Indus Valley Times

କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଉଦଘାଟିତ

 Breaking News

କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଉଦଘାଟିତ

କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଉଦଘାଟିତ
April 18
07:49 2024

Pradhan Mantri Jan Auasadhi Centre inaugurated

ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଭୁବନେଶ୍ୱର କେଶୁରା ନିକଟସ୍ଥ କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଦ୍ଵାରା ଉଦଘାଟିତ

ଆଜି ତା ୧୬/୦୪/୨୦୨୪ରିଖ ରେ ଖୋର୍ଦ୍ଧା ଅନ୍ତର୍ଗତ କେଶୁରା ନିକଟସ୍ଥ କୋରଡକଣ୍ଟା ଗ୍ରାମରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତ୍ରୀ ଅର୍ଚ୍ଚିତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନୌଷଧି କେନ୍ଦ୍ର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।
ଅନ୍ୟ ଅତିଥିଙ୍କ ମଧ୍ୟରେ ସମାଜସେବୀ ମହେନ୍ଦ୍ର ପୃଷ୍ଟି ଯୋଗଦେଇ ଜନୌଷଧି କେନ୍ଦ୍ର ର ଉତ୍ତରୋତ୍ତର କାମନା କରିଥିଲେ । ଏହି ଗ୍ରାମରେ କୌଣସି ଜନୌଷଧି କେନ୍ଦ୍ର ନ ଥିବାରୁ ଶ୍ରୀଯୁକ୍ତ ହିମାଂଶୁ ଶେଖର ପୃଷ୍ଟି ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନାକୁ ଲୋକ ମାନଙ୍କ ପାଖରେ ପହଞ୍ଚାଇବା ପାଇଁ ବିଗତ ଦିନରୁ ପ୍ରଚେଷ୍ଟା କରି ଆସୁଥିଲେ ।

ପରିଶେଷରେ ଶ୍ରୀଯୁକ୍ତ ପୃଷ୍ଟି ନିଜ ବନ୍ଧୁ ଓ ପରିବାରବର୍ଗଙ୍କ ସହାୟତାରେ ଉକ୍ତ କାର୍ଯ୍ୟକୁ କରିବାକୁ ସଫଳ ହୋଇଥିଲେ । ଏହି କେନ୍ଦ୍ରଟି ଖୋଲିବା ଦ୍ଵାରା ସ୍ଥାନୀୟ ଅଞ୍ଚଳ ବାସିନ୍ଦା ମାନେ ବହୁତ ସୁଲଭ ମୂଲ୍ୟରେ ସରକାର ସ୍ଵୀକୃତ ପ୍ରାପ୍ତ ଔଷଧ ପାଇପାରିବେ ।
ଏଥିରେ ବହୁ ସଂଖ୍ୟାରେ ଗ୍ରାମବାସୀ ମାନେ ଉପସ୍ଥିତ ରହି ନିଜ ଗ୍ରାମରେ ଜନୌଷଧି କେନ୍ଦ୍ର ଉନ୍ମୋଚିତ ହୋଇଥିବାରୁ ଅହେତୁକ ଖୁସି ହେବା ସହ ଶ୍ରୀଯୁକ୍ତ ପୃଷ୍ଟି ଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

