Indus Valley Times

ନୟାଗଡ଼: ଓସିଏସ୍ ପରୀକ୍ଷାରେ ଡେଣ୍ଟାଲ ଡକ୍ଟର ପାୟଲ ଗୁପ୍ତାଙ୍କ ସଫଳତା

 Breaking News

ନୟାଗଡ଼: ଓସିଏସ୍ ପରୀକ୍ଷାରେ ଡେଣ୍ଟାଲ ଡକ୍ଟର ପାୟଲ ଗୁପ୍ତାଙ୍କ ସଫଳତା

October 14
08:08 2022

Nayagarh: Dr Payal Gupta excels in Odisha Civil Services examinations
ମମତା ମହାପାତ୍ର ଓ ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୪/୧୦: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଥିବା ଡେଣ୍ଟାଲ ଡକ୍ଟରଙ୍କ ସଫଳତା । ଓସିଏସ୍ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଛନ୍ତି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡକ୍ଟର ପାୟଲ ଗୁପ୍ତା । ଷ୍ଟେଥୋ ହାତରେ ସମ୍ଭାଳିବେ ପ୍ରଶାସନିକ ଦାୟିତ୍ୱ । ସୂଚନାନୁସାରେ, ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି)ଙ୍କ ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ୯୬ ତମ ସ୍ଥାନ ପକ୍କା କରିଛନ୍ତି ଡେଣ୍ଟାଲ ଡକ୍ଟର ପାୟଲ ଗୁପ୍ତା ।
ଡକ୍ଟର ଗୁପ୍ତା ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କ ସେବା କରିବା ପାଠ ପଢା ପ୍ରତି ମନ ନିବେଶ କରିଥିଲେ । ଦିନ ରାତି ରୋଗୀ ସେବା କରିବା ସହ ଓଡ଼ିଶା ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ । ରୋଗୀ ସେବା କରିବା ଓ ପରିବାର ଚଳାଇବା ମଧ୍ୟରେ କିଛି ସମୟ ବାହାର କରି ଓସିଏସ୍ ପରୀକ୍ଷାରେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି ।
ଡକ୍ଟର ପାୟଲ ସ୍କୁଲ ପ୍ରାରମ୍ଭରୁ ଜଣେ ମେଧାବୀ ଛାତ୍ରୀ ରୂପେ ପରିଚିତ ଲାଭ କରିଥିବା ବେଳେ ଆଜି ଓସିଏସ୍ ପରୀକ୍ଷାରେ ୯୬ତମ ସ୍ଥାନରେ ପହଞ୍ଚି ସ୍ଥାନ ପକ୍କା କରିଛନ୍ତି । ତାଙ୍କର ଏହି ସଫଳତା ବାପା, ମା, ସ୍ୱାମୀ ଓ ଶାଶୁ ଶଶ୍ୱୁର ଉତ୍ସାହିତ କରିବା ଯୋଗୁଁ ଓସିଏସ ପରୀକ୍ଷାର ପ୍ରଥମ ଥରରେ ସଫଳତା ହାସଲ କରିପାଛନ୍ତି ଡକ୍ଟର ପାୟଲ ଗୁପ୍ତା ।
ସକାଳ ପାଇଲେ ଯେଉଁ ହାତରେ ଷ୍ଟେଥୋ ଓ ଡେଣ୍ଟାଲ ଷ୍ଟିକ୍ ଧରି ରୋଗୀ ସେବା କରୁଥିଲେ, ସେହି ହାତରେ ପ୍ରଶାସନିକ ଅଧିକାରୀ ଭାବେ ରାଜ୍ୟର ସମସ୍ତ ଜନସାଧାରଣଙ୍କ ସେବା କରିବାରେ ସହାୟକ ହେବେ ବୋଲି ଡକ୍ଟର ପାୟଲ ଗୁପ୍ତା କହିଛନ୍ତି । ଡକ୍ଟର ଗୁପ୍ତାଙ୍କ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହାସଲ କରିବା ପରେ ସାଥୀ ଡକ୍ଟର ଓ ସାଙ୍ଗସାଥୀ ଶୁଭେଚ୍ଛା ଜଣାଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031