Indus Valley Times

ବାଲିଯାତ୍ରାରୁ ପ୍ରେରଣା

 Breaking News

ବାଲିଯାତ୍ରାରୁ ପ୍ରେରଣା

ବାଲିଯାତ୍ରାରୁ ପ୍ରେରଣା
November 16
20:44 2026

ବରଦା ପ୍ରସନ୍ନ ଦାସଙ୍କ ରିପୋର୍ଟ
କଟକ/ଓଡ଼ିଶା, ୧୬/୧୧ : ବାଲିଯାତ୍ରା ମହୋତ୍ସବ ବହୁ ସ୍ଥାନରେ ମହାସମାରୋହରେ ପାଳିତ ହେଉଥିବା । ପ୍ରାୟ ତିନିହଜାର ବର୍ଷ ପୂର୍ବେ ଓଡିଶାର ସମୃଦ୍ଧ ଅତୀତ ନୌବାଣିଜ୍ୟକୁ ମନେପକାଇବା ପାଇଁ ସଙ୍ଗଠିତ ହୋଇ ଆସୁଅଛି ।
ଜାଭା, ବାଲି, ଇଣ୍ଡୋନେସିଆ, ସୁମାତ୍ରା ଆଦି ଦୀପ ଗୁଡିକୁ ପାଲଟଣା ବୋଇତ ରେ ବଣିକ ମାନେ ବାଣିଜ୍ୟ କରିବାକୁ କାର୍ତିକ ମାସରେ ଯାତ୍ରା କରି ଆଷାଢ଼ ମାସ ପୂର୍ବରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି ।
ସେଇ ସ୍ମୃତିକୁ ଉଜ୍ଜୀବିତ କରିବା ପାଇଁ ବାଲିଯାତ୍ରା ପ୍ରାରମ୍ଭ ରେ ନଦୀ ମାନଙ୍କରେ ଡଙ୍ଗା ଭସାଇ ଥାନ୍ତି । ଅତୀତରେ କଟକ ଗଡ଼ଗଡ଼ିଆ ଠାରେ ମୁଖ୍ୟ ନଦୀ ବନ୍ଦର ଥିଲା ।
ଖାଲି ସ୍ମୃତିକୁ ସ୍ମରଣ କଲେ ହେବ ନାହିଁ ସେଇ ବ୍ୟବସାୟ ପରଂପରା କୁ ମନେ ପକାଇ ଆଜିର ଯୁବଗୋଷ୍ଠୀ ଙ୍କୁ ଆତ୍ମ ନିର୍ଭରଶୀଳ ପାଇଁ ସରକାରୀ ବିଭାଗ ତତ୍ପର ହେବା ଆଜି ଜରୁରୀ ।
ବାଲିଯାତ୍ରା ମେଳାରେ ଦହିବରା, ଠୁଙ୍କା ପୁରି ଖାଇ ବିଭିନ୍ନ ମଣ୍ଡପ ପ୍ରଦର୍ଶନୀ ବୁଲିବା ସହିତ ପୂର୍ବ ଗୌରବ କିପରି ଫେରି ଆସିବ, ଓଡ଼ିଆ ବୀର ଜାତି, ଆଜିର ବେକାର ଯୁବକ ସେ ଦେଶ ବିଦେଶରେ ବେପାର ବଣିଜ କରି ସୁନାମ ଅର୍ଜନ କରିପାରିବ ତାହା ପ୍ରେରଣା ଦେଇଥାଏ ।
ଭାରତ ମହାମହିମ ରାଷ୍ଟ୍ରପତି ଙ୍କ ଦ୍ଵାରା ଉଦଘାଟନ ପରେ କଟକ ବାଲିଯାତ୍ରା ଜାତିସଂଘ ମାନ୍ୟତା ପ୍ରାପ୍ତି ସହ ପୂର୍ବ ଗାରିମା କିପରି ଫେରିପାଇବ ସେ ଦିଗରେ ସମସ୍ତେ ଦୃଷ୍ଟି ଦେବାକୁ ଥିଙ୍କର୍ସ କ୍ଲବ ସଭାପତି ବରଦା ଦାସ ଅନୁରୋଧ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30