Indus Valley Times

ବଳାତ୍କାର ମାମଲାରେ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗିରଫ

 Breaking News

ବଳାତ୍କାର ମାମଲାରେ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଗିରଫ

December 20
10:32 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୦/୧୨:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ.ଲୁକ ବଳାତ୍କାର ମାମଲାରେ ଟିକାବାଲି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ବିବରଣୀରୁ ପ୍ରକାଶ ଯେ, ଟିକାବାଲି ଥାନା ଅନ୍ତର୍ଗତ ଶଙ୍କରାଖୋଲ ଗ୍ରାମର ଜୈନକ ଯୁବତୀଙ୍କ ସହ ୨୦୨୦ ମସିହାରୁ ଉଭୟଙ୍କ ବିବାହ ପାଇଁ ପ୍ରସ୍ତାବ ପଡ଼ିଥିବା ସହ ଉଭୟଙ୍କ ମଧ୍ୟରେ ସଂପର୍କ ଥିବା ବେଳେ ଉଭୟେ ଫୁଲବାଣୀ ଓ ବ୍ରହ୍ମପୁର ଆଦି ବିଭିନ୍ନ ସ୍ଥାନରେ ମିଶିକି ରହିଥିବା ନେଇ ପୀଡିତା ତଦନ୍ତ ଅଧିକାରୀ ଙ୍କ ଆଗରେ ପ୍ରକାଶ କରିଥିଲେ। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଏନ୍ ଲୁକ୍ ଙ୍କ ନାମରେ ଏକ ଦୁଷ୍କର୍ମ ଭଳି ମାମଲା ଆଣିଛନ୍ତ୍ତି।
ପୀଡ଼ିତଙ୍କ ଏତଲାକୁ ଭିର୍ତି କରି ଡାକ୍ତରୀ ମାଇନା ପରେ ଥାନା କେଶ ନଂ. ୧୦୮/୨୨ଦଫା ୩୭୬,୪୧୭(୨)(ଦ୍ଭ ) ଆଇ ପି ସି ୩(୧)(ଙ୍ଗ)(ସ)(ସସ)୩(୨)(ଙ୍ଖ)(ଙ୍ଖବ) ଏସ ସି/ଏସ୍ ଟି ଆଇନ ଅନୁଯାୟୀ ଅଭିଯୁକ୍ତକୁ ଗିରଫ କରି ବାଲିଗୁଡା କୋର୍ଟ କୁ ଚାଲାଣ କରିଥିବା ନେଇ ତଦନ୍ତ ଅଧିକାରୀ ତଥା ଉପଖଣ୍ଡ ପୋଲିସ ଅଧିକାରୀ ଡି.ତିରୁପତି ରାଓ ପଟ୍ଟନାୟକ ସୁଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031