Indus Valley Times

ବୌଦ୍ଧ ଉପ-ଜିଲ୍ଲାପାଳ ଲିଙ୍ଗଗତ ହିଂସା ବିରୋଧୀ ୧୬ ଦିବସୀୟ ଅଭିଯାନ – ସଚେତନତା ରାଲିର ଶୁଭାରମ୍ଭ କଲେ

 Breaking News

ବୌଦ୍ଧ ଉପ-ଜିଲ୍ଲାପାଳ ଲିଙ୍ଗଗତ ହିଂସା ବିରୋଧୀ ୧୬ ଦିବସୀୟ ଅଭିଯାନ – ସଚେତନତା ରାଲିର ଶୁଭାରମ୍ଭ କଲେ

ବୌଦ୍ଧ ଉପ-ଜିଲ୍ଲାପାଳ ଲିଙ୍ଗଗତ ହିଂସା ବିରୋଧୀ ୧୬ ଦିବସୀୟ ଅଭିଯାନ – ସଚେତନତା ରାଲିର ଶୁଭାରମ୍ଭ କଲେ
November 26
08:45 2026

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୬/୧୧ : ବୌଦ୍ଧ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଆଜି ସକାଳ ୧୦:୦୦ ଟା ସମୟରେ ‘ଲିଙ୍ଗଗତ ହିଂସା ବିରୋଧୀ ୧୬ ଦିବସୀୟ ଅଭିଯାନ – ୨୦୨୬’ (16 Days of Activism against Gender-Based Violence) ଉପଲକ୍ଷେ ଏକ ଜିଲ୍ଲାସ୍ତରୀୟ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି।
ବୌଦ୍ଧ ଉପ-ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସଚେତନତା ରାଲିକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ ହୋଇଥିବା ଏହି ବିଶାଳ ରାଲି କୃଷିବଜାର ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଂଶୀଦାରମାନେ ଅଂଶଗ୍ରହଣ କରିଥିଲେ। ବିଭିନ୍ନ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ମହିଳା ସଶକ୍ତିକରଣ ତଥା ମହିଳା ଓ ବାଳିକାମାନଙ୍କ ପ୍ରତି ହେଉଥିବା ଲିଙ୍ଗଗତ ହିଂସା ରୋକିବା ଦିଗରେ ଜନସଚେତନତା ସୃଷ୍ଟି କରାଯାଇଥିଲା।
ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ସାଗରିକା ଦତ୍ତ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଚନ୍ଦ୍ରକାନ୍ତି ବେଉରା, ପ୍ରୋଗ୍ରାମ ଅଫିସର ତଥା ସୁରକ୍ଷା ଅଧିକାରୀ ଶ୍ରୀମତୀ ସନ୍ତୋଷିନୀ ଭୋଇ ଏବଂ ସବ୍-ଡିଭିଜନାଲ୍ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ଗୀତାଞ୍ଜଳି ଦଲାଲ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

November 2026
M T W T F S S
 1
2345678
9101112131415
16171819202122
23242526272829
30