Indus Valley Times

ନୟାଗଡ଼ : ଜିଲ୍ଲାପାଳଙ୍କ ଦ୍ୱାରା ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ

 Breaking News

ନୟାଗଡ଼ : ଜିଲ୍ଲାପାଳଙ୍କ ଦ୍ୱାରା ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ

February 02
22:05 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨/୨: ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଡିଣ୍ଡିମ ପିଟୁଥିବା ବେଳେ ଏହା ରାଜ୍ୟରେ ରୋଗୀମାନଙ୍କ ଉପରେ କେତେ ଦୂର ଫଳପ୍ରଦ ହେଉଛି । ତାହାକୁ ନେଇ ସରକାର ଆଲୋଚନାର ବିଷୟ ବସ୍ତୁ ପାଲଟିଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏହା କେତେ ଦୂର କାର୍ଯ୍ୟକାରୀ ହୋଇଛି ଯାଞ୍ଚ୍ କରିବା ପାଇଁ ଆଜି ଘରୋଇ ଚିକିତ୍ସାଳୟ ଉପରେ ଚଢ଼ାଉ କରିଛନ୍ତି। ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରିଛନ୍ତି ।
ଗରିବ ଅସହାୟ ଓ ମଧ୍ୟବିତ ପରିବାର କିପରି ବିନା ଟଙ୍କାରେ ଚିକିତ୍ସିତ ହୋଇପାରିବେ ସେଥିପାଇଁ ଏହି ଯୋଜନା ଲାଗୁ କରାଯାଇଛି । ନୟାଗଡ଼ ଜିଲ୍ଲାରେ ୧୪ ଗୋଟି ବିଭିନ୍ନ ପଞ୍ଜିକୃତ ଚିକିତ୍ସାଳୟକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି । ଏହି କାର୍ଡ ଲାଗୁ ହେବା ଠାରୁ ଜିଲ୍ଲାର ୪,୨୯୭ ଜଣ ରୋଗୀ ମାଗଣାରେ ଚିକିତ୍ସିତ ହୋଇପାରିଛନ୍ତି ।
ଅନେକ ସମୟରେ ବିଭିନ୍ନ କ୍ଲିନିକ ମାନଙ୍କରେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଥିଲେ ମଧ୍ୟ ରୋଗୀଙ୍କୁ ଶୋଷଣ କରାଯାଉଥିବାର ଅଭିଯୋଗ ହୋଇ ଆସୁଛି ।ଏଥି ନିମନ୍ତେ ରାଜ୍ୟ ସରକାର ଜିଲ୍ଲାର ବରିଷ୍ଠ ଅଧିକାରୀ ମାନଙ୍କୁ ନିୟମିତ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି ରାତ୍ର ୮ ଘଟିକା ସମୟରେ ଜିଲ୍ଲାପାଳ ରବିନ୍ଦ୍ର ନାଥ ସାହୁ ଅଚାନକ ଚଢ଼ଉ କରିଥିଲେ ।
ନୟାଗଡ଼ର ନବଜୀବନ ସେବା ସଦନ ଓ ସନରାଇଜ ହସ୍ପିଟାଲ ଉପରେ ଚଢ଼ଉ କରାଯାଇଥିଲା । ଜିଲ୍ଲାପାଳ ସିଧା ସଳଖ ରୋଗୀ ମାନଙ୍କ ସହ ଆଲୋଚନା କରି ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କିପରି ଉପକୃତ ହେଉଛନ୍ତି ପଚାରି ବୁଝିଥିଲେ । ରୋଗୀ ଓ ତାଙ୍କ ସମ୍ପର୍କିୟ ମାନେ ବିଜୁ ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା ସୁବିଧା ପାଉଥିବା ପ୍ରକାଶ କରିଥିଲେ ।
କିନ୍ତୁ ବାହାରକୁ ବିଭିନ୍ନ ରୋଗର ପରୀକ୍ଷା କରିବା ପାଇଁ ପଠାଉ ଥିବା ପ୍ରକାଶ କରିଥିଲେ । ଯଦି କୌଣସି ଅପରେସନରେ ୭୦,୦୦୦ ଟଙ୍କା ନଗଦ ନେଇ ଅପରେସନ କରାଯାଇପାରୁଛି ସେହି ଅପରେସନରେ ବିଜୁ ସ୍ବାସ୍ଥ୍ୟ କାର୍ଡରୁ କେତେ ଟଙ୍କା କଟା ଯାଉଛି ତାହା ରୋଗୀଙ୍କୁ ସ୍ପଷ୍ଟ କରା ଯାଉନାହିଁ।
ଏହାକୁ ଜିଲ୍ଲାପାଳଙ୍କ ସମ୍ମୁଖରେ ପ୍ରକାଶ କରିବା ପାଇଁ ରୋଗୀଙ୍କ ପରିବାର ସଂକୋଚ କରୁଥିବା ବେଳେ ଜିଲ୍ଲାପାଳ ଯିବା ପରେ ରୋଗୀ ଓ ତାଙ୍କ ପରିବାର ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ଯାଞ୍ଚ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ନିର୍ବାହି ଅଧିକାରୀ ସୁବାଷ ଚନ୍ଦ୍ର ରାୟ ସାମିଲ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031