Indus Valley Times

ଧୂଳି ର ସହର ବଲାଙ୍ଗିର,ଖତ ଖାଉଛି ଲକ୍ଷାଧିକ ଟଙ୍କାର ଧୂଳି ସଫା ଗାଡ଼ି

 Breaking News

ଧୂଳି ର ସହର ବଲାଙ୍ଗିର,ଖତ ଖାଉଛି ଲକ୍ଷାଧିକ ଟଙ୍କାର ଧୂଳି ସଫା ଗାଡ଼ି

April 03
21:18 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବଲାଙ୍ଗିର, ୩/୪: ସବୁବେଳେ ଚର୍ଚ୍ଚା ରେ ଚର୍ଚ୍ଚିତ ବଲାଙ୍ଗିର ମ୍ୟୁନିସିପାଲିଟି। ସମସ୍ୟା ବହୁଳ ବଲାଙ୍ଗିର ଜିଲ୍ଲା।ପ୍ରଶସ୍ତ ଚରିଛକ ବିଶିଷ୍ଟ ବଲାଙ୍ଗିର ସହର ବର୍ତ୍ତମାନ ଧୂଳିର ସହର ଭାବେ ପରିଗଣିତ।
ସବୁଆଡେ ଧୂଳି। ରାସ୍ତାର ଧୂଳି ରେ ବଲାଙ୍ଗିର ବାସିନ୍ଦା ଛଟପଟ।ଗୋଟିଏ ପଟେ ଏହି ବିଜେପି ସରକାର ସ୍ୱଚ୍ଛ ସରକାର ର ଖୋଳପା ପରିଧାନ କରିଥିବା ବେଳେ ଜିଲ୍ଲା ଗୁଡ଼ିକ ଧୂଳି ର ପ୍ରଦୂଷଣ ରେ ପ୍ରଦୂଷିତ।
ପ୍ରଦୂଷଣ ଦିନକୁ ଦିନ ବଢ଼ିବାରେ ଲାଗିଛି।ସହରର ପକ୍କା ରାସ୍ତା ଉପରେ କୁଢ଼ କୁଢ଼ ଆବର୍ଜନା ସହ ଧୂଳି ପଡ଼ି ରହିଥିବା ବେଳେ ବଲାଙ୍ଗିର ପୌର ପରିଷଦ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ କିଣିଥିବା ଧୂଳି ସଫା ଗାଡ଼ି କାର୍ଯ୍ୟାଳୟ ବାହାରେ ବର୍ଷ ବର୍ଷ ଧରି ଖତ ଖାଉଛି।
ବଲାଙ୍ଗିର ସହର ରାସ୍ତା ପାର୍ଶ୍ବରେ ରହୁଥିବା ବାସିନ୍ଦା ଙ୍କ ଘର ଭିତର ରାସ୍ତା ଧୂଳି ରେ ପରିପୂର୍ଣ।
ରାସ୍ତା ପାର୍ଶ୍ବରେ ଶହ ଶହ ଖାଦ୍ୟ ଠେଲା ଖାଦ୍ୟ ତିଆରି କରି ନିଜ ଜୀବନ ଜୀବିକା କରୁଛନ୍ତି।ଏହା କେତେ ସୁରକ୍ଷିତ।
ଗାଡ଼ି ଟିଏ ଗଲେ ଧୁଲିମୟ ହୋଇଯାଉଛି।ସାଧାରଣ ପବନ ହେଲେ ଘର ଦ୍ବାର ଧୁଳିମୟ ହେଉଥିବା ବେଳେ ରାସ୍ତାରେ ଯାଉଥିବା ସମୟରେ ଆଖି ଧୂଳି ଭର୍ତ୍ତି ହୋଇଯାଉଥିବା ଦେଖିବାକୁ ମିଳିଛି।ଧୂଳି ପାଇଁ ବଲାଙ୍ଗିର ବାସିନ୍ଦା ତ୍ରାହି ତ୍ରାହି ହେଲେଣି।
ଧୂଳି ରୁ ନିସ୍ତାର ନାହିଁ।ଏକ ପ୍ରକାର ଧୂଳି ର ସହର ବଲାଙ୍ଗିର ହୋଇସାରିଲାଣି।
କ୍ଷମତାସୀନ ଥିବା ବିଜେପି ସରକାର ସ୍ୱଚ୍ଛ ଶାସନ,ପ୍ରଦୂଷଣ ମୁକ୍ତ ଭାରତ ଗଠନରେ ଫେଲ ମାରିଥିବା ବଲାଙ୍ଗିର ସହର ର ପ୍ରଦୂଷଣ ରୁ ଜଣା ପଡ଼ିଛି।
ଏଣୁ କ୍ଷମତା କୁ ଆସୁଥିବା ପଦାଧିକାରୀ ଙ୍କୁ ଅନୁରୋଧ ନିର୍ବାଚନ ପୂର୍ବରୁ ଜନତା ଙ୍କୁ ଯାହା ପ୍ରତିଶ୍ରୁତି ଦେଉଛନ୍ତି ତାହା କାର୍ଯ୍ୟରେ କଲେ ଭାରତ ବର୍ଷ ସ୍ୱଚ୍ଛ ତଥା ପ୍ରଦୂଷଣ ମୁକ୍ତ ହେବା ସଙ୍ଗେ ସଙ୍ଗେ ବିକଶିତ ଭାରତ ଗଠନ ହେବ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031