Indus Valley Times

ରେମୁଣାର ବ୍ଲକ ଚେୟାରମେନ ହେଲେ ରାଜେନ୍ଦ୍ର ରାଉତ

 Breaking News

ରେମୁଣାର ବ୍ଲକ ଚେୟାରମେନ ହେଲେ ରାଜେନ୍ଦ୍ର ରାଉତ

ରେମୁଣାର ବ୍ଲକ ଚେୟାରମେନ ହେଲେ ରାଜେନ୍ଦ୍ର ରାଉତ
March 13
15:22 2022

ସୁଦାମ ପାତ୍ରଙ୍କ ରିପୋର୍ଟ

ବାଲେଶ୍ୱର,୧୩/୩: ବାଲେଶ୍ୱର ଜିଲ୍ଲାର ସବୁଠୁ ଉଚ୍ଚ ଶିକ୍ଷିତ ଅଞ୍ଚଳ କୁହାଯାଉଥିବା ରେମୁଣାର ନବ ନିର୍ବାଚିତ ବ୍ଲକ ଅଧକ୍ଷ ହେଲେ ପୁରୁଖା ବ୍ୟୋକ୍ତି ରାଜେନ୍ଦ୍ର ରାଉତ । ଗତ ତ୍ରି ସ୍ତରୀୟ ନିର୍ବାଚନରେ କୁରୁଡ଼ା ଗ୍ରାମପଞ୍ଚାୟତରୁ ପ୍ରତିଦ୍ବନ୍ଦ୍ଦିତା କରି ବିଜେଡି ସମର୍ଥିତ ନବା ଗତ ପ୍ରାର୍ଥୀ ରାଜେନ୍ଦ୍ର ରାଉତ ବଜେପିର ପୁରୁଖା ତଥା ଦୁଇ ଥରର ସରପଂଚ କାର୍ତ୍ତିକ ଗିରି ଙ୍କୁ ପରାସ୍ତ କରି ରେମୁଣା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ନିଜର ଅମୟିକ ବ୍ୟବହାର ପାଇଁ ସମସ୍ତ ବିଜେଡି ସମର୍ଥିତ ସମିତି ସଭ୍ୟ/ସଭ୍ୟା ଙ୍କୁ ଏକାଠି କରି ପ୍ରତିପକ୍ଷଙ୍କୁ ମାତ୍ ଦେଇ ୩୨ ଗୋଟି ସଭ୍ୟ/ସଭ୍ୟା ମଧ୍ୟ ରୁ ନିଜସ୍ୱ ଚେଷ୍ଟା ମାଧ୍ୟମରେ ୧୯ ଗୋଟି ସମର୍ଥନ ହାସଲକରି ବିଜୟର ଟୀକା ପିନ୍ଧିଛନ୍ତି । ଶ୍ରୀଯୁକ୍ତ ରାଉତ ସରକାରୀ ଚାକିରି କରି ମଧ୍ୟ ବିଗତ ୩୦ ବର୍ଷ ଧରି ସମାଜ ସେବାକୁ ଜୀବନର ବ୍ରତ ବୋଲି ଭାବିବା ସହ ନିଜର ସାଧ୍ୟ ମୋତେ ଲୋକଙ୍କୁ ସଦା ସର୍ବଦା ସାହାଯ୍ୟ କରୁଥିଲେ । ତାର ପ୍ରତିଦାନ ସ୍ୱରୂପ ଈଶ୍ୱର ରାଜେନ୍ଦ୍ର ଭାଇଙ୍କୁ ଏତେ ବଡ଼ ଗୁରୁ ଦାୟିତ୍ଵ ଦେଲେ ବୋଲି ପାଖ ପଞ୍ଚାୟତ ଖାନନଗର ର ଉଚ୍ଚଶିକ୍ଷିତ ଯୁବକ ଅମ୍ବିକା ପ୍ରସାଦ ନାୟକ ବିଭିନ୍ନ ସମ୍ବାଦ ପତ୍ରକୁ କହିଛନ୍ତି ।
କୁରୁଡା ଅଞ୍ଚଳର ମାନ୍ୟଗନ୍ୟ ବ୍ୟକ୍ତି ବଙ୍କ ବିହାରୀ ବେହେରା କୁହନ୍ତି ରାଜେନ୍ଦ୍ର ବାବୁ ଙ୍କୁ ଆମେ ଦେଖି ଆସୁଛୁ ବିଗତ ୩୦–୩୫ ବର୍ଷ ଧରି ନିଜେ ସରକାରୀ ଚାକିରୀ କରିବା ସଙ୍ଗେ ସଙ୍ଗେ କୁରୁଡକ୍ଷ ଅଞ୍ଚଳର ବେକାରୀ ଭାଇ ମାନଙ୍କୁ ଛକରେ ଥଇଥାନ କରିବାରେ ତାଙ୍କ ର ସାହାଯ୍ୟ ଅବର୍ଣ୍ଣନୀୟ । ଏଭଳି ବ୍ୟକ୍ତିଙ୍କୁ ଭଗବାନ ଦୀର୍ଘାୟୁ କରିବା ସହ ଲୋକସେବା ରେ ମନ ନିବେଶ କରିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031