Indus Valley Times

ମାମଲାର ରଫାଦଫା କରିବାକୁ ଥାନାବାବୁ ନେଉଥିଲେ ୨୫ ହଜାର, ମାଡ଼ିବସିଲା ଭିଜିଲାନ୍ସ

 Breaking News

ମାମଲାର ରଫାଦଫା କରିବାକୁ ଥାନାବାବୁ ନେଉଥିଲେ ୨୫ ହଜାର, ମାଡ଼ିବସିଲା ଭିଜିଲାନ୍ସ

ମାମଲାର ରଫାଦଫା କରିବାକୁ ଥାନାବାବୁ ନେଉଥିଲେ ୨୫ ହଜାର, ମାଡ଼ିବସିଲା ଭିଜିଲାନ୍ସ
December 04
17:28 2022

ବଲାଙ୍ଗୀର,୪/୧୨: ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଧିକାରୀ ଆଲୋକ କୁମାର ବେହେରା। ଚାର୍ଜସିଟରୁ ନାଁ କାଟିବାକୁ ୨୫ ହଜାର ଟଙ୍କା ଲାଂଚ ନେବା ବେଳେ ଥାନା ଅଧିକାରୀଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ। ଆଜି ଶ୍ରୀ ବେହେରା ସିନ୍ଧେକେଲା ଥାନାର ନିଜ ଚାମ୍ବରରେ ଏହି ଲାଞ୍ଚ ଟଙ୍କା ନେଇଥିଲେ।
ସୂଚନା ମୁତାବକ, ୨୦୨୦ ମସିହା ଚାନ୍ଦୋତରା ଏସବିଆଇ ବ୍ୟାଙ୍କର ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲେ ଆଲୋକ। ଏହି ମାମଲାର ଚାର୍ଜସିଟ୍ରେ ତତକାଳୀନ ବ୍ୟାଙ୍କ ମ୍ୟାନେଜର ଅଜିତ ଘଢେଇ ଓ ତାଙ୍କ ପତ୍ନୀଙ୍କ ନାଁ ଥିଲା। ତେବେ ଦୁର୍ଭାଗ୍ୟ ବଶତଃ ଟଙ୍କା ପତ୍ନୀଙ୍କ ଆକାଉଣ୍ଟକୁ ଚାଲି ଆସିଥିବା ଅଜିତ୍ ପୁଲିସକୁ କହିଥିଲେ। ହେଲେ ପତ୍ନୀଙ୍କ ନାଁ ଚାର୍ଜସିଟ୍ରୁ କାଟିବାକୁ ଆଇଆଇସି ଆଲୋକ କୁମାର ବେହେରା ୫୦ ହଜାର ଟଙ୍କା ଦାବି କରିଥିଲେ। ଯାହାକୁ ନେଇ ଅଜିତ୍ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଡିଲ୍ ୨୫ ହଜାର ଟଙ୍କାରେ ଛିଡ଼ିଥିଲା।
ଅଜିତ୍ ଅସନ୍ତୁଷ୍ଟ ଥିବାରୁ ଏ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ତେଣୁ ପୂର୍ବ ଯୋଜନା ମୁତାବକ ଟଙ୍କା ସହ ଥାନା ଅଧିକାରୀ ଆଲୋକ ବେହେରାଙ୍କୁ ଧରିବାରେ ସଫଳ ହୋଇଛି ଭିଜିଲାନ୍ସ। ବଲାଙ୍ଗିର, ସମ୍ବଲପୁର ଓ ବରଗଡ଼ ଭିଜିଲାନ୍ସ ଟିମ୍ ମିଳିତ ଭାବେ ଏହି ଚଢାଉ କରିଥିଲେ। ଏହି ଥାନା ଅଧିକାରୀ ପ୍ରାୟ ବର୍ଷେ ହେବ ଚାକିରିରେ ଯୋଗ ଦେଇଥିଲେ। ସେପଟେ ବଲାଙ୍ଗିର ଜିଲ୍ଲାର ଦୁଇ ଜଣ ଆଇଆଇସି ବର୍ଷକ ଭିତରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଧରାପଡ଼ିଛନ୍ତି। ଯାହା ପରେ ପୁଲିସ ବିଭାଗ ଉପରେ ସାଧାରଣ ଲୋକଙ୍କ ଅସ୍ଥା ପୁଣି ଦୋହଲି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031