିଡା ପ୍ରତିଯୋଗିତା, ଏକ ଶିଶୁ ମହୋତ୍ସବ “ଉତ୍ସାହ\” କାର୍ଯ୍ୟକ୍ରମ ଶୁକ୍ରବାର ଉଦଘାଟିତ ହୋଇଛି ।ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀଙ୍କ କ୍ରୀଡ଼ା ପ୍ରତିଭା
ଏହି ମହୋତ୍ସବରେ ପ୍ରାୟ ୧୫୦ ଶହରୁ ଉର୍ଦ୍ଧ୍ବ ଶିଶୁ ଯୋଗଦେଇ ବିଭିନ୍ନ ଖେଳ କୁଦରେ ସେମାନଙ୍କ ପ୍ରତିଭା ଦେଖାଇଥିଲେ । ପୂର୍ବାହ୍ନରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ପିଲାମାନକ ମଧ୍ୟରେ ବରିଷ୍ଠ ଓ କନିଷ୍ଠ ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଯଥା ୧୦୦ ମିଟର ଦୌଡ ୨୦୦ ମିଟର ଦୌଡ ଉଚ୍ଚ ଡିଆଁ ଲମ୍ବ ଡିଆଁ, ଚେସ ଏବଂ କ୍ୟାରମ ଆଦି ପ୍ରତିଯୋଗିତା ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ, ସଦସ୍ୟ କିଶୋର ନ୍ୟାୟ ବୋର୍ଡ ଓ ଅତିରିକ୍ତ କିଶୋର ନ୍ୟାୟ ବୋର୍ଡ, ଏବଂ ଶିଶୁ ମଙ୍ଗଳା ସମିତିର ଅଧ୍ୟକ୍ଷା ଅତିଥିଭାବେ ଯୋଗ ଦେଇଥିଲେ।
ପିଲାମାନେ କିପରି ଆଗାମୀ ଦିନରେ ଭଲ ମଣିଷ ହୋଇ ସମାଜରେ ନିଜକୁ ପ୍ରତିଷ୍ଠିତ କରିପାରିବେ ଏହା ଶିଶୁଯତ୍ନ ଅନୁଷ୍ଠାନର ଦାୟିତ୍ଵ ବୋଲି କହିଥିଲେ।
ଏହି ମହୋତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀମତୀ ବାଣୀଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଶିଶୁ ମାନଙ୍କ ମଧ୍ୟରେ ଲୁକାୟିତ ପ୍ରତିଭା ଉପରେ ଗୁରୁତ୍ୱାରୋପ କରି ଏଇ ପ୍ରତିଭାକୁ କିପରି ଭାବେ ଲୋକଲୋଚନକୁ ଆଣିହେବ ଏବଂ ସମାଜର ମୂଖ୍ୟ ସ୍ରୋତରେ ସାମିଲ କରିହେବ ସେହି ବିଷୟରେ ଅଲୋକପାତ କରିଥିଲେ ।
ଏହି ମହୋତ୍ସବରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ ଶ୍ରୀ ସଚିନ୍ଦ୍ର ନାଥ ସାହୁ, ପ୍ରୋବେଶନ ଅଧିକାରୀ ଶ୍ରୀ ସୌମେନ୍ଦ୍ର ନାୟକ, ଅଣ ଆନୁଷ୍ଠାନିକ ଅଧିକାରୀ ଶ୍ରୀ ଅଶୋକ ସେଠୀ, ସାମାଜିକ କର୍ମୀ ରଞ୍ଜନ କୁମାର ଗୋଛାୟାତ, ରିତାଞ୍ଜାଳୀ ମହାନ୍ତି, ଅରୁଣ ଏନଜିଓର କନ୍ସଲ୍ଟ ନ୍ସ ଶ୍ରୀମତୀ ନିରାଲି ପ୍ରଧାନ, ଅର୍ଚ୍ଚନା ରାୟ, ସୁକାନ୍ତ କୁମାର ପୃଷ୍ଟି, ଶିବାସିସ ମହାନ୍ତି, ସତ୍ୟ ସାମନ୍ତରା, ସଚିଦାନନ୍ଦ ସେଠୀ, ପ୍ରସୂନ ଶୁକ୍ଳ ପ୍ଲାନ ଇଣ୍ଡିଆ ର ପ୍ରମୁଖ ପରିଚାଳନା କରିଥିଲେ।
ଶେଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତ୍ରୀ ଶ୍ରୀମତୀ ମନଶ୍ୱିନୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031