Indus Valley Times

ଭିଜିଲାନ୍ସ ଜାଲରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ,୯ଟି ସ୍ଥାନରେ ଚଢାଉ

 Breaking News

ଭିଜିଲାନ୍ସ ଜାଲରେ କଳାରାହାଙ୍ଗ ପ୍ରାଣୀଧନ ନିରୀକ୍ଷକ,୯ଟି ସ୍ଥାନରେ ଚଢାଉ

May 05
11:09 2022

କଟକ, ୫/୫: ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱରର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ (ଲାଇଭ୍ ଷ୍ଟକ୍ ଇନ୍ସପେକ୍ଟର) ଜଗନ୍ନାଥ ରାଉତଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।
ଗୁରୁବାର ଖୋର୍ଦ୍ଧା ଏବଂ କଟକ ଜିଲ୍ଲାର ୯ଟି ସ୍ଥାନରେ ୫ ଜଣ ଡିଏସପି, ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଚଢ଼ାଉ ଚାଲିଛି। କଟକ ଭିଜିଲାନ୍ସର ସ୍ବତନ୍ତ୍ର ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ ଚାଲିଥିବା ଜଣାଯାଇଛି।
ଜଗନ୍ନାଥ ରାଉତଙ୍କର ରଘୁନାଥପୁରରେ ଥିବା ରୟାଲ ଲାଗୁନ୍ ଆପାର୍ଟମେଣ୍ଟରେ ଅବସ୍ଥିତ ଆବାସିକ ଘର, ରଘୁନାଥପୁର ଗ୍ରାମରେ ଅବସ୍ଥିତ ତିନିମହଲା କୋଠା, ଭୁବନେଶ୍ୱର ଗୋବିନ୍ଦା ଭବନର ଗାଁ ରଘୁନାଥପୁର ପଛପଟେ ଅବସ୍ଥିତ ତିନିମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ତାଙ୍କର ଦୁଇମହଲା କୋଠା, ରଘୁନାଥପୁରରେ ଅବସ୍ଥିତ ଗାଁ ପୋଖରୀ ନିକଟରେ ଏକମହଲା କୋଠା, ଗ୍ରିନ୍ ଗାର୍ଡେନ୍ ଆପାର୍ଟମେଣ୍ଟରେ ଏକ ଫ୍ଲାଟ, ଭୁବନେଶ୍ୱରର କଲରାହାଙ୍ଗରେ ଥିବା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟ, ରଘୁନାଥପୁରର ରୟାଲ ଆର୍କେଡରେ ଥିବା ଫ୍ଲାଟ୍, ବାଙ୍କିର ଚାରିଘରିଆରେ ଥିବା ଘର ଉବରେ ଚଢ଼ାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ଅଧିକ ତଥ୍ୟକୁ ଅପେକ୍ଷା କରାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031