Indus Valley Times

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

ପୁଣି ବାଧ୍ୟତାମୂଳକ ହୋଇପାରେ ମାସ୍କ ପିନ୍ଧିବା: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

June 04
15:54 2022

ଭୁବନେଶ୍ୱର, ୪/୬ : ଦୀର୍ଘ ଦିନର ବିରତି ପରେ ବିଭିନ୍ନ ରାଜ୍ୟରେ ଏବେ ପୁଣି ଥରେ କରୋନା ସଂକ୍ରମଣ ମୁଣ୍ଡ ଟେକିଛି। ମୁମ୍ବାଇରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାକାର ସରକାର ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ହେଲେ ଏପରି ସମୟରେ ଓଡ଼ିଶାରେ ସ୍ଥିତି ଉଦବେଗଜନକ ନ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ଓଡ଼ିଶାରେ ସ୍ଥିତି ଏବେ ଭଲ ଅଛି। ସର୍ଭିଲାନ୍ସ ଓ ଟେଷ୍ଟିଂ ଜାରି ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଏଥିସହ ସେ କହିଛନ୍ତି, ଭିଡ଼କୁ ଯାଉଥିଲେ ମାସ୍କ ପିନ୍ଧନ୍ତୁ।
କରୋନା ଲକ୍ଷଣ ଦେଖାଦେଲେ ଟେଷ୍ଟ କରିବା ସହ ଅଲଗା ରୁହନ୍ତୁ। କୋଭିଡ ହେବାଠୁ ଯେଉଁ ନିୟମ ପାଳନ କରାଯାଉଛି, ଏବେ ବି ତାହା ପାଳନ ହେଉଛି। ରାଜ୍ୟ ସରକାର ଏହା ଉପରେ ତୀକ୍ଷଣ ନଜର ରଖିଛନ୍ତି। ଆବଶ୍ୟକ ପଡ଼ିଲେ ପୁଣି ମାସ୍କ ବାଧ୍ୟତାମୂଳକ କରାଯିବ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ଦୀର୍ଘ ଦିନର ବିରତି ପରେ ଦେଶର ବିଭିନ୍ନ ରାଜ୍ୟରେ ପୁଣି ଥରେ ଉପରମୁହାଁ ହୋଇଛି ମହାମାରୀ କରୋନା। ଗତ କିଛି ଦିନରେ ତାମିଲନାଡୁ, କେରଳ, ତେଲଙ୍ଗାନା, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଆଦି ରାଜ୍ୟରେ ବଢ଼ିବାରେ ଲାଗିଛି ସଂକ୍ରମଣ ମାମଲା।
ସଂକ୍ରମଣ ରୋକିବା ଓ ନିୟନ୍ତ୍ରଣ କରିବା ଲାଗି ସଜାଗ ଓ ସତର୍କ ରହିବାକୁ କେନ୍ଦ୍ର ସରକାର ୫ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମୁମ୍ବାଇରେ ପୁଣିଥରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ସେଠାକାର ସରକାର ପୁଣି ଥରେ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି।
କରୋନାକୁ ନିୟନ୍ତ୍ରଣକୁ ଆଣିବାକୁ ନିୟମିତ ଭାବେ ପରୀକ୍ଷଣ, ସ୍କ୍ରିନିଂ, ଟିକାକରଣ ଜାରି ରଖିବାକୁ ରାଜ୍ୟଗୁଡ଼ିକୁ କୁହାଯାଇଥିବା କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଫ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031