Indus Valley Times

ଖରିଫରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

 Breaking News

ଖରିଫରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ

ଖରିଫରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ସମୀକ୍ଷା ବୈଠକ ଅନୁଷ୍ଠିତ
July 16
07:06 2022

Provide seeds, fertilisers to farmers in time, directs agri minister Ranendra Pratap
ସୁକାନ୍ତ କୁମାର ମହାନ୍ତିଙ୍କ ରିପୋର୍ଟ
ଭୁବନେଶ୍ୱର, ଜୁଲାଇ ୧୬: ଚଳିତ ଖରିଫରେ ଜିଲ୍ଲାରେ ଧାନ, ଅଣଧାନ ଚାଷର ସ୍ଥିତି ସମେତ ଉନ୍ନତ ମାନର ବିହନ ଓ ସାର ଯୋଗାଣ ସଂପର୍କରେ ଏକ ସମୀକ୍ଷା ବୈଠକ ଶୁକ୍ରବାର ଦିନ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ, କୃଷି ଓ କୃଷକ ସଶକ୍ତିକରଣ ଶ୍ରୀ ସଂଜୀବ ଚୋପ୍ରା, ସ୍ୱତନ୍ତ୍ର ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା, ଓଡ଼ିଶା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ୟୋତିରଞ୍ଜନ ମିଶ୍ର ପ୍ରମୁଖ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ କୃଷି ଅଧିକାରୀଙ୍କ ସହିତ ଚାଷୀମାନଙ୍କୁ ବିହନ ଓ ସାର ଯୋଗାଣ ନେଇ ବିଶଦ ଆଲୋଚନା କରିଥିଲେ ।
ବୈଠକରେ ଚଳିତ ଖରିଫରେ ଜିଲ୍ଲାରେ କରାଯାଇଥିବା ଧାନ ଓ ଅଣଧାନ ଫସଲ ଜମିର ପରିମାଣ ସଂପର୍କରେ ଆଲୋଚନା ହେବା ସହ ଚାଷୀମାନେ ଯେପରି ଠିକ୍ ସମୟରେ ବିହନ ଓ ସାର ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଥିଲା ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ନିର୍ଦ୍ଦେଶକ (ବିହନ), ଯୁଗ୍ମ ନିର୍ଦ୍ଦେଶକ(ସାର), ଯୁଗ୍ମ ନିର୍ଦ୍ଦେଶକ (ପଲ୍ସେସ୍)ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିବାବେଳେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମସ୍ତ ଜିଲ୍ଲାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ, ବ୍ଲକ୍ କୃଷି ଅଧିକାରୀ, ସହକାରୀ କୃଷି ଅଧିକାରୀ, ଏଗ୍ରିକଲ୍ଚର ଡିଷ୍ଟ୍ରିକଫ ଅଫିସର, ଆସିଷ୍ଟାଣ୍ଟ ସିଡ୍ ପ୍ରଡକ୍ସନ୍ ଅଫିସରମାନେ ଯୋଗଦେଇ ସେମାନଙ୍କ ଅଞ୍ଚଳରେ କୃଷି କାର‌୍ୟ୍ୟ ନେଇ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031