Indus Valley Times

ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ଶୁକ୍ରବାର ସକାଳ ୭ଟାରୁ ମତଦାନ ଆରମ୍ଭ

 Breaking News

ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ଶୁକ୍ରବାର ସକାଳ ୭ଟାରୁ ମତଦାନ ଆରମ୍ଭ

ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନ: ଦ୍ଵିତୀୟ ପର୍ଯ୍ୟାୟ ପାଇଁ ଆଜି ଶୁକ୍ରବାର ସକାଳ ୭ଟାରୁ ମତଦାନ ଆରମ୍ଭ
February 18
07:37 2022

Second phase panchayat polls begin in Odisha

By Sukanta Kumar Mohanty/Akshya Rout
ଭୁବନେଶ୍ୱର, ୧୮/ ୨: ଓଡ଼ିଶା ପଞ୍ଚାୟତିରାଜ ନିର୍ବାଚନର ୨ୟ ପର୍ଯ୍ୟାୟ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଅପରାହ୍ନ ୧ଟା ଯାଏଁ ଭୋଟ ଗ୍ରହଣ କରାଯିବ।
ଦ୍ଵିତୀୟ ପର୍ଯ୍ୟାୟରେ ରାଜ୍ୟରେ ମୋଟ ୨୦ ହଜାର ୪୩୫ଟି ବୁଥ୍ରେ ମତଦାନ ଜାରି ରହିଛି। ସେଥିରୁ ୩ ହଜାର ୬୫ଟି ସମ୍ବେଦନଶୀଳ ବୁଥ୍ ରହିଛି। ମତଦାନ ସମୟରେ ଯେପରି କୌଣସି ପ୍ରକାରର ହିଂସା ନହୁଏ ସେଥିପାଇଁ ପୁଲିସ ମୁତୟନ ହୋଇଛନ୍ତି। ମୋଟ ୨୪୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସେହିପରି ୧୭୫୩ଟି ମୋବାଇଲ ପାଟ୍ରୋଲିଂ ପାର୍ଟିର ନଜର ରଖିଛନ୍ତି। ପ୍ରଥମ ପର୍ଯ୍ୟାୟରେ ବ୍ୟାପକ ହିଂସା ପରେ ପୁଲିସ ଅଧିକ ସତର୍କ ରହିଛି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ମତଦନା ପାଇଁ ୩୦ ଜିଲ୍ଲାର ୨ ଶହ ଜିଲ୍ଲା ପରିଷଦ ଜୋନ୍ ଓ ୧୬୬୯ ପଞ୍ଚାୟତରେ ଭୋଟ ଗ୍ରହଣ କରାଯାଇଥିଲା। ଏଥିପାଇଁ ୨୨ ହଜାର ୩୭୯ ବୁଥ ଖୋଲିଥିଲା। ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ସହ ର୍ନିବାଚନରେ ନିୟୋଜିତ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଟିକା ଦିଆଯାଇଥିଲା। ରାଜ୍ୟ ପୁଲିସ ବିଭାଗ ଶାନ୍ତିଶୃଙ୍ଖଳାର ସହିିତ ଭୋଟ୍ ଗ୍ରହଣ ପାଇଁ ୨୩୫ ପ୍ଲାଟୁନ ପୁଲିସ ମୁତୟନ କରିଥିଲା। ୧୮୩୪ ମୋବାଇଲ୍ ପେଟ୍ରୋଲିଂ ପାର୍ଟି ମୁତୟନ ହୋଇଥିଲେ।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଗତ ୧୬ ତାରିଖ ଦିନ ମତଦାନ ଚାଲିଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା। ଅନେକ ସ୍ଥାନରେ ବୁଥ କ୍ୟାପଚରିଂ ଓ ପୋଲିଂ କର୍ମଚାରୀଙ୍କୁ ମାଡ଼ ହୋଇଥିଲା। ନିର୍ବାଚନୀ ହିଂସା ଯୋଗୁଁ ଅନେକ ଲୋକ ଆହତ ହୋଇଥିଲେ। ପ୍ରାର୍ଥୀଙ୍କ ସମର୍ଥକଙ୍କ ମାଡ଼ରେ କିଛି ଲୋକ ଆହତ ହୋଇଥିଲେ। ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ଅଞ୍ଚଳରେ ଏକ ମତଦାନ କେନ୍ଦ୍ର ବାହାରେ ବୋମାମାଡ଼ ହୋଇଥିଲା। ସେହିପରି କଣାସରେ ମଧ୍ୟ ନିର୍ବାଚନୀ ହିଂସା ଦେଖାଯାଇଥିଲା।
ଯାଜପୁର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ବିଶୃଙ୍ଖଳା କରିଥିବା ୧୪ ଜଣଙ୍କୁ ଗିରଫ କରିଛି ପୁଲିସ। ଗତକାଲି ଯାଜପୁର ଓ ଧର୍ମଶାଳା ବ୍ଲକର ୧୦ଟି ବୁଥରେ ବୁଥ ଜବରଦଖଲ, ଟାମ୍ପରିଂ, ପୁଲିସକୁ ମାଡ, ପୁଲିସ ଗାଡି ଭାଙ୍ଗିବା ଅଭିଯୋଗରେ ଗିରଫ କରାଯାଇଛି। ରାତି ତମାମ ବିଭିନ୍ନ ଅଂଚଳରେ ଚଢାଉ କରି ଗିରଫ କରାଯାଇଥିବା ଯାଜପୁର ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031