Indus Valley Times

କୁପୋଷଣ ବିରୋଧ ଅଭିଯାନରେ ‘ପିତା’

 Breaking News

କୁପୋଷଣ ବିରୋଧ ଅଭିଯାନରେ ‘ପିତା’

କୁପୋଷଣ ବିରୋଧ ଅଭିଯାନରେ ‘ପିତା’
October 03
12:26 2022

ନିବେଦିତା ପଟ୍ଟନାୟକ
କୋରାପୁଟ ଜିଲ୍ଲା ଶିମିଳିଗୁଡ଼ା ବ୍ଲକର କାଙ୍ଗ୍ରା ଗ୍ରାମର ଗୋଲେରୀ ୨ ଯାଆଁଳା ଛୁଆଙ୍କ କୋଳରେ ଧରି ବସିଥିଲେ । ଗୋଟିଏ ପୁଅ, ଗୋଟିଏ ଝିଅ । ମା’ଙ୍କ ମନ ବେଶ ଖୁସି ଥିଲା । ଖୁସିର କାରଣ କ’ଣ? ପୁଅଟି ୩ ମାସ ତଳେ ଅତିଶୟ ପୁଷ୍ଟିହୀନ ଶିଶୁ ଭାବରେ ଚିହ୍ନଟ ହୋଇଥିଲା । ୩ ମାସ ପରେ ତା ଓଜନ ବଢିଛି । ସେ ଠିକଠାକ ଖିଆପିଆ କରୁଛି । ଚଳଚଞ୍ଚଳ ଅଛି । ତେଣୁ ତାଙ୍କ ମନ ଖୁସି ବୋଲି ସେ କହିଲେ । ଏହା କିପରି ସମ୍ଭବ ହେଲା ପ୍ରଶ୍ନର ଉତ୍ତରରେ ସେ କହିଲେ, ଅଙ୍ଗନୱାଡି କେନ୍ଦ୍ରରରେ ସିମାମ କାର୍ଯ୍ୟକ୍ରମ ଚାଲୁଥିଲା । ଯେଉଁଥିରେ ମୋ ଛୁଆକୁ ସାମିଲ କରାଗଲା ତାକୁ ଅନ୍ୟ ଏକ ପ୍ରକାର ଛତୁଆ, ଅଣ୍ଡା ଖାଇବାକୁ ଦିଆଗଲା । ଘରେ ମୁଁ କେମିତି କିପରି ତାକୁ ଖାଇବାକୁ ଦେବି ସେ ସମ୍ବନ୍ଧରେ ମତେ ବୁଝାଇ କହିଲେ । ଛୁଆକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଇତ୍ୟାଦି ସମ୍ବନ୍ଧରେ ମତେ ଆଶା ଦିଦି, ଅଙ୍ଗନୱାଡି ଦିଦି ଓ ଏଏନଏମ ଦିଦି ବୁଝାଇ କହିଥିଲେ । ସେ ସବୁ ପାଳନ କରିବାରୁ ଏବେ ମୋ ଛୁଆ ସୁସ୍ଥ ଅଛି ।  
ସିମାମ କାର୍ଯ୍ୟକ୍ରମ କ’ଣ?
ଗୋଷ୍ଠୀକୁ ସମବେତ କରି ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ କରି ଗୋଷ୍ଠୀ ସ୍ତରରେ ପରିଚାଳନା କରିବା କାର୍ଯ୍ୟକ୍ରମକୁ ସିମାମ (CMAM) କୁହାଯାଏ । ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ପୁଷ୍ଟିସାରର ଅଭାବ ଓ ବାରମ୍ବର ସଂକ୍ରମଣରେ ଆକ୍ରାନ୍ତ ହେବା ଦ୍ୱାରା ଶିଶୁଙ୍କ ମଧ୍ୟରେ ପୁଷ୍ଟିହୀନତା ଦେଖାଯାଏ ।  
