Indus Valley Times

ଆସନ୍ତା ଜାନୁଆରୀ ୯ ତାରିଖରୁୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ

 Breaking News

ଆସନ୍ତା ଜାନୁଆରୀ ୯ ତାରିଖରୁୁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ

January 05
18:52 2022

ଭୁବନେଶ୍ବର ୫/୧ : ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା । ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ନେଇ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ।
ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ନାଇଟ୍କର୍ଫ୍ୟୁ ଲାଗୁ କରାଯାଇଛି । ଆସନ୍ତା ଜାନୁଆରୀ ସ୍କୁଲ ଓ କଲେଜ୍ ବନ୍ଦ, ରାତି ୯ଟାରୁ ନାଇଟ୍ କର୍ଫ୍ୟୁ। ଏହା ସହିତ ରାଜ୍ୟରେ ବନ୍ଦ ରହିବ କ୍ଲାସରୁମ୍ ପାଠପଢା । ଦ୍ବାଦଶ ଶ୍ରେଣୀ ଯାଏଁ ଜାରିରହିଥିବା କ୍ଲାସ୍ ରୁମ୍ ପାଠପଢା ବନ୍ଦ ରହିବ ।
ପୂର୍ବପରି ଅନଲାଇନ୍ରେ ପାଠପଢା ଜାରି ରହିବ ।
ଏସ୍ଆର୍ସି ଜାରି କରିଥିବା ନୂଆ ଗାଇଡଲାଇନ୍ ଅନୁଯାୟୀ, ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ଏହା ସହିତ ୧୦୦ ଲୋକଙ୍କୁ ନେଇ ବିବାହ କାର‌୍ୟ୍ୟ ଏବଂ ବ୍ରତଘର କାର‌୍ୟ୍ୟ ଚାଲୁରହିବ । ଚାଲୁ ରହିବ ମାଟ୍ରିକ୍ ସମେଟିଭ୍ ପରୀକ୍ଷା ।
ରାଜ୍ୟରେ ହାଟ, ଦୋକାନ ବଜାରରେ ଥିବା ଦୋକାନ ବଜାର ମାଲିକମାନଙ୍କୁ କୋଭିଡ ଗାଇଡଲାଇନ୍ ପାଳନ କରିବା ପାଇଁ ନିର୍ଦେଶ ଦିଆଯାଇଛି । କୋଭିଡ ନିୟମ ପାଳନ ନକଲେ ଦୋକାନକୁୁ ସିଲ୍ କରାଯିବ ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30