ରୋଗ ଧନୀ-ଗରିବ ଦେଖେନି । ଆମ ସମାଜରେ ଅନେକ ବ୍ୟକ୍ତି ବିଭିନ୍ନ ଜଟିଳ ରୋଗର ଶିକାର ହୁଅନ୍ତି । କିନ୍ତୁ ରୋଗ ଉପଶମ ପାଇଁ ଔଷଧ କିଣିବା ବେଳେବେଳେ କଷ୍ଟକର ହୋଇପଡେ । ଆର୍ଥିକ ଅଭାବ ରୋଗର କଷ୍ଟକୁ ଦୁଇଗୁଣା କରିଦିଏ । କାରଣ ବଜାରରେ ଉପଲବ୍ଧ ଔଷଧ ଦର ଆକାଶ ଛୁଆଁ । ଡାକ୍ତର ବତାଇଥିବା ଔଷଧ ସେବନ କରିବା ସମସ୍ତଙ୍କ ପାଇଁ ସହଜ ହୋଇପାରେନି । ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ଆରମ୍ଭ କରିଛନ୍ତି ପ୍ରୟାସ । ସ୍ବଳ୍ପ ମୂଲ୍ୟରେ କିପିର ଲୋକେ ଆବଶ୍ୟକୀୟ ଔଷଧ ପାଇପାରିବେ, ତା’ର ବ୍ୟବସ୍ତା କରିଛନ୍ତି ।

ଏଥିପାଇଁ ସ୍ଥାପନ ହୋଇଛି ଜନ ଔଷଧି କେନ୍ଦ୍ର, ଯେଉଁଠାରେ ସୁଲଭ ମୂଲ୍ୟରେ ମିଳେ ଆବଶ୍ୟକୀୟ ଔଷଧ । ମାତ୍ର ଏତେ ସବୁ ବ୍ୟବସ୍ତା ସତ୍ତ୍ବେ, ଲୋକଙ୍କ ପାଖରେ ଏହି ସୁବିଧା ପହଞ୍ଚି ପାରୁନାହିଁ । କାରଣ ଅଧିକାଂଶ ଲୋକେ ଜନଔଷଧିର ଉପାଦେୟତା ବାବଦରେ ଅବଗତ ନାହାନ୍ତି । ଏପରି ଏକ ସୁବିଧା ରହିଛି ବୋଲି ଅନେକ ଲୋକଙ୍କୁ ଜଣାନାହିଁ । ଏହାକୁ ଦୃଷ୍ଟିରେ ରଖି ପ୍ରକୃତ ହିତାଧିକାରୀ କିପରି ଏହି ସୁବିଧା ପାଇପାରିବ ସେଥିପାଇଁ ଜନ ଔଷଧି ଦିବସ ଆରମ୍ଭ କରାଯାଇଛି । ଏହି ଦିବସ ମାଧ୍ୟମରେ ଜନ ଔଷଧି କେନ୍ଦ୍ରରୁ ଔଷଧ କ୍ରୟ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଏ । କମ୍ ମୂଲ୍ୟରେ ମିଳୁଥିଲେ ମଧ୍ୟ ଏହି ଔଷଧ ଅନ୍ୟ ଦାମୀ ଔଷଧ ସହ ସମାନ ବୋଲି ଲୋକେ ଜାଣିବା ଆବଶ୍ୟକ, ତାହା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ।

ଜେନେରିକ୍ ମେଡିସିନ୍ କ’ଣ ? : ଜେନେରିକ୍ ମେଡିସିନ୍‌ରେ କୌଣସି ବ୍ରାଣ୍ଡ୍ ନଥାଏ । ଏହି ଔଷଧର ମୂଲ୍ୟ ଅନ୍ୟ ବ୍ରାଣ୍ଡ୍ ଅପେକ୍ଷାକୃତ କମ୍ ହୋଇଥାଏ । କିନ୍ତୁ ଏଗୁଡ଼ିକ ନିରାପଦ, ପ୍ରଭାବଶାଳୀ ଏବଂ ଲାଭଦାୟକ । ସରଳ ଭାଷାରେ କହିବାକୁ ଗଲେ, ମହଙ୍ଗା ଔଷଧକୁ କମ୍ ମୂଲ୍ୟରେ ବିକ୍ରି ହେଉଥିବା ମେଡିସିନ୍‌କୁ ଜେନେରିକ୍ ମେଡିସିନ୍ କୁହାଯାଏ । ସାଧାରଣ ବର୍ଗର ଲୋକଙ୍କ ପାଇଁ ଏପରି ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031