 ସାଧାରଣରେ ଧାରଣା ଥାଏ ଯେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ କେବଳ ଡାକ୍ତରଖାନାରେ କିମ୍ବା ପୁଷ୍ଟି ପୁନର୍ବାସ କେନ୍ଦ୍ର (NRC) ରେ ଚିକିତ୍ସା କରାଯାଏ । ବେଳେ ବେଳେ ଦେଖାଯାଏ, ପିତା, ମାତା, ପରିବାର ଶିଶୁକୁ ହସପିଟାଲ୍ ନେବା କିମ୍ବା ଏନଆରସିରେ ରଖିବା ପାଇଁ ରାଜି ହୁଅନ୍ତି ନାହିଁ । ଏହା ପାଇଁ ବିଭିନ୍ନ କାରଣ ଦାୟୀ ହୋଇପାରେ, ସେମାନଙ୍କ ଅଜ୍ଞତା, ଆର୍ଥିକ ପାରିପାଶ୍ୱର୍ିକ ପରିସ୍ଥିତି ଇତ୍ୟାଦି । ଅତୀତରେ କେତେକ ଯାଗାରେ ଦେଖାଯାଇଛି ଯେ ଶିଶୁକୁ ଚିକିତ୍ସା ଅଧାରୁ ବାପା, ମା’ ନେଇ ଘରକୁ ପଳାଇ ଆସିଛନ୍ତି । NRC ରେ ଶିଶୁକୁ ଚିକିତ୍ସା କରିବା ଏକ ସୁବିଧାଯୁକ୍ତ ପରିଚାଳନା ଶିଶୁ ମୃତ୍ୟୁହାର କମାଇବା ପାଇଁ ଏଠିକାର ଚିକିତ୍ସା ଫଳପ୍ରଦ ଅଟେ । କିନ୍ତୁ ଆକଳନରୁ େଽଖାଯାଇଛି କେବଳ ୧୦ରୁ୧୫% ସ୍ୱାସ୍ଥ୍ୟଗତ ଜଟିଳତା ଥିବା ଶିଶୁ ସୁବିଧାଯୁକ୍ତ ପରିଚାଳନା ଆବଶ୍ୟକ କରନ୍ତି । ବାକି ୮୫ରୁ ୯୦% ଶିଶୁ ଗୋଷ୍ଠୀ ସ୍ତରୀୟ ଅତିଶୟ ପୁଷ୍ଟିହୀନ ଶିଶୁ ପରିଚାଳନା ବା ସିମାମ କାର୍ଯ୍ୟକ୍ରମରେ ଚିକିତ୍ସିତ ହୋଇପାରିବେ ଯାହା ଶିଶୁକୁ ସୁସ୍ଥ କରିବାର ଏକ ବ୍ୟୟସାପେକ୍ଷ ପଦ୍ଧତି ।  
ସିମାମ କାର୍ଯ୍ୟକ୍ରମ ଅନ୍ତର୍ଗତରେ ସମୟାନୁଯାୟୀ ଅତିଶୟ ପୁଷ୍ଟିହୀନ ଶିଶୁକୁ ଅଙ୍ଗନୱାଡି ସ୍ତରରେ ଚିହ୍ନଟ କରି ANMଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସ୍ଥିତି କରାଯିବ କେଉଁମାନେ ଘଜଉ ଯିବେ କିଏ ଗୋଷ୍ଠୀ ସ୍ତରରେ ଚିକିତ୍ସିତ ହେବେ । ଶିଶୁଙ୍କ ପୁଷ୍ଟି ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଘରକୁ ନେଉଥିବା ଖାଦ୍ୟ ଞଐଜ ଛତୁଆକୁ ଅଧିକ ପୁଷ୍ଟି ବର୍ଦ୍ଧିତ କରିବା ପାଇଁ ସେଥିରେ ତେଲ, ବାଦାମ ଓ କ୍ଷୀର ଗୁଣ୍ଡ ମିଶାଯାଇ ପ୍ରସ୍ତୁତ କରାଯାଇଛି ।  
