Indus Valley Times

ନୟାଗଡ଼ : ୨ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକ ଚାକିରୀରୁ ବିଦା

 Breaking News

ନୟାଗଡ଼ : ୨ ଚୁକ୍ତି ଭିତ୍ତିକ ଗ୍ରାମ ରୋଜଗାର ସେବକ ଚାକିରୀରୁ ବିଦା

June 04
20:07 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୪/୬ : ନୟାଗଡ଼ ଜିଲ୍ଲା ର ଚୁକ୍ତି ଭିତିକ ୨ ଜଣ ଗ୍ରାମ ରୋଜଗାର ସେବକ GRS ଙ୍କୁ ଆଜି ଜିଲ୍ଲାପାଳ ଡ଼ଃ ପୋମା ଟୁଡୁ ଭା ପ୍ର ସେ ଚାକିରୀ ରୁ ବହିଷ୍କୃତ କରିଛନ୍ତି । ଶ୍ରୀ ବଳଭଦ୍ର ସ୍ୱାଇଁ ଯିଏକି ଭାପୁର ବ୍ଲକ ଅନ୍ତର୍ଗତ ନି ମାନି GP ପୂର୍ବତନ GRS ତଥା ବର୍ତ୍ତମାନ ବଡ଼ ସହାରା GP ର GRS ଭାବେ କାମ କରୁଥିଲେ ।
ତାଙ୍କ ନାମ ରେ ଅନେକ ଅଭିଯୋଗ ଥିଲା। ସେ ସରକାରୀ ଅର୍ଥ ହେରଫେର , ମିଥ୍ୟା ବିଲ, ଜାଲି ଦସ୍ତଖତ, ସରକାରୀ କାଗଜପତ୍ର ଠିକ ନ ରଖିବା , RH ପୋର୍ଟାଲ ରେ ମିଥ୍ୟା ଫୋଟୋ ଦେବା ଭଳି ସଙ୍ଗୀନ ଅଭିଯୋଗ ମାନ ଥିଲା । ଏହି ଅଭିଯୋଗ ର ତଦନ୍ତ ତଥା ଶୁଣାଣି କରି ଜିଲାପାଳ ଏହି ନିଷ୍ପତି ନେଇଛନ୍ତି ।
ସେହିପରି ନୂଆଗାଁ ବ୍ଲକ ମାଳିସାହି ଏଚର ସଞ୍ଜୟ କୁମାର ଦାସ ଙ୍କ ନାମ ରେ ମଧ୍ୟ ଜବ କାର୍ଡ କାଟିବା ଆଦି ଗୁରୁତର ଅଭିଯୋଗ ମାନ ଥିଲା ।
ଏହିସବୁ ଅଭିଯୋଗ ର ଶୁଣାଣି କରି ଜିଲ୍ଲାପାଳ ଙ୍କ ବହିଷ୍କାର ନିଷ୍ପତି ନିହାତି ଭାବେ ଜିଲା ରେ 5T ମନ୍ତ୍ର ର ମାନ ବର୍ଦ୍ଧନ କରିବ। କାର୍ଯ୍ୟର ସ୍ୱଚ୍ଛତା ବଢିବ ବୋଲି ଆଶା କରାଯାଇପାରିବ ।
ଆଗାମୀ ଦିନରେ ଏହିଭଳି ଅସ୍ବଚ୍ଛତା ତଥା ଦୁର୍ନୀତି ଆଦି କାର୍ଯ୍ୟ ଯେଉଁମାନେ କରିବେ ତାଙ୍କ ବିରୁଦ୍ଧ ରେ ମଧ୍ୟ ଏହିଭଳି ଦୃଷ୍ଟାନ୍ତ ମୂଳକ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ ଡ଼. ପୋମା ଟୁଡୁ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031