Indus Valley Times

ଚୋରା ବନ୍ଧୁକ ରାକେଟକୁ ଧରିଲା ପୁରୀ ପୋଲିସ,୭ ବେପାରୀ ଗିରଫ

 Breaking News

ଚୋରା ବନ୍ଧୁକ ରାକେଟକୁ ଧରିଲା ପୁରୀ ପୋଲିସ,୭ ବେପାରୀ ଗିରଫ

May 28
16:53 2022

ପୁରୀ,୨୮/୫: ରଥଯାତ୍ରା ପୂର୍ବରୁ ଏକ ବଡ଼ ବନ୍ଧୁକ ରାକେଟ୍ର ପର୍ଦ୍ଦଫାସ ହୋଇଛି। ପୁରୀ ସେବାୟତ ଶିବରାମ ପାତ୍ର ହତ୍ୟାର ତଦନ୍ତ କରୁ କରୁ ପୁଲିସ ହାତରେ ଲାଗିଛି ବେଆଇନ ବନ୍ଧୁକ କାରବାରର ସୁରାଗ।
ଏହାର ତଦନ୍ତ ପରେ ୭ ଜଣଙ୍କୁ ଗିରଫ କରିଛି ପୁଲିସ। ଏଥିସହିତ ୪ଟି ବନ୍ଧୁକ ମଧ୍ୟ ସେମାନଙ୍କ ନିକଟରୁ ଜବତ କରାଯାଇଛି। ଏଥିସହ ସେମାନଙ୍କ ନିକଟରୁ କିଛି ନଗଦ ଟଙ୍କା ମଧ୍ୟ ଜବତ କରିଛି ପୁଲିସ।
ଗିରଫ ଅଭିଯୁକ୍ତମାନେ ହେଲେ ୭ଟି ମାମଲାରେ ସଂପୃକ୍ତ ଥିବା ସଦର ଥାନା ଅଞ୍ଚଳ ରେଣ୍ଡାଗଡର ରୁଷିଆ ଓରଫ ରତିକାନ୍ତ ପରିଡା, ଶିରୁଳି ମହାବୀର ଅଞ୍ଚଳର ବିକି ଓରଫ ବିକ୍ରମ ପଣ୍ଡା, ନୟାଗଡ଼ ଖଣ୍ଡପଡ଼ାର ଅଶୋକ ସାହୁ, ୫ ଟି ମାମଲାରେ ସଂପୃକ୍ତ ଥିବା ନୂଆପାଟଣାର ଗୁଡୁ ଓରଫ ରୁଦ୍ରପ୍ରସାଦ ରାଉତ, ହାଡଗୋଡ଼ିଆ ସାହିର ରକି ଓରଫ ହରିଶ୍ଚନ୍ଦ୍ର ପୃଷ୍ଟି, ୬ ଟି ମାମଲାରେ ସଂପୃକ୍ତ ଥିବା ଖାକିମଠ ନୂଆ ସାହିର ଲୋକନାଥ ଦାଶ ଓ ବଉଳମଠ ଲେନର ରଞ୍ଜିତ କୁମାର ମହାନ୍ତି।
ପୁଲିସ ସୂଚନା ମୁତାବକ, ବନ୍ଧୁକ ରାକେଟ୍ ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ହେଉଛି ଋଷିଆ ଓରଫ ରତିକାନ୍ତ ପରିଡା। ସଦର, ଟାଉନ ଓ ବଳିଆପଣ୍ଡା ଥାନା ଅଞ୍ଚଳରୁ ଏହି ଅପରାଧୀଙ୍କୁ ଗିରଫ କରାଯାଇଛି।
ଏମାନଙ୍କ ନିକଟରୁ ନଗଦ ୨୮୦୦ଟଙ୍କା ଜବତ ହୋଇଛି। ଏହି ୭ ଜଣଙ୍କ ମଧ୍ୟରୁ ୨ ଜଣ ଚୋରା ବନ୍ଧୁକ ଯୋଗାଇବାରେ ସମ୍ପୃକ୍ତ ଥିଲେ। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୬ ଟି ବନ୍ଧୁକ ଜବତ ହୋଇଥିବା ଏସପି କେ.ବିଶାଲ ସିଂହ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
କିଛି ଦିନ ତଳେ ଗୁଳି କରି ଶିବରାମ ପାତ୍ରଙ୍କୁ ହତ୍ୟା କରାଯାଇଥିଲା। ପୂର୍ବ ଶତ୍ରୁତା ଓ ପ୍ରେମ ବ୍ୟାପାରରୁ ଏହି ହତ୍ୟାକାଣ୍ଡ ହୋଇଥିବା କୁହାଯାଉଛି। ଯେଉଁ ବନ୍ଧୁକରୁ ଶିବରାମଙ୍କୁ ଗୁଳି କରାଯାଇଥିଲା, ସେ ଦିଗରେ ତଦନ୍ତ କରିବା ପରେ ଏହି ବେଆଇନ ବନ୍ଧୁକ ରାକେଟର ସୁରାଗ ପୁଲିସ ପାଇଥିଲା।

Tags
Share

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031