ଶିଶୁର ଓଜନ ବଢିବା ପରେ , ସମ୍ଭବ ହେବା ପରେ ସିମାମ ବ୍ୟବସ୍ଥାରୁ ଛାଡ ପାଇବା ପରେ ଘରେ ତାକୁ ଫଲୋଅପ ସେବା ଯୋଗାଇ ଦିଆଯାଏ । ଆଶାକର୍ମୀ, ଅଙ୍ଗନୱାଡି କର୍ମୀ, ଏଏନଏମ ଘରକୁ ଯାଇ ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା କଥା ବୁଝନ୍ତି ।
ଖଣ୍ଡାଇ ଦୀର୍ଘ ତିନିମାସ ଧରି ଘର, ବିଲବାଡି କାମ ଭିତରେ ଛୁଆର ଖବର କିପରି ବୁଝୁଥିଲେ ପଚାରିବାରୁ କହିଥିଲେ ତାଙ୍କ ସ୍ୱାମୀ ଏଥିରେ ତାଙ୍କୁ ବହୁତ ସାହାଯ୍ୟ କରିଥିଲେ । ଶୁଣି ଖୁସିଲାଗିଲା ।  
ଆମ ସମାଜରେ ଧାରଣା ଥାଏ ଯେ ଶିଶୁର ଭଲମନ୍ଦ ଖବର ବୁଝିବା ଦାୟିତ୍ୱ କେବଳ ମା’ର, କିନ୍ତୁ ଉପାନ୍ତ ଅଞ୍ଚଳର ଜଣେ ବାପା ନନ୍ଦ ଗୋଲରୀ ବୁଝିଛନ୍ତି ଯେ ଶିଶୁର ଦାୟିତ୍ୱ ଉଭୟ ବାପା ଓ ମା’ଙ୍କର । ୩୨ ବର୍ଷିୟ ନନ୍ଦ ଗୋଲରୀ ପେଶାରେ ଜଣେ ଅଟୋ ଡ୍ରାଇଭର । ବେଳେବେଳେ ଚାଷ କାମ ବି କରନ୍ତିି । ସେ କୁହନ୍ତି, ଆଗରୁ ଆମର ୨ଟି ପୁଅ ଥିଲେ ତୃତୀୟ ଗର୍ଭରେ ଆମେ ଭାବିଥିଲୁ ଝିଅ ହେବ ବୋଲି । କିନ୍ତୁ ଯାଆଁଳା ଶିଶୁ ହେଲେ ଗୋଟିଏ ପୁଅ ଅନ୍ୟଟି ଝିଅ । ଝିଅଟି ଠିକଠାକ ଥିବାବେଳେ ପୁଅ ବରୁଣ ଦୁର୍ବଳିଆ ଥିଲା । ସବୁବେଳେ କାନ୍ଦେ, କ୍ଷୀର ଖାଏ ନାହିଁ । ଅଙ୍ଗନୱାଡି ଦିଦି ଛୁଆକୁ ଓଜନ କରି ତାର ଓଜନ ଠିକ ନାହିଁ, ସେ ପୁଷ୍ଟିହୀନ ଶିଶୁ ବୋଲି କହିଲେ । ତା’ପରେ ତାକୁ ସିମାମ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ କଲେ । ମୋ ସ୍ତ୍ରୀ ଘର କାମ ସାଙ୍ଗରେ ବେଳେବେଳେ କାମ ପାଇଁ ବିଲବାଡିକୁ ଯାଆନ୍ତି । ତେଣୁ ମୁଁ ସ୍ଥିର କଲି ସେ ଘରେ ଥାଆନ୍ତୁ ବା ବାହାରକୁ ଯାଇଥାନ୍ତୁ ପୁଅର ଯତ୍ନ ନେବାରେ ମୁଁ ତାଙ୍କୁ ସାହାଯ୍ୟ କରିବି । ଘରେ ଥିବା ବେଳେ ସମୟାନୁସାରେ ମୁଁ ପୁଅକୁ ଖାଇବାକୁ ଔଷଧ ଇତ୍ୟାଦିି ଦିଏ, ତାକୁ ପରିଷ୍କାର ପରିଚ୍ଛନ୍ନ ରଖେ । ଛୁଆର ଯତ୍ନ ମା’ ନେବା କଥା, ଏପରି ପ୍ରଶ୍ନ କେବେ ମନରେ ଆସିନି? ହସିହସି କହିଲେ ନା ଆଜ୍ଞା । ଛୁଆ କ’ଣ ଏକା ମା’ର? ଆମ ୨ ଜଣଙ୍କ ଛୁଆ ତା’ହେଲେ ଜଣେ କାହିଁକି ଯତ୍ନ ନେବ? ଆମେ ମିଶିକି ଛୁଆର ଯତ୍ନ ନେଲେ, ଆମ ଛୁଆ ସୁସ୍ଥ ସବଳ ହୋଇ ବଢିବ । ନନ୍ଦ ଗୋଲେରୀ ଏକ ଛୁଆକୁ ନିଜ ଭିତରେ ସୀମିତ ରଖିନାହାନ୍ତି ବରଂ ଗାଁରେ ଅନ୍ୟ ବାପାମାନଙ୍କୁ ଛୁଆର ଯତ୍ନ ନେବା ପାଇଁ ବାର୍ତ୍ତା ଦେଇଛନ୍ତି ।  
ରାଜ୍ୟ ସରକାର ୟୁନିସେଫ, ସିନିର ମିଳିତ ଉଦ୍ୟମରେ କୋରାପୁଟ ଜିଲ୍ଲାରେ ଚାଲିଥିବା ସିମାମ କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୪୮୩ ଶିଶୁ ତାଲିକାଭୁକ୍ତ ହୋଇଥିବା ବେଳେ ସୁସ୍ଥ ହୋଇଛନ୍ତି ୧୦୪୨ । ବର୍ତ୍ତମାନ ୪୪୧ ଜଣଙ୍କ ଚିକିତ୍ସା ଚାଲିଛି ।
ବରୁଣ ଗୋଲେରୀଙ୍କୁ ସିମାମ କାର୍ଯ୍ୟକ୍ରମରୁ ଲାଭ ମିଳିଛି ସତ । ଅପରପକ୍ଷରେ ତାଙ୍କ ବାମା ମା’ଙ୍କ ପରିଶ୍ରମକୁ ଅସ୍ୱୀକାର କରାଯାଇନପାରେ । ଗୋଷ୍ଠୀସ୍ତରୀୟ ପରିଚାଳନା କାର୍ଯ୍ୟକ୍ରମରେ କେବଳ ଚିକିତ୍ସା ନୁହେଁ ବରଂ ଅଭିଭାବକ, ପରିବାର, ଗୋଷ୍ଠୀ ସମସ୍ତେ ମିଶିଲେ ଶିଶୁମାନେ ସୁସ୍ଥ ରହିବା ସହ ଶିଶୁ ମୃତ୍ୟୁ ହାର ହ୍ରାସ ପାଇବ । ବିଶେଷ କରି ପରିବାରରେ ମା’ଙ୍କ ସାଙ୍ଗରେ ବାପାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ନନ୍ଦ ଗୋଲରୀ ପ୍ରମାଣ କରିଛନ୍ତି ଯେ ପିତା ଜଣେ ବରଗଛ ଯାହାର ଛାଇତଳେ ସନ୍ତାନଟି ଏକ ସୁସ୍ଥ ଭବିଷ୍ୟତ ଗଠନର ସ୍ୱପ୍ନ ଦେଖିପାରିବ… ।

Kandhei Goleri with her children

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031