Indus Valley Times

ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

 Breaking News

ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା

ମାର୍ଚ୍ଚ ୧୦ରୁ ୧୭ ତାରିଖ ଯାଏ ମାଟ୍ରିକ୍ ପରୀକ୍ଷା
January 05
16:17 2023

କଟକ,୫/୧: ଚଳିତ ବର୍ଷ ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୧୦ରୁ ୧୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଆୟୋଜିତ ହେବ। ମାଟ୍ରିକ ପରୀକ୍ଷାକୁ ନେଇ ପ୍ରେସମିଟରେ ଆଜି ଏପରି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।
ଚଳିତ ବର୍ଷ ଦଶମ ଶ୍ରେଣୀ ସମେଟିଭ-୧ ପରୀକ୍ଷା ଶେଷ ହୋଇଯାଇଥିବା ବେଳେ ରେଜଲ୍ଟ ପ୍ରକାଶ ପାଇନି। ଆସନ୍ତା ୧୦ ଦିନ ଭିତରେ ସମେଟିଭ-୧ ପରୀକ୍ଷାର ଫଳ ବାହାରିବ । ଯେଉଁମାନେ ସମେଟିଭ-୧ ପରୀକ୍ଷା ଦେଇଛନ୍ତି ସେମାନେ ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ ବିବେଚିତ । ସମେଟିଭ-୧ ପରୀକ୍ଷା ଦେଇ ନ ଥିବା ପିଲା ବି ସମେଟିଭ-୨ ପରୀକ୍ଷା ଦେବାକୁ ଯୋଗ୍ୟ । କିନ୍ତୁ ସମେଟିଭ-୧ ପରୀକ୍ଷାର ମାର୍କ ସେମାନଙ୍କ ମାର୍କରୁ ବାଦ ପଡ଼ିବ । ଉଭୟ ସମେଟିଭ ପରୀକ୍ଷାର ପାର୍ଟନ ସମାନ ରହିବ ।
ମାଟ୍ରିକ ପରୀକ୍ଷା ପାଇଁ ଖୁବ୍ ଶୀଘ୍ର ଅନଲାଇନ୍ରେ ଫର୍ମ ଫିଲଅପ୍ ହେବ । ବିଭିନ୍ନ ଦେଶରେ କରୋନା ବ୍ୟାପୁଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଫ୍ଲାଇନ୍ ପରୀକ୍ଷାକୁ ନେଇ ଶଙ୍କା ସୃଷ୍ଟି ହୋଇଥିଲା। କିନ୍ତୁ ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ ବୋଲି ବୋର୍ଡ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରାଯିବା ପରେ ପିଲାଙ୍କ ଦ୍ୱନ୍ଦ୍ୱ ଦୂର ହୋଇଛି। ଗତବର୍ଷ ପରି ଚଳିତ ବର୍ଷ ବି ନକ୍ସଲ ପ୍ରଭାବିତ ଅଞ୍ଚଳରେ ପୁଲିସ୍ ଷ୍ଟେଶନରେ ୨୨ଟି ନୋଡ଼ାଲ ସେଣ୍ଟର ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।
ସେହିପରି ନବମ ଶ୍ରେଣୀ ପରୀକ୍ଷା ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି। ଫେବୃଆରୀ ୨୦ରୁ ୨୫ ପର୍ଯ୍ୟନ୍ତ ନବମ ଶ୍ରେଣୀ ପରୀକ୍ଷା ହେବ ବୋଲି ଘୋଷଣା ହୋଇଥିବା ବେଳେ ଫେବୃଆରୀ ୨୨ରୁ ୨୮ ପର୍ଯ୍ୟନ୍ତ ମୂଲ୍ୟାୟନ କରାଯିବ । ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ମଧ୍ୟ ୧୦ରୁ ୧୭ ତାରିଖ ମଧ୍ୟରେ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031