Indus Valley Times

ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଘର ଭିତରକୁ ଛାଡିଲେନି ବାପ-ପୁଅ, କବାଟ ଭାଙ୍ଗି ପଶିଲେ ଭିଜିଲାନ୍ସ ଟିମ୍

 Breaking News

ସର୍ଚ୍ଚ ଓ୍ୱାରେଣ୍ଟ ସତ୍ତ୍ୱେ ବି ଘର ଭିତରକୁ ଛାଡିଲେନି ବାପ-ପୁଅ, କବାଟ ଭାଙ୍ଗି ପଶିଲେ ଭିଜିଲାନ୍ସ ଟିମ୍

March 09
12:24 2022

ବ୍ରହ୍ମପୁର, ୯/୩: ସର୍ଚ୍ଚ ୱାରେଣ୍ଟ ଦେଖାଇବା ସତ୍ତ୍ୱେ କବାଟ ଖୋଲିଲେନି ବାପପୁଅ। ଗେଟ୍ ଭାଙ୍ଗି ଘର ଭିତରେ ପଶିଲେ ଭିଜିଲାନ୍ସ ଟିମ୍। ରେଡ୍ ବେଳେ ଗଦି ତଳୁ କେବଳ ମିଳିଲା ୧୭ ଲକ୍ଷ ଟଙ୍କା।
ବ୍ରହ୍ମପୁର ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କ ଭୁବନେଶ୍ୱରସ୍ଥିତ ଘର ମୁଖ୍ୟ ଦ୍ୱାର ଭାଂଗି ରେଡ୍ କରି ବିପୁଳ ପରିମାଣର ସୁନା ଓ ଅନ୍ୟାନ୍ୟ ଜିନିଷ ଜବତ କରିଛି ଭିଜିଲାନ୍ସ ।
ଆଜି ସକାଳୁ ସକାଳୁ ଜଗନ୍ନାଥଙ୍କ ଭୁବନେଶ୍ୱରସ୍ଥିତ ଘର ସମେତ ବ୍ରହ୍ମପୁର, ଛତ୍ରପୁର ଆଦି ୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍।
ବ୍ରହ୍ମପୁର ଗଜପତି ନଗରରେ ଥିବା ୪ ମହଲା କୋଠା, ୧୧ ନମ୍ବର ଲେନ୍ରେ ଥିବା ୫ ମହଲା ବିଶିଷ୍ଟ କୋଠା, ଭୁବନେଶ୍ୱର ଏମ୍ସ ନଗରରେ ଥିବା ୪ ମହଲା କୋଠା, ଆମ୍ବପୁଆରେ ଥିବା ଅଫିସ ଏବଂ ଛତ୍ରପୁର ପୁଟ୍ଟବଗଡ଼ରେ ଜଗନ୍ନାଥଙ୍କ ପୈତୃକ ବାସଭବନରେ ଏହି ରେଡ୍ ଚାଲିଛି ।
ବେଡ ଶେଜ ତଳେ ବିଡ଼ା ବିଡ଼ା ଟଙ୍କା ଲୁଚାଇ ରଖିଥିଲେ ଜଗନ୍ନାଥ ସେଠୀ । ତାଙ୍କର ବ୍ରହ୍ମପୁର ଘରୁ ପ୍ରାୟ ୧୭ ଲକ୍ଷ ଟଙ୍କା ଜବତ ହୋଇଛି ।
ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଓ ଅଫିସରେ ଭିଜିଲାନ୍ସର ଏକ ବଡ଼ ଟିମ୍ ଚଢ଼ାଉ କରୁଛି । ତେବେ ଜଗନ୍ନାଥ ଓ ତାଙ୍କ ପୁଅଙ୍କ ଅସହଯୋଗ ହେତୁ ଉଭୟଙ୍କ ବିରୋଧରେ କଡ଼ା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛି ଭିଜିଲାନ୍ସ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30