Indus Valley Times

ଓୟୁଜେର ୫୧ତମ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ ପ୍ରକାଶ: ବିକାଶ ପ୍ରକ୍ରିୟାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

 Breaking News

ଓୟୁଜେର ୫୧ତମ ପ୍ରତିଷ୍ଠା ଦିବସରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ ପ୍ରକାଶ: ବିକାଶ ପ୍ରକ୍ରିୟାରେ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

December 22
19:26 2022


Journalists have major role to play in development process

By Swagatika Bhutia

ଭୁବନେଶ୍ୱର, ତା ୨୨/୧୨, ରାଜ୍ୟର ବିକାଶ ପ୍ରକ୍ରିୟାରେ ସାମ୍ବାଦିକମାନଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ସେମାନେ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଯଥାଯର୍ଥ ଭବେ ଉପସ୍ଥାପନ କରୁଥିବା ବେଳେ ଦୋଷ ତ୍ରୁଟିକୁ ମଧ୍ୟ ସାନିତ ଢଙ୍ଗରେ ସମାଲୋଚନା କରିବାକୁ ପାଛାଉ ନାହାଁନ୍ତି ବୋଲି ଓଡିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ର ୫୧ତମ ପ୍ରତିଷ୍ଠା ଦିବସ ସମାରୋହରେ ମତପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତ ରାୟ, ଭୁବନେଶ୍ଵର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଅତିଥି ଭାବେ ଯୋଗଦେଇ ୟୁନିଅନର ସମ୍ପ୍ରସାରିତ ଭବନକୁ ଉଦଘାଟନ କରିଥିଲେ। ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ଉପରେ ଗୁରୁତ୍ବ ଆରୋପ କରି ଉଭୟ ନେତା ଓୟୁଜେର ଦାବୀ ସଂପର୍କରେ ଦୃଷ୍ଟି ଆକର୍ଷଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଉତ୍ସବରେ ଅଧ୍ୟକ୍ଷତା କରି ଓୟୁଜେ ସଭାପତି, ପ୍ରେସ କାଉସିଲ ଅଫ ଇଣ୍ଡିଆ ସଦସ୍ୟ ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ବୀମା ରାଶି ବୃଦ୍ଧି, ପେନସନ ବ୍ୟବସ୍ଥା ଲାଗୁ ଓ ସାମ୍ବାଦିତ ସୁରକ୍ଷା ଆଇନ ପ୍ରବର୍ତ୍ତନ ଆଦି ୟୁନିଅନର ପାଞ୍ଚ ଦଫା ଦାବି ସମ୍ପର୍କରେ ଅତିଥି ମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ବିଷୟରେ ସୂଚନା ଦେଇଥିଲେ । ସ୍ଥାନୀୟ କର୍ପୋରେଟର ଆସିଆ ବେଗମ୍, ଓୟୁଜେ ଉପ ସଭାପତି କିଷାନ ରାଉତ, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଅକ୍ଷୟ ସାହୁ, ପ୍ରମୋଦ ସାମନ୍ତ ରାୟ, ବରିଷ୍ଟ ସାମ୍ବାଦିକ ହଳଧର ଧିର, ଲିଙ୍ଗରାଜ ମିଶ୍ର, ଅଭୟ ପତି, ଭାସ୍କର ବେହେରା, ସ୍ନେହଜିତ୍ ପଲାଇ, ପ୍ରଫୁଲ୍ଲ ମହାନ୍ତି, ପ୍ରବୋଧ ମିଶ୍ର, ପ୍ରଦିପ ମିଶ୍ର, ଶୁଭଙ୍କର ଦାସ ପ୍ରମୁଖ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲକପାତ କରିଥିଲେ । ପ୍ରାରମ୍ଭରେ ଭୁବନେଶ୍ଵର ଆବାହକ ଚିନ୍ମୟ ମହାପାତ୍ର ସ୍ଵାଗତ ଭାଷଣ ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଆର୍ଚାର୍ଯ୍ୟ ବିଶ୍ବରଂଜନ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ୟୁନିଅନର ନିୟୁଜ ପୋର୍ଟାଲ Ouj news ଉନ୍ମୋଚନ